କନକ ବ୍ୟୁରୋ: ଛେପ ପକାଇଲେ ପଡିବ ଫାଇନ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଦେବାକୁ ପଡିବ ତଣ୍ଡ । ଭଦ୍ରକରେ ଲାଗୁ ହେଲା କଟକଣା । ଜିଲ୍ଲା ପ୍ରଶାସନ ପକ୍ଷରୁ ଛେପ ପକାଇବା ଉପରେ ଲାଗୁ ହେଲା କଡା ନିୟମ । ଯଦି କୌଣସି ନିର୍ଦ୍ଦେଶ ପରେ ବି ବାହାରେ ଛେପ ପକାଇବେ ତେବେ ତାଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଜିଲ୍ଲାରେ ଲକଡାଉନ ବେଳେ ଗାଡି ବାହାରକୁ ବାହାର କରିବା ନେଇ କଡାକଡି ଯାଞ୍ଚ ଚାଲିଥିବା ବେଳେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଲ୍ଲେଖ କରାଯାଇଛି ।
ସେପଟେ ବାହାରେ ଛେପ ପକାଇବା ନେଇ ଗତ କିଛି ଦିନ ତଳେ ଗଞ୍ଜାମରେ କଟକଣା ଲାଗୁ ହୋଇଥିଲା । ଜିଲ୍ଲାରେ କୌଣସି ଲୋକ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଦେବାକୁ ନିୟମ ହୋଇଛି । ନିୟମ ଉଲ୍ଲଙ୍ଘନକାରୀଙ୍କୁ ୫୦୦ ପଡିବ ବୋଲି ପ୍ରଶାସନ କଟକଣା ଲଗାଇଛି ।
Follow Us
/kanak/media/post_attachments/wp-content/uploads/2020/04/1-11-750x430-1.jpg)