ଭୁବନେଶ୍ୱରରେ ଫେସବୁକରେ ହେଲା ଲାଇଭ୍ ! ଘଂଟାକୁ ୧୩୦ କିଲୋମିଟର ବେଗରେ ବାଇକ୍ ଚଳାଇ ଲାଇଭ୍ କଲେ ଯୁବକ

Advertisment
ଭୁବନେଶ୍ୱରରେ ଫେସବୁକରେ ହେଲା ଲାଇଭ୍ ! ଘଂଟାକୁ ୧୩୦ କିଲୋମିଟର ବେଗରେ ବାଇକ୍ ଚଳାଇ ଲାଇଭ୍ କଲେ ଯୁବକ

କନକ ବ୍ୟୁରୋ : ବେଗ ବଢୁଥାଏ ଜୋସ୍ ବି ବଢୁଥାଏ । ରାଜଧାନୀର ରାଜରାସ୍ତାରେ ରେସିଂ ବାଇକ୍ ସମସ୍ତଙ୍କୁ ଅତିକ୍ରମ କରି ଆଗକୁ ଆଗ ମାଡି ଚାଲିଥାଏ । ବାଇକର ସ୍ପିଡ୍ ଯେତିକି ବଢୁଥାଏ, ଚାଳକର ଉତ୍ସାହ ମଧ୍ୟ ସେତିକି ବଢୁଥାଏ । ଆଉ ସ୍ପିଡୋମିଟରକୁ ହାତରେ ମୋବାଇଲ ଧରି ରେକର୍ଡ କରୁଥାଆନ୍ତି ବାଇକ ପଛରେ ବସିଥିବା ଯୁବକ । ଗାଡିର ବେଗ ବଢି ବଢି ଘଣ୍ଟାକୁ ୧୨୪ କିଲୋମିଟରରେ ପହଞ୍ଚିଲା ।

ଠିକ୍ ଦିଲ୍ଲୀ ଷ୍ଟାଇଲରେ । ୧୫୦ କିଲୋମିଯର ବେଗରେ ବାଇକ୍ ଚଳାଇ କାନ୍ଥକୁ ଧକ୍କା ଦେଇ ଆରପାରିକୁ ଚାଲିଗଲା ସେହି ଯୁବକ । କିନ୍ତୁ ରେସିଂ ବାଇକ ଧରି ପବନ ଭଳି ଗାଡି ଚଳାଇବାର ନିଶା ଅନେକଙ୍କ ମନରୁ ଯାଉ ନାହିଁ । ରାଜଧାନୀର ରାଜରାସ୍ତାରେ ଏହି ଯୁବକ ଜଣକ ଗାଡି ଚଳାଉଥିବା ବେଳେ ନିଜ ଫେସବୁକରେ ଲାଇଭ କରିଛନ୍ତି ।

ଯେ କେହି ସହଜରେ ଅନୁମାନ କରିପାରିବେ ଯଦି ଏହି ବେଗରେ କେହି ହଠାତ୍ ସାମ୍ନାକୁ ଆସିଯାଆନ୍ତି ତେବେ କଣ ହେବ । କାରଣ ଏହି ବେଗରେ ବାଇକକୁ ନିୟନ୍ତ୍ରଣ କରିବା ସହଜ ନୁହେଁ । ଫେସବୁକରେ ଗୁରୁବାର ରାତିରେ ପ୍ରବଳ ବେଗରେ ବାଇକ ଚଳାଇ ଏହି ଦୃଶ୍ୟକୁ ଫେସବୁକରେ ଲାଇଭ କରିବା ଯେତିକି ଆମୋଦଦାୟକ, ତା ଠାରୁ ଯଥେଷ୍ଟ ଅଧିକ ବିପଦପୂର୍ଣ୍ଣ ଏବଂ ଯଦି ଆପଣ ସୁରକ୍ଷିତ ଫେରି ଆସୁଛନ୍ତି ତେବେ ଆପଣଙ୍କ ଭାଗ୍ୟ ଟାଣ ବୋଲି କୁହାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe