ଟୋଲ ପ୍ଲାଜାଗୁଡିକରେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ  ଗାଡି ଚାଳକମାନେ ଫାଷ୍ଟଟ୍ୟାଗ ଡିଭାଇସର ସାହାରା ନେଇଥାନ୍ତି । ଆଉ ବିଭିନ୍ନ ଟୋଲ ଗେଟ୍ ମାନଙ୍କରେ ଏଥିପାଇଁ ଏକ ସ୍ୱତନ୍ତ୍ର ବୁଥ ବା ଲେନ  ମଧ୍ୟ  ତିଆରି କରାଯାଇଛି ।  କିନ୍ତୁ କିଛି ଗାଡି ଚାଳକମାନେ ବିନା  ଫାଷ୍ଟଟ୍ୟାଗ ବାଲା ଗାଡୁିକୁ ନେଇ ବି ଏହି ଲେନରେ ପଶି ଯାଆନ୍ତି ।  ଯାହା ଫଳରେ ଫାଷ୍ଟାଟ୍ୟାଗ ଡିଭାଇସ ବିଶିଷ୍ଟ ଗାଡିକୁ ଟୋଲ ପ୍ଲାଜାମାନଙ୍କରେ ଅଜଥାରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିଥାଏ ।

Advertisment

କିନ୍ତୁ ଏବେ କେନ୍ଦ୍ର ସରକାର ଏନେଇ ଏକ ସର୍କୁଲାର ଖୁବ୍ ଶୀଘ୍ର ଜାରି କରିପାରନ୍ତି । ଯାହା ଅନୁସାରେ, ଯଦି ଆପଣ ବିନା ଡିଭାଇସ ଯୁକ୍ତ ଗାଡି ନେଇ ଫାଷ୍ଟଟ୍ୟାଗ ବାଲା ବୁଥରେ ପଶନ୍ତି ତେବେ ଆପଣଙ୍କୁ ଏଥିପାଇଁ ଦୁଇଗୁଣା ଟୋଲ ଟ୍ୟାକ୍ସ ଭରିବାକୁ ପଡିପାରେ ।

ଫାଷ୍ଟଟ୍ୟାଗ ବୁଥ କଣ 

ଫାଷ୍ଟଟ୍ୟାଗ ହେଉଛି ଗାଡିର ଓି୍ୱଣ୍ଡସ୍କ୍ରିନ ସହ ଜଡିତ ଏକ ଉପକରଣ । ଏହା ରେଡିଓ ଫ୍ରିକ୍ୱୋଏନ୍ସି ଆଇଡେଣ୍ଟିଫିକେସନ ଟେକନିକ ଉପରେ ଆଧାରିତ । ଏହାଦ୍ୱାରା ବୁଥ ଦେଇ ଯାଉଥିବା ଗାଡିମାନଙ୍କର ସମସ୍ତ ତଥ୍ୟ ଆପଣା ଛାଏଁ ରେକର୍ଡ ହୋଇଯାଇଥାଏ । ଏବଂ  ଟୋଲର ଭଡା ସିଧା ଗାଡି ମାଲିକଙ୍କ ବ୍ୟାଙ୍କ ଖାତାରୁ କାଟି ନିଆଯାଇଥାଏ । ଯାହାକି ଫାଷ୍ଟଟ୍ୟାଗ ସହ ଜଡିତ ଥିବ । ଏହାଦ୍ୱାରା ଡ୍ରାଇଭରକୁ ଟୋଲ ପ୍ଲାଜାରେ ଆଉ ଅଜଥାରେ ଅଟଳିବାକୁ ପଡିନଥାଏ ।