କନକ ବ୍ୟୁରୋ : ଦିଲ୍ଲୀ ବିମାନବନ୍ଦରରେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ସ୍ପାଇସଜେଟର ଏକ ବିମାନ । ଆଜି ସକାଳୁ ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାତ୍ରା ଆରମ୍ଭ କରୁଥିବା ବେଳେ ଏହାର ପଙ୍ଖ ଏକ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଥିଲା । ତେବେ ବଡ ଧରଣର ବିପଦରୁ ଅଳ୍ପକେ ସମସ୍ତେ ବର୍ତ୍ତି ଯାଇଥିଲେ । ଏହାପରେ ବିମାନରେ ଥିବା ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ଜମ୍ମୁକୁ ପଠାଯାଇଥିଲା । ତେବେ ଏହି ଘଟଣାରେ କେହି ଆହତ ହୋଇନଥିବା ବେଳେ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସ୍ପାଇସଜେଟ ପକ୍ଷରୁ କୁହାଯାଇଛି ଯେ, ଆଜି ଦିଲ୍ଲୀରୁ ଜମ୍ମୁକୁ ବିମାନ ଉଡାଣ ଭରିବାର ଥିଲା । ଯାତ୍ରୀ ମାନେ ମଧ୍ୟ ବିମାନରେ ବସି ସାରିଥିଲେ । କିନ୍ତୁ ବିମାନଟି ପଛକୁ ବୁଲୁଥିବା ବେଳେ ଏହାର ଡାହାଣ ପାଶ୍ୱର୍ର ପଙ୍ଖ ଏକ ଇଲେକଟ୍ରିକ ଖୁଣ୍ଟରେ ବାଜିଥିଲା । ଏହି ସମୟରେ ବିମାନଟି ପ୍ୟାସେଞ୍ଜର ଟର୍ମିନାଲରୁ ବାହାରି ରନୱେ ଅଭିମୁଖେ ବାହାରିଥିଲା । ଏହି ଘଟଣାରେ ଉଭୟ ବିମାନ ଓ ରନୱେ ଉଭୟ କ୍ଷତିଗ୍ରସ୍ତ ହୋଇଛି ।
A SpiceJet flight (passengers) collided with an electric pole at the Delhi airport during pushback of the aircraft. The aircraft was changed for the passengers on board; investigations have been launched: Airport official
— ANI (@ANI) March 28, 2022
ଡିଜିସିଏ ଏହି ମାମଲାର ଯାଞ୍ଚ ଆରମ୍ଭ କରିଥିବା ବେଳେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି । ଅଧିକାରୀଙ୍କ କହିବା ଅନୁଯାୟୀ, ବିମାନଟି ସକାଳ ୯ଟା ୨୦ ମିନିଟରେ ଦିଲ୍ଲୀରୁ ଜମ୍ମୁ ଅଭିମୁଖେ ଯାତ୍ରା ଆରମ୍ଭ କରିଥାନ୍ତା ।