ଉଡନ୍ତା ବିମାନରେ ଅସଦାଚରଣ ଅଭିଯୋଗ । ଦାର୍ଜିଲିଂରୁ କୋଲକାତା ଆସୁଥିବା ସ୍ପାଇସଜେଟ୍ ବିମାନରେ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ

307

କନକ ବ୍ୟୁରୋ : ଉଡନ୍ତା ବିମାନରେ ଅସଦାଚରଣ ଅଭିଯୋଗ । ଜଣେ ୨୬ ବର୍ଷୀୟା ଯୁବତୀ ଆଣିଛନ୍ତି ଏପରି ଅଭିଯୋଗ । ଦାର୍ଜିଲିଂରୁ ସ୍ପାଇସଜେଟ୍ ବିମାନରେ ସେ ପରିବାର ଲୋକଙ୍କ ଆସୁଥିଲେ । ଗୋଟିଏ ଧାଡିରେ ନବସି ଆଗ ପଛ ହୋଇ ବସିଥିଲେ । ଏହି ସମୟରେ କୋଲକାତାର ଏକ ଲ’ ସ୍କୁଲର ୫ ବର୍ଷ ଛାତ୍ର ମହିଳାଙ୍କ ପାଖ ସିଟରେ ବସିଥିଲେ । ବିମାନଟି ଟେକ୍ ଅଫ କରିବା ପରେ ଯୁବତୀ ଜଣଙ୍କ ହେଡଫୋନ ଲଗାଇ ମ୍ୟୁଜିକ୍ ଶୁଣୁଥିଲେ । ଏହି ସମୟରେ ଯୁବକ ଜଣଙ୍କ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ସ୍ପର୍ଶ କରିଥିବା ଅଭିଯୋଗ ହୋଇଛି । ଏହାପରେ ବିମାନରେ ଥିବା କ୍ରିଉ ସଦସ୍ୟଙ୍କୁ ଯୁବତୀ ଜଣଙ୍କ ଅବଗତ କରାଇଥିଲେ । ପରେ ସଂପୃକ୍ତ ଯୁବକ କ୍ଷମା ମାଗିଥିବା ଜଣାପଡିଛି । ଏହାପରେ ବାଗଡୋଗରାରେ ବିମାନଟି ଅବତରଣ କରିଥିଲା । ଏହି ସମୟରେ ବିମାନବନ୍ଦର କର୍ତୃପକ୍ଷ ଓ ସିଆଇଏସଏଫ ଯବାନ ଅଭିଯୋଗ ଶୁଣିଥିଲେ । ତେବେ ଏହାର ପ୍ରମାଣ ନଥିବାରୁ କୌଣସି ଅଭିଯୋଗ ଦାଖଲ ନକରିବାକୁ କୁହାଯାଇଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ।