କନକ ବ୍ୟୁରୋ: ନୂଆଦିଲ୍ଲୀରୁ ଝାରୁସୁଗୁଡା ଆସୁଥିବା ସ୍ପାଇସଜେଟ୍ ବିମାନ ବାତିଲକୁ ନେଇ ଯାତ୍ରୀ ଅସନ୍ତୋଷ । ଦୁଇ ଦୁଇ ଥର ସମୟ ପରବର୍ତନ କରିବା ପରେ ଶେଷରେ ଉଡାଣକୁ ବାତିଲ କରି ଦେଇଛି ସ୍ପାଇସ୍ ଜେଟ । ଏହି ଖବର ପାଇବା ପରେ ଝାରୁସୁଗୁଡା ଆସିବା ପାଇଁ ବିମାନ ବନ୍ଦରରେ ଅପେକ୍ଷା କରିଥିବା ଯାତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଗତକାଲି ଦିନ ୧୨ଟାରେ ଦିଲ୍ଲୀରୁ ଯାତ୍ରୀଙ୍କୁ ନେଇ ଝାରସୁଗୁଡାକୁ ଉଡାଣ ଭରିବାର ଥିଲା । ହେଲେ ବିମାନ ଉଡାଣ ଭରିନଥିଲା । ଏହାର କିଛି ସମୟ ପରେ ଯାତ୍ରୀଙ୍କୁ କୁହାଯାଇଥିଲା ରାତି ୮ଟାରେ ବିମାନ ଝାରସୁଗୁଡା ଯାତ୍ରା କରିବ ବୋଲି କୁହାଯାଇଥିଲା । ହେଲେ ଶେଷରେ ବିମାନକୁ ବାତିଲ କରାଗଲା ବୋଲି ସ୍ପାଇସଜେଟ କର୍ତୃପକ୍ଷ ଯାତ୍ରୀଙ୍କୁ ସୂଚନା ଦେଇଥିଲେ । ଅନ୍ୟପଟେ ଯାତ୍ରା ପାଇଁ ଅପେକ୍ଷା କରିଥିବା ବିମାନ ବନ୍ଦରରେ ଅପେକ୍ଷା କରିଥିବା ଯାତ୍ରୀଙ୍କ ପାଇଁ କୌଣସି ସୁବିଧା କରାଯାଇନଥିବା ବୋଲି ଅଭିଯୋଗ ହୋଇଛି ।