କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ତଥା ନୀତିକୁ ଖୁବ ସମାଲୋଚନା କରୁଥିବା ଜାତୀୟ ଗଣମାଧ୍ୟମ ଚ୍ୟାନେଲ ଏନଡିଟିଭି ବିକ୍ରି ହେବାକୁ ଯାଉଛି । ଖୁବଶୀଘ୍ର ଜାତୀୟ ଗଣମାଧ୍ୟମର ପ୍ରତିଷ୍ଠିତ ଚ୍ୟାନେଲ ଏନଡିଟିଭି ନୂଆ ମାଲିକଙ୍କ ଅଧୀନକୁ ଆସିବାକୁ ଯାଉଛି । ଏବେ ଏନଡିଟିଭିର ପ୍ରମୋଟର ଥିବା ପ୍ରଣୟ ରୟ ଓ ରାଧିକା ରୟ ନିଜ କମ୍ପାନୀର ସେୟାର ବିକ୍ରି କରିବାକୁ ମନ ବଳାଇଛନ୍ତି । ଏଥିପାଇଁ ଏକ ବଡ ଧରଣର ଡିଲ ହୋଇଛି । ଜାତୀୟ ଗଣମାଧ୍ୟମ ଦ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିର୍ପୋଟ ଅନୁଯାୟୀ, ସ୍ପାଇସଜେଟର ସହ-ସଂସ୍ଥାପକ ଅଜୟ ସିଂହଙ୍କ ଅଧୀନକୁ ଏନଡିଟିଭି ଆସିବାକୁ ଯାଉଛି । ଖୁବଶୀଘ୍ର ସେ ଏନଡିଟିଭିର ସବୁଠାରୁ ଅଧିକ ସେୟାର କିଣିବାକୁ ଯାଉଛନ୍ତି । ଇନଡିଟିଭିର ଅଧିକାରୀଙ୍କ କହିବା ଅନୁଯାୟୀ, ଅଜୟ ସିଂହଙ୍କୁ ଚ୍ୟାନେଲର ସେୟାର ବିକ୍ରି କରାଯାଇଛି । ତା ସହିତ ଚ୍ୟାନେଲର ମାଲିକାନାସତ୍ୱ ତଥା ସଂପାଦକୀୟ ଅଧିକାର ମଧ୍ୟ ଅଜୟ ସିଂହଙ୍କ ହାତରେ ରହିବ ।

Advertisment

ajay singhସୁତ୍ର ଅନୂଯାୟୀ, ଅଜୟ ସିଂହ ଏନଡିଟିଭିରୁ ୪୦ ପ୍ରତିଶତ ସେୟାର କିଣିବାକୁ ରାଜି ହୋଇଛନ୍ତି । ଏହାଛଡା ଏବେର ମାଲିକ ଦମ୍ପତି ପଣୟ ରୟ ଓ ରାଧିକା ରୟଙ୍କ ପାଖରେ ମଧ୍ୟ ୨୦ ପ୍ରତିଶତ ରହିବ ବୋଲି ଜଣାପଡିଛି । ମୋଟ୍ ୬୦୦ କୋଟି ଟଙ୍କାରେ ଏହି ଡିଲ ହୋଇଛି । ତେବେ ଏନଡିଟିଭି ଉପରେ ଥିବା ୪୦୦ କୋଟି ଟଙ୍କାର କରଜ ମଧ୍ୟ ସୁଝିବେ ଅଜୟ ସିଂହ । ଏହି ଡିଲ ଅନୁଯାୟୀ, ପ୍ରାୟ ୧୦୦ କୋଟି ଟଙ୍କାର ନଗଦ ଜମା ରାଶି ପାଇପାରିବେ ରୟ ଦମ୍ପତି ।ତେବେ ଏଭଳି ଡିଲକୁ ସମୂର୍ଣ୍ଣ ଭାବେ ମିଥ୍ୟା ଓ ଭୂଲ ବୋଲି କହିଛନ୍ତି ସ୍ପାଇସଜେଟ ଅଧିକାରୀ । ତା ଛଡା ଏନଡିଟିଭିକୁ ପଠାଯାଇଥିବା ଇମେଲ ଓ ମୋବାଇଲ ମେସେଜର କୌଣସି ଉତ୍ତର ଏଯାଏଁ ହସ୍ତଗତ ହୋଇନଥିବା କହିଛନ୍ତି ସ୍ପାଇସଜେଟ ଅଧିକାରୀ ।

ndtvଏନଡିଟିଭିର ସର୍ବାଧିକ ସେୟାର କିଣୁଥିବା ଅଜୟ ସିଂହ ପୂର୍ବରୁ ୨୦୧୪ ମସିହାରେ ବିଜେପିର ନିବାର୍ଚନ ପ୍ରଚାର କୋର କମିଟିରେ ଜଣେ ସଦସ୍ୟ ରହି ସାରିଛନ୍ତି । ତା ଛଡା ୨୦୧୪ ସାଧାରଣ ନିବାର୍ଚନରେ ନରେନ୍ଦ୍ର ମୋଦିଙ୍କ ପ୍ରଚାର ସମୟରେ ସବୁଠାରୁ ଅଧିକ ଲୋକପ୍ରିୟ ହୋଇଥିବା ଅବକୀ ବାର ମୋଦି ସରକାର ନାରାର ମୁଖ୍ୟ ପୁରୋଧା ହେଉଛନ୍ତି ଅଜୟ । ଏପରିକି ବାଜପେୟୀ ସରକାର ସମୟରେ ପ୍ରମୋଦ ମହାଜନଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ ତୁଲାଇ ସାରିଛନ୍ତି । କିନ୍ତୁ ଏବେ ଏନଡିଟିଭି ମାଲିକନାସତ୍ୱ ହାସଲ କରିବା ପରେ ହୁଏତ ତାଙ୍କୁ ଅଗ୍ନିପରୀକ୍ଷାର ସାମ୍ନା କରିବାକୁ ପଡିପାରେ । କାରଣ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସମୟରେ ବିଭିନ୍ନ କାରଣ ନେଇ ସମାଲୋଚନା କରୁଥିବା ଏନଡିଟିଭିକୁ ସେ କିପରି ସରକାରଙ୍କ ସପକ୍ଷକୁ ଆଣିବେ ତାହା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ ।

ନ୍ୟୁଜ୍ ମାଧ୍ୟମରେ ମୋଦି ସରକାରଙ୍କୁ ସର୍ବଦା ହରଡଘଣାରେ ପକାଉଥିବା ଏନଡିଟିଭି ଅଜୟ ସିଂହଙ୍କ ମାଲିକନାକୁ ଆସିବା ପରେ ପୂର୍ବଭଳି କେନ୍ଦ୍ର ସରକାରଙ୍କ ଉପରେ କଠୋର ମନୋଭାବ ପୋଷଣ କରିବ ନା ନରମ ମନୋଭାବ ଦେଖାଇବ ତାହା ଦେଖିବା ବାକି ରହିଲା । ମିଡିଆ ଜଗତରେ ପୂର୍ବରୁ ମଧ୍ୟ ଅଜୟଙ୍କର ଅଭିଜ୍ଞତା ରହିଛି । ବାଜପେୟୀ ସରକାର ସମୟରେ ଡିଡି ନ୍ୟୁଜ ଓ ଡିଡି ସ୍ପୋର୍ଟ୍ସ ଚ୍ୟାନେଲ ଲଞ୍ଚ ହେବା ପଛରେ ଅଜୟଙ୍କର ପ୍ରମୁଖ ହାତ ରହିଥିଲା ।