କନକ ବ୍ୟୁରୋ :ଆକାଶରେ ଦୋହଲିଲା ବିମାନ । ଝଡ, ବତାସରେ ଫସିଲା ସ୍ପାଇସଜେଟର ବିମାନ ଏସଜି-୯୪୫ । ମୁମ୍ବାଇରୁ ପଶ୍ଚିମବଙ୍ଗର ଦୁର୍ଗାପୁର ଯାତ୍ରା କରୁଥିବା ସ୍ପାଇସଜେଟର ବିମାନ ରବିବାର ଅପରାହ୍ଣରେ ଅବତରଣର କିଛି ସମୟ ପୂର୍ବରୁ ଝଡରେ ଫସିଥିଲା । କାଳବୈଶାଖୀ ତୋଫାନରେ ଫଶିବାରୁ ବିମାନ ଖୁବ ଜୋରରେ ଦୋହଲିଥିଲା । ଫଳରେ ବିମାନରେ ଯାତ୍ରା କରୁଥିବା ଲୋକଙ୍କୁ ଲାଗିଥିଲା ଜୋରଦାର ଝଟକା ।
ଏପରିକି ସିଟ୍ ଉପରେ ଥିବା ଲଗେଜ କ୍ୟାବିନ ଭାଙ୍ଗି ଲୋକଙ୍କ ଉପରେ ପଡିଥିଲା । ଏହି ସମୟରେ ବିମାନରେ ଯାତ୍ରା କରୁଥିବା ଲୋକେ ବେଶ ଭୟଭୀତ ହୋଇ ପଡିଥିଲେ । ଘଟଣାରେ ୧୧ଜଣ ଯାତ୍ରୀ ଓ ଅନ୍ୟ ୩ ଜଣ ବିମାନ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଏଭଳି ଆତଙ୍କ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
Horrific video shows moments of panic inside the Mumbai-Durgapur SpiceJet flight after it witnessed severe turbulence while landing. #SpiceJetpic.twitter.com/dJ2e3bJN7z
— Vani Mehrotra (@vani_mehrotra) May 2, 2022
ଆହତ ହୋଇଥିବା ଯାତ୍ରୀଙ୍କ କହିବା ଅନୁଯାୟୀ, ଲ୍ୟାଣ୍ଡିଂ ପୂର୍ବରୁ ବିମାନରେ ସାମାନ୍ୟ ଝଟକା ଅନୁଭୂତ ହୋଇଥିଲା । କିନ୍ତୁ ଏହାର କିଛି ସେକେଣ୍ଡ ମଧ୍ୟରେ ବିମାନରେ ବଡ ଝଟକା ଅନୁଭୂତ ହେବା ସହ କିଛି ସିଟ୍ ଭାଙ୍ଗି ଯାଇଥିଲା । ତେବେ ସ୍ପାଇସଜେଟ ପକ୍ଷରୁ କୁହାଯାଇଛି ଯେ, ଦୁର୍ଗାପୁରକୁ ଆସୁଥିବା ବିମାନରେ ଯେଉଁ ଦୁର୍ଘଟଣା ହୋଇଛି ସେଥିରେ ୧୧ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆଉ ଗୁରୁତର ୧୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୮ ଜଣ ଯାତ୍ରୀଙ୍କୁ ଡିସଚାର୍ଜ କରାଯାଇଛି । ଏପରିକି ଏହି ଘଟଣା ସମୟରେ କିଛି ଯାତ୍ରୀ ସିଟ୍ ବେଲ୍ଟ ଲଗାଇନଥିବା କମ୍ପାନି ପକ୍ଷରୁ କୁହାଯାଇଛି ।