ମାଆ ପରି କିଏ ହେବ ? ରକ୍ତ ଜୁଡୁବୁଡୁ ଅବସ୍ଥାରେ ବି ପିଲାକୁ କରାଇଲେ ସ୍ତନ୍ୟପାନ, ସଡକ ଦୁର୍ଘଟଣାର ଏକ ଫଟୋ ଦେଖି ଆପଣ ବି ହୋଇଯିବେ ଭାବୁକ

4,586

ନୋଇଡା-ଗ୍ରେନୋ ଏକ୍ସପ୍ରେସୱେରେ ସେକ୍ଟର-୧୫୦ ନିକଟରେ ଗତକାଲି ସକାଳେ ଆଗ୍ରାରୁ ଦିଲ୍ଲୀ ଆସୁଥିବା ଏକ ବସ୍ ସନ୍ତୁଳନ ହରାଇ ରାସ୍ତା କଡରେ ଥିବା ଡିଭାଇଡର ଭାଙ୍ଗି ଏକ ବଡ ଖୁଂଟରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ଫଳରେ ବସରେ ବସିଥିବା ପାଖାପାଖି ୬୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୭ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା ଘଟାଇ ଗାଡିର ଚାଳକ ଫେରାର ହୋଇଯାଇଛି ।

ତେବେ ବସ ଦୁର୍ଘଟଣାଗ୍ରସ୍ତ ବେଳର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଜଣେ ମହିଳାଙ୍କୁ ଏକ ଶିଶୁକୁ ସ୍ତନ୍ୟପାନ କରୁଥିବାର ଦୃଶ୍ୟ ରହିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋରେ ଦେଖିବାକୁ ମିଳିଛି କି ଜଣେ ମହିଳା ଯାହାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏପରିକି ଆଘାତ ଲାଗିଥିବା ସ୍ଥାନରୁ ପ୍ରବଳ ରକ୍ତ ସ୍ରାବ ମଧ୍ୟ ହେଉଛି । କିନ୍ତୁ ଏସବୁକୁ ଖାତିର ନକରି, ରକ୍ତ ବାହାରୁଥିବା ସ୍ଥାନରେ କପଡା ବାନ୍ଧି ଭୋକରେ କାନ୍ଦୁଥିବା ପାଖାପାଖି ୧୦ ମାସର ହେବ ଶିଶୁକୁ ସ୍ତନ୍ୟପାନ କରାଉଛନ୍ତି ।

ହେଲେ ବଡ ଦୁଃଖ କଥା କି, ଏହି ସମୟରେ ସେହି ରାସ୍ତା ଦେଇ ଯାଇଥିବା ଅନେକ ଲୋକ ଦୁର୍ଘଟଣାର ଫଟୋ ଏବଂ ଭିଡିଓ ବନାଉଥିଲେ ସତ କିନ୍ତୁ କେହି ଜଣିଏ ହେଲେବି ସହୟତା କରିବା ପାଇଁ ଆଗେଇ ଆସିନଥିଲେ । ତେବେ ପରବର୍ତ୍ତୀ ସମୟରେ ଘଟଣା ସ୍ଥଳରେ ପୁଲିସ ଆସି ପହଂଚି, ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତଙ୍କୁ ମେଡିକାଲକୁ ପଠାଇଥିଲା ।