ତାଲିବାନୀ ଆତଙ୍କ ଭିତରେ ଗୁଞ୍ଜରି ଉଠିଲା ‘ ହରେକୃଷ୍ଣ ହରେରାମ ଧୁନ୍’ । ନବରାତ୍ରୀ ଅବସରରେ ଭକ୍ତି ପରିବେଶ

321

କନକ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ପରେ ଚାରିଆଡେ ଆତଙ୍କର ମାହୋଲ । ହେଲେ ଏହାରି ଭିତରେ ବି କାବୁଲରେ ସୃଷ୍ଟି ହୋଇଛି ଭକ୍ତି ପରିବେଶ । ଗୁଞ୍ଜରି ଉଠିଛି ହରେକୃଷ୍ଣ ହରେରାମ ମହାମନ୍ତ୍ର । ନବରାତ୍ରୀ ଅବସରରେ କାବୁଲରେ ଥିବା ସଂଖ୍ୟାଲଘୁ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି ସଂକୀର୍ତ୍ତନ ।

 

କାବୁଲରେ ଥିବା ଅସମାଇ ମନ୍ଦିରରେ ଆୟୋଜିତ ହୋଇଛି ନବରାତ୍ରୀ ଉତ୍ସବ । ଏହି ଅବସରରେ ହିନ୍ଦୁ ଶିଖ୍ ଉଭୟ ମିଶି ସଂକୀର୍ତ୍ତନ ଆୟୋଜନ କରିଥିଲେ । ହରେକୃଷ୍ଣ ହରେରାମ ମହାମନ୍ତ୍ରରେ ଗୁଞ୍ଜରି ଉଠିଛି ସାରା ପରିବେଶ । ମନ୍ଦିରର କମିଟିର ଜଣେ ସଦସ୍ୟ ଏହାର ଭିଡିଓ ଜାରି କରିଛନ୍ତି । ସୂଚନା ମୁତାବକ, ଅସମାଇ ମନ୍ଦିରରେ ସଂକୀର୍ତ୍ତନ ସହ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ଅବସରରେ ଅଭାବୀ ଲୋକଙ୍କୁ ଖାଦ୍ୟ ବିତରଣ କରାଯିବ । ଏହି ଅବସରରେ ମନ୍ଦିରେ ଦେଢଶହରୁ ଅଧିକ ହିନ୍ଦୁ ଓ ଶିଖ୍ ଭକ୍ତ ,କାଠି ହୋଇ ପୂଜାର୍ଚ୍ଚନା କରିଛନ୍ତି ।ଏହି ମନ୍ଦିର କାବୁଲ ସ୍ଥିତ କରତେ ପରୱାନ ଗୁରୁଦ୍ୱାରା ଠାରୁ ୫ କିଲୋମିଟର ଦୂରରେ । କିଛି ଦିନ ପୂର୍ବରୁ ଏଠାରେ ତାଲିବାନୀମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସଂଖ୍ୟାଲଘୁ ମାନେ ଆଫଗାନିସ୍ତାନରୁ ନିଜ ଦେଶକୁ ଫେରାଇ ନେବାକୁ ପ୍ରଧାନମନତ୍ରୀଙ୍କୁ ଅପିଲ କରିଥିଲେ ।