ଦେଶରେ ଜୈବ ଇନ୍ଧନ ସହାୟତାରେ ଉଡିବ ବିମାନ : ଏ କ୍ଷେତ୍ରରେ କୃଷକଙ୍କ ରହିଛି ମହତ୍ୱପୂର୍ଣ୍ଣ ଯୋଗଦାନ, ଭାରତ ହେବ ଜୈବ ଇନ୍ଧନର ହବ୍

58

ଏବେ ଦେଶରେ ଜୈବ ଇନ୍ଧନ ସହାୟତାରେ ବିମାନ ଉଡିବ । ଏହି ଦିଗରେ ପ୍ରଥମ ପଦକ୍ଷେପ ନିଆସରିଛି । ସୂଚନାଯୋଗ୍ୟ, ୨୭ ଅଗଷ୍ଟକୁ ସ୍ପାଇସଜେଟ୍ ର ଫ୍ଲାଇଟ୍ ଦେହେରାଦୁନ୍ ରୁ ଦିଲ୍ଲୀ ପର୍ଯ୍ୟନ୍ତ ସଫଳ ଯାତ୍ରା କରିଥିଲା । ଏହି ସମୟରେ ବିମାନରେ ୨୫ ଜଣ ଯାତ୍ରୀ ବସିଥିଲେ । ବିମାନଟି ଜୈବ ଇନ୍ଧନରେ ଯାତ୍ରା କରିବାର ଶ୍ରେୟ ଛତିଶଗଡ଼ କୃଷକଙ୍କୁ ଯାଏ । ଏହି କୃଷକମାନେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଜୈବ ଇନ୍ଧନ ପାଇଁ ଜେଟ୍ରୋଫା ଚାଷ କରୁଛନ୍ତି ।

ଛତିଶଗଡର ରାଜଧାନୀ ରାୟପୁର ସ୍ଥିତ ଘାଟବେହେରା ଗାଁ ଚର୍ଚ୍ଚାରେ ଅଛି । ଏହି ଗାଁ ବାୟୋ-ଡିଜେଲ୍ ପ୍ରସ୍ତୁତ କରିବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି । ବାୟୋ-ଡିଜେଲ ପ୍ରସ୍ତୁତ କରିବା ପାଇଁ ଜେଟ୍ରୋଫା ଲଗାଇବା କାମ ଘାଟବେହେରା ଗାଁରେ ୧୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ଏବେ ସେହି ଚାଷ କରୁଥିବା ଚାଷୀଙ୍କୁ ଏଥିରୁ ଲାଭ ମିଳୁଛି । ଜେଟ୍ରୋଫାର ଚାହିଦା ଆହୁରି ଅଧିକ ବଢ଼ିବ । କୃଷକମାନେ ପରମ୍ପରାଗତ ଚାଷ ସହିତ ଜେଟ୍ରୋଫା ଲଗାଇବାର କାମ ଆରମ୍ଭ କରିଥିଲେ । ବର୍ଷ ୨୦୦୩ରେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ରମଣ ସିଂହ ଜେଟ୍ରୋଫା ଚାଷର ଅଭିଯାନ ଚଳାଇଥିଲେ । ତାଙ୍କର ଯୋଜନା ଥିଲା କି ଭାରତରେ ଜୈବ ଇନ୍ଧନର ହବ୍ ନିର୍ମାଣ କରାଯାଉ ।

ସେମିନାର କରାଯାଇ କୃଷକଙ୍କୁ ଜେଟ୍ରୋଫା ଚାଷ କରିବାକୁ ପ୍ରେରଣା ଦିଆଯାଇଥିଲା । ଏଥିପାଇଁ ସିବିଡିଏ ଜେଟ୍ରୋଫା ପାଇଁ ୧୪ ଟଙ୍କା ପ୍ରତି କିଲୋ ସର୍ବନିମ୍ନ ସମର୍ଥନ ମୂଲ୍ୟ ନିର୍ଦ୍ଧାରିତ କରାଯାଇଛି । କୃଷକଙ୍କୁ ତୁରନ୍ତ ପେମେଣ୍ଟ କରାଯାଏ । ଉତ୍ପାଦିତ କଂଚାତେଲକୁ ଇଣ୍ଡିଆନ ଇଂଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିୟମ ପଠାଯାଏ । ଜେଟ୍ରୋଫାର ୪ କେଜି ମଂଜିରୁ ୧ କେଜି ତେଲ ବାହାରେ । ତେଲ ବାହାରିବା ପରେ ବଂଚିଥିବା ଅପଶିଷ୍ଟ ପଦାର୍ଥର ବ୍ୟବହାର ଖତ ରୂପେ କରାଯାଏ ।