ଖଚାଖଚ୍ ଭର୍ତ୍ତି ଷ୍ଟାଡିୟମରେ ଖେଳାଯାଉଛି କ୍ରିକେଟ୍ । ହେଲେ ଓଡ଼ିଶାରେ ଜୁନିୟର ହକି ବିଶ୍ୱ ପାଇଁ କଡା କଟକଣା, ଖାଲି ଷ୍ଟାଡିୟମରେ ହେବ ଖେଳ ।
କନକ ବ୍ୟୁରୋ : ଭାରତ ନ୍ୟୁଜିଲାଣ୍ଡ ଟି-୨୦ ସିରିଜରେ ଷ୍ଟାଡିୟମରେ ଦର୍ଶକଙ୍କ ଭରପୁର ଭିଡ ରହିଥିଲା । ସେ କୋଲକାତା ହେଉ ବା ରାଞ୍ଚି କିମ୍ବା ଜୟପୁର । ସବୁଠି ଷ୍ଟାଡିୟମରେ ମ୍ୟାଚକୁ ଉପଭୋଗ କରିବାକୁ ଅନୁମତି ମିଳିଥିଲା । ହେଲେ ଓଡ଼ିଶାରେ ଏହାର ବିପରୀତ ଦିଗ ଦେଖିବାକୁ ମିଳୁଛି । ଆଗାମୀ ୨୪ରୁ ଅଣ୍ଡର-୧୬ ବିଶ୍ୱକପ୍ ହକି ଆରମ୍ଭ ହେବାକୁ ଥିବା ବେଳେ ଷ୍ଟାଡିୟମରେ ଦର୍ଶକଙ୍କୁ ବସିବାକୁ ଅନୁମତି ଦେଉନାହାନ୍ତି ରାଜ୍ୟ ସରକାର । ପ୍ରଶ୍ନ ଉଠୁଛି ସଂକ୍ରମଣର ସଂଖ୍ୟା କମ ରହୁଥିବା ବେଳେ ଏଭଳି ପଦକ୍ଷେପ କଣ କେବଳ ବାହାବାହା ନେବା ପାଇଁ ।
Kanak News is now on WhatsApp
Join and get latest news updates delivered to you via WhatsApp
କୋଲକାତାର କ୍ରିକେଟ ମଇଦାନ ଇଡେନ୍ ଗାର୍ଡେନରେ କ୍ରିକେଟର ଭରପୁର ମଜା ଉଠାଉଛନ୍ତି ଦର୍ଶକ । ଗ୍ୟାଲେରୀରେ ଖଚାଖଚ ଭିଡ । ଏସବୁ ମାଧ୍ୟମରେ ଗୋଟିଏ ବାର୍ତ୍ତା ଦିଆଯିବାକୁ ଚେଷ୍ଟା କରାଯାଉଛି ଯେ, ଅର୍ଥନୀତିକୁ ଟ୍ରାକକୁ ଫେରାଇବାକୁ ପଡିବ, ଜୀବନ ସ୍ୱାଭାବିକ ହେବାକୁ ସୁଯୋଗ ତିଆରି କରିବାକୁ ହେବ ।
ଏହାରି ଭିତରେ ପ୍ରଶ୍ନ ଉଠୁଛି, ଫିକା ପଡିବ କି ଓଡ଼ିଶା ହକି ? ଖେଳ ଦେଖିବାରୁ ବଞ୍ଚିତ ହେବେ ହକି ପ୍ରେମୀ ? ଓଡିଶା ସରକାର ବିନା ଦର୍ଶକରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଶ୍ନ ଉଠୁଛି, କେତେଦିନ ଏମିତି କରୋନା କରୋନା କହି, ସବୁ କିଛି ବନ୍ଦ କରିଦେବା ? ଯଦି ଦର୍ଶକ ଗ୍ୟାଲେରୀକୁ ସମ୍ପୂର୍ଣ୍ଣ ବନ୍ଦ କରିବାର ଆବଶ୍ୟକତା ରହିଛି, ତେବେ କ୍ରିକେଟ ଷ୍ଟାଡିୟମରେ ଅନୁମତି କେମିତି ଦିଆଯାଉଛି ? ଏ ପ୍ରଶ୍ନ ସମସ୍ତଙ୍କ ମନକୁ ଆସୁଛି ।
ହକି ପାଇଁ ଓଡି଼ଶାରେ ଅଛି ଆଗ୍ରହ । ସୁଯୋଗ ଦେଲେ ଷ୍ଟାଡିୟମରେ ହକି ଦେଖିବେ ଦର୍ଶକ । ଆଉ ମାତ୍ର ଦିନକ ପରେ ଆରମ୍ଭ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍ । ମ୍ୟାଚ ଆୟୋଜନ ପାଇଁ ଷ୍ଟାଡିୟମ ଏବଂ ଟର୍ଫ ବି ପ୍ରସ୍ତୁତ ହୋଇ ରହିଛି । ସମସ୍ତ ଅଂଶଗ୍ରହଣକାରୀ ଦଳ ଭୁବନେଶ୍ୱରରେ ପହଁଚି ସାରିଛନ୍ତି ଓ ଲଢ଼େଇ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ହେଲେ, ବିନା ଦର୍ଶକରେ ଚଳିତ ଥର ମ୍ୟାଚ ଆୟୋଜନ ହେଉଥିବାରୁ ଫିକା ପଡିପାରେ ବିଶ୍ୱକପ ।