ଚର୍ଚ୍ଚାରେ କୁନି ଅର୍ଜୁନ…ଧୂଳି ଖେଳ ବୟସରେ ସାଜିଛନ୍ତି ଦକ୍ଷ ଧନୁର୍ଦ୍ଧାରୀ । ମହାଭାରତର ଅର୍ଜୁନଙ୍କ ପରି ତୀକ୍ଷଣ ନଜର…୬ ବର୍ଷ ବୟସରେ ଲକ୍ଷ୍ୟଚ୍ୟୁତ ହୋଇନି ତାଙ୍କର ଗୋଟିଏ ବି ତୀରନ୍ଦାଜୀ

153

କନକ ବ୍ୟୁରୋ: ଆଦିତ୍ୟ ସିଂହ ଓରଫ ଅର୍ଜୁନ । ବୟସ ମାତ୍ର ୬ ବର୍ଷ । ଏହି କୁନି ବୟସରେ ଅର୍ଜୁନ ଭାରତ ପାଇଁ ଆଣିଛି ଗର୍ବ ଆଉ ଗୌରବ । ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା ବାରାଣସୀର ଏହି ବାଳକ ଭାରତ ପାଇଁ ଆଣିଛନ୍ତି ରୌପ୍ୟ ପଦକ । ତାହା ପୁଣି ଅନ୍ତର୍ଜାତୀୟ ସ୍ତରରେ । ବିଶ୍ୱକପ୍ ତୀରନ୍ଦାଜୀରେ ଭାରତ ପାଇଁ ସିଲଭର ମେଡାଲ ଜିତିଛନ୍ତି ଅର୍ଜୁନ ।

ପ୍ରତିଯୋଗୀତା ଏମିତି ସେମିତି ନଥିଲା । ଯୁବ ବିଶ୍ୱ କପ୍ । ସାରା ବିଶ୍ୱର ବଛା ବଛା ତଥା ବଡ ବଡ ତୀରନ୍ଦାଜ ଅଂଶଗ୍ରହଣ କରିଥିଲେ । ହେଲେ ସମସ୍ତଙ୍କୁ ପଛରେ ପକାଇ ନିଜର ଅସାଧାରଣ ପ୍ରତିଭା ଦେଖାଇଛନ୍ତି ଅର୍ଜୁନ । ଆଉ ଭାରତର ଏହି ୬ ବର୍ଷର ବାଳକର ପ୍ରଦର୍ଶନ ଦେଖି ଚକିତ ହୋଇଯାଇଛନ୍ତି ବିଶ୍ୱର ଶ୍ରେଷ୍ଠ ଖେଳାଳି । ଚୀନର ମକାଉରେ ଆୟୋଜିତ ୟୁଥ୍ ଇନଡୋର ତୀରନ୍ଦାଜୀ ୱାଲ୍ଡ କପରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି ଏହି ୬ବର୍ଷର ବାଳକ ।

ଉଭୟ ଉଚ୍ଚତା ଏବଂ ବୟସ ତୁଳନାରେ ବାକି ଖଳାଳିଙ୍କଠାରୁ ଅର୍ଜୁନ ଅତି ସାନ । ତେବେ ମନରେ ଥିବା ଦୃଢ ଆତ୍ମବିଶ୍ୱାସ କିନ୍ତୁ ବଡ ବଡ ଖେଳାଳିଙ୍କୁ ମାତ୍ ଦେଇଥିଲା । ଆଉ ଏହି ଆତ୍ମବିଶ୍ୱାସ ବଳରେ ଅର୍ଜୁନ ନିଜ ବଡ ଲକ୍ଷ୍ୟକୁ ପୁରା କରିବାରେ ସଫଳ ହୋଇଥିଲେ । ଖେଳକୁଦର ବୟସରେ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତାଇଛନ୍ତି ଅର୍ଜୁନ । ଏବେ ବି ତାଙ୍କ ମନରେ ଅନେକ ଆଶା । କିଛି ନୂଆ କରିବାର ଇଚ୍ଛା । ଯେଉଁ ଆଶାକୁ ନେଇ ବିଶ୍ୱର ଶ୍ରେଷ୍ଠ ତିରନ୍ଦାଜ ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

Comments are closed.