ବାପା ଧୂମପାନ କଲେ ପୁଅ ହେବେ ନପୁସଂକ ! ସର୍ଭେରୁ ଆସିଲା ଚାଞ୍ଚଲ୍ୟ କଲା ଭଳି ରିପୋର୍ଟ ।

585

ରିସର୍ଚ୍ଚ ଏବଂ ଅଧ୍ୟୟନରୁ ଜଣାପଡିଛି ଯେ ଗର୍ଭବତୀ ସମୟରେ ଯଦି ଜଣେ ମହିଳା ଧୂମପାନ କରନ୍ତି ତେବେ ଏହାର କୁପ୍ରଭାବ ସିଧାସଳଖ ଗର୍ଭସ୍ଥ ଶିଶୁ ଉପରେ ପଡେ । ଏପରିକି ଏମିତି ବି ହୁଏ ଗର୍ଭସ୍ଥ ଶିଶୁ ପୁତ୍ରର ଶୁକ୍ରାଣୁ ମାତ୍ରା ମଧ୍ୟ କମିଯିବ । ବର୍ତ୍ତମାନ ଏକ ଗବେଷଣାରୁ ଜଣାପଡିଛି କି ଯଦି ଗର୍ଭାବସ୍ଥା ସମୟରେ ପିତା ଧୂମପାନ କରନ୍ତି ତେବେ ପୁତ୍ରର ଶୁକ୍ରାଣୁ ମାତ୍ରା ୫୦ ପ୍ରତିଶତ କମ୍ ହେବ ।

 

ଅକ୍ସଫର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ କହିବା ମୁତାବକ ଏଭଳି କିଛି ଲୋକଙ୍କ ଉପରେ ପରୀକ୍ଷା କରାଗଲା ଯାହାଙ୍କ ଶୁକ୍ରାଣୁ ମାତ୍ରା ଅନ୍ୟଙ୍କ ତୁଳନାରେ ଖୁବ୍ କମ୍ ଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ମା’ଙ୍କ ଧୂମପାନ କରିବା ଅପେକ୍ଷା ପିତାଙ୍କ ଧୂମପାନ ପାଇଁ ଅଧିକ ଲୋକଙ୍କ ଶୁକ୍ରାଣୁର ମାତ୍ରା ୫୦ ପ୍ରତିଶତ କମ୍ ହୋଇ ଯାଇଥିଲା ।

ତେବେ କେବଳ ପୁଅ ନୁହଁ ଝିଅ ପାଇଁ ମଧ୍ୟ ଏଥିଯୋଗୁଁ ପ୍ରଜନନ କ୍ଷମତା କମ୍ ଦେଖା ଯାଇଥାଏ । ତେଣୁ କେବଳ ମା’ ନୁହଁ ପିତାଙ୍କ ଧୂମପାନ ମଧ୍ୟ ପିଲାଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ ।