ରେଲୱେରେ ପରଷା ଯାଉଥିବା ଖାଦ୍ୟରେ ବିଭିନ୍ନ ସମୟରେ ସମସ୍ୟା ଦେଖାଯିବା ଏକ ସାଧାରଣ କଥା ହୋଇଯାଇଛି । କାହାର ଖାଦ୍ୟ ପୋକ ତ ଆଉ କେଉଁଠି ଅପରିଷ୍କାରକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କିନ୍ତୁ ବର୍ତ୍ତମାନ ଯେଉଁ ଖବର ସୋସିଆଲ୍ ମିଡିଆରେ ମୁଖ୍ୟ ଖବର ପାଲଟିଛି ସେ ହେଉଛି । ରେଲୱେ ଖାଦ୍ୟରେ ବୁଢିଆଣୀ ବାହାରିବା । ଆଜ୍ଞା ହଁ , ଟ୍ୱିଟରରେ ଜଣେ ଯାତ୍ରୀ ଆଇଆରସିଟିସି ପକ୍ଷରୁ ବିରିୟାନି ଅର୍ଡର କରିଥିଲେ । ଯେଉଁଥିରେ ବୁଢିଆଣୀ ବାହାରିଥିଲା ।
Spider in #irctc pantry food on seshadri expres. Complaints not taken in consideration.. Wonder what other people got in their packs #IRCTC#minstryofrailways#PiyushGoyal#IndianRailwayspic.twitter.com/ye38Q3AoLH
— Mitesh Surana (@miteshsurana) February 21, 2020
ଆପଣଙ୍କୁ କହିରଖୁଛୁ ଏହା ପ୍ରଥମଥର ନୁହଁ ଯେ କୌଣସି ଯାତ୍ରୀ ରେଲୱେର ଖାଦ୍ୟ ଉପରେ ଅସନ୍ତୋଷ ଜାହିର କରିନାହାନ୍ତି । ଏହାପୂର୍ବରୁ ଡାଲିରେ ଏବଂ ଟମାଟ ସସ୍ ରେ ମଧ୍ୟ ପୋକ ମିଳିଥିଲା । ଟ୍ୱିଟରରେ ମିତେଶ୍ ସୁରାନା ନାମକ ଏହି ଯାତ୍ରୀ ଶେଷାଦ୍ରୀ ଏକ୍ସପ୍ରେସ୍ ରେ ଯାତ୍ରା ସମୟରେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା କଥା ସେୟାର୍ କରିଥିଲେ ।
ମିତେଶ୍ ବିରିୟାନି ଡବ୍ୱା ଖୋଲିବା ପରେ ଏଥିରେ ବୁଢିଆଣି ଦେଖି ପ୍ରଥମେ ଆଇଆରସିଟିସି କ୍ୟାଟରିଙ୍ଗ୍ କୁ ଅଭିଯୋଗ କରିଥିଲେ । କିନ୍ତୁ ତାଙ୍କ କଥାକୁ କେହି ଶୁଣିନଥିଲେ ତେଣୁ ସେ ଟ୍ୱିଟରରେ ଏହି ଫଟୋକୁ ସେୟାର୍ କରିଥିଲେ । ଫଟୋ ପୋଷ୍ଟ କରି ସେ ଲେଖିଥିଲେ ଯେ , ଆଶ୍ଚର୍ଯ୍ୟର କଥା ଏହି ଖାଦ୍ୟ ଆଉ କେତେ ଜଣଙ୍କ ପାଖକୁ ଯାଇଥିବେ ଏବଂ ସେମାନେ ଏହା ଖାଇଥିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/dfCapture.jpg)
/kanak/media/post_attachments/wp-content/uploads/2020/02/irctc-5_022120044400-300x222.jpg)