୨୪ ଘଂଟାରେ ସାରା ଦେଶରେ ୩୪ ହଜାର ୮୮୪ ନୂଆ ମାମଲା : କରୋନା ସଂକ୍ରମଣରେ ଗଲା ୬୭୧ ଜୀବନ, ଦେଶରେ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ପାର୍; ମୃତ୍ୟୁସଂଖ୍ୟା ଟପିଲା ୨୬ ହଜାର

303

କନକ ବ୍ୟୁରୋ : ଦେଶରେ ଉପର ମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ସାରା ଦେଶରେ ଚିହ୍ନଟ ହୋଇଛନ୍ତି ୩୪ ହଜାର ୮୮୪ ନୂଆ ମାମଲା । କରୋନା ସଂକ୍ରମଣରେ ଯାଇଛି ଆଉ ୬୭୧ ଜୀବନ । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ପାର୍ କରିଛି । ୩୪ ହଜାର ୮୮୪ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬ରେ ପହଁଚିଛି । ସେହିପରି ୬୭୧ ନୂଆ ମୃତକଙ୍କୁ ମିଶଆଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୬ ହଜାର ୨୭୩ କୁ ବୃଦ୍ଧି ହୋଇଛି ।

ସେହିପରି ଦେଶରେ ଏବେ ଆକ୍ଟିଭ୍ ମାମଲା ସଂଖ୍ୟା ୩ ଲକ୍ଷ ୫୮ ହଜାର ୬୯୨ ଏବଂ ସୁସ୍ଥ ସଂଖ୍ୟା ୬ ଲକ୍ଷ ୫୩ ହଜାର ୭୫୧ ରହିଛି । ସାରା ଦେଶରେ ଆକ୍ରାନ୍ତ ସଂଖ୍ୟାରେ ଏବେ ବି ଆଗୁଆ ରହିଛି ମହାରାଷ୍ଟ୍ର ।