ବିଶ୍ୱାସ ମୂଳେ ଭଗବାନ…ଜଗତସିଂହପୁରରେ ଦେଖିବାକୁ ମିଳେ ଇଶ୍ୱରଙ୍କ ଅଲୌକିକ ଦୃଶ୍ୟ…ଧଳା ଝିଟିପିଟି ରୂପରେ ଦର୍ଶନ ଦିଅନ୍ତି ବାବା ଗୋରଖନାଥ…ସତ ସତ ସତ ଶଦ୍ଦରେ ରୋଗୀ ହେଉଛନ୍ତି ଅରୋଗ୍ୟ

3,686

ଜଗତସିଂହପୁର ଜିଲ୍ଲା ଗୋରଖନାଥ ପୀଠରେ ଆରୋଗ୍ୟ ହେଉଛନ୍ତି ସର୍ପାଘାତ ରୋଗୀ

ଧଳା ଝିଟିପିଟି ରୁପରେ ଦର୍ଶନ ଦେଉଛନ୍ତି ବାବା ଗୋରଖନାଥ

ଟିକ୍ ଟିକ୍ ଟିକ୍ (ସତ ସତ ସତ ) ଶଦ୍ଦରେ ଦିଆଯାଉଛି ହୁକୁମ

ସର୍ପାଘାତ ରୋଗୀ ଆରୋଗ୍ୟ ହେବା ସହ ଭକ୍ତଙ୍କର ମାନସିକ ପୂରଣ ହେଉଥିବାର ବିଶ୍ୱାସ ରହିଛି

କନକ ବ୍ୟୁରୋ: କଥାରେ ଅଛି ବିଶ୍ୱାସ ମୁଳେ ଭଗବାନ । ଜଗତସିଂହପୁର ଜିଲ୍ଲାର ପ୍ରଭୁ ଗୋରଖନାଥଙ୍କ ପୀଠରେ ଦେଖିବାକୁ ମିଳିଥାଏ ଆଲୌକିକ ଘଟଣା । ଏହି ପୀଠରେ ବାବା ଗୋରଖନାଥ ଧଳା ଝିଟିପିଟି ରୁପରେ ଦର୍ଶନ ଦେଇଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ପୀଠର ପୂଜକ ତଥା ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ମଧ୍ୟ ଏହା କହି ଥିବାର ଦେଖାଦେଇଛି । ମୁଖ୍ୟତଃ ଏଠାରେ ସର୍ପାଘାତ ରୋଗୀ ବାବାଙ୍କର ଝିଟିପିଟି ଶଦ୍ଦରେ ହୁକୁମ ହେବା ପରେ ପାଦୁକ ଓ ବିଭୁତି ରୋଗୀଙ୍କୁ ଦିଆଯାଇଥାଏ । ପରବର୍ତ୍ତୀ ସମୟରେ ସମସ୍ତ ରୋଗୀ ମାନେ ଭଲ ହୋଇ ଯାଇଥାନ୍ତି । କେବଳ ସର୍ପାଘାତ ରୋଗୀ ନୁହଁନ୍ତି ଯେ କୌଣସି ଜୀବଜନ୍ତୁ କାମୁଡିଲେ ଏଠାକୁ ଆସିଲେ ବାବାଙ୍କ ବିଭୁତି ଓ ପାଦୁକ ପାଇ ଭଲ ହୋଇଯାଉଥିବା ବିଶ୍ୱାସ ରହିଛି ।

ଜଗତସିଂହପୁର ଜିଲ୍ଲାର ପ୍ରଭୁ ଗୋରଖନାଥ ପୀଠ । ପ୍ରତି ଦିନ ଏଠାକୁ ଶତାଧିକ ଭକ୍ତ ପ୍ରଭୁ ଗୋରଖନାଥଙ୍କ ଦର୍ଶନ ଲାଭ କରିଥାନ୍ତି । ଦୀର୍ଘ ୨୦୦ ବର୍ଷ ପୂର୍ବରୁ ଏହି ପୀଠରେ ପ୍ରଭୁ ଗୋରଖନାଥ ପୂଜା ପାଇ ଆସୁଛନ୍ତି । ଏହି ପୀଠରେ ବାବା ଗୋରଖନାଥ ଧଳା ଝିଟିପିଟି ରୁପରେ ଦର୍ଶନ ଦେଇଥାନ୍ତି ବୋଲି ବିଶ୍ୱାସ ରହିଛି । ମୁଖ୍ୟତଃ ଏଠାରେ ସର୍ପାଘାତ ରୋଗୀ ବାବାଙ୍କର ଝିଟିପିଟି ଶଦ୍ଦରେ ହୁକୁମ ହେବା ପରେ ପାଦୁକ ଓ ବିଭୁତି ରୋଗୀଙ୍କୁ ଦିଆଯାଇଥାଏ । ପରବର୍ତ୍ତୀ ସମୟରେ ରୋଗୀ ମାନେ ଭଲ ହୋଇ ଯାଉଥିବା ନଜୀର ରହିଛି । ଏ ପରିକି ମେଡିକାଲରୁ ଫେରିଥିବା ରୋଗୀ ମଧ୍ୟ ଏଠାରୁ ଭଲ ହୋଇଥିବା ନଜିର ରହିଛି । ଏହା ସହିତ ଯେଉଁ ନାରୀ ମାନଙ୍କର ସନ୍ତାନ ନ ଥାଏ ସେମାନେ ମାନସିକ ପାଇଁ ଗଛରେ ଡୋରି ବାନ୍ଧି ଥାନ୍ତି ଏବଂ ଅନେକଙ୍କର ମାନସିକ ପୂରଣ ହୋଇ ଥିବାର ବିଶ୍ୱାସ ରହିଛି ।

ତେବେ ଯେଉଁ ଲୋକଙ୍କୁ ସର୍ପାଘାତ ହୋଇଥାଏ ସେମାନେ ଗୋରଖନାଥ ଉପରେ ବିଶ୍ୱାସ ରଖି ବିଭୁତି ଖାଇବା ସହିତ ପାଦୁକ ପାଇଥାନ୍ତି ଏବଂ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ସାରିବା ପରେ ଲେମ୍ବୁ ପାଣି ପଇବା ସହିତ ସାତ ଦିନ ଯାଏ ଆମିଶ ନ ଖାଇବା ପାଇଁ ବାରଣ କରିଥାନ୍ତି । ଆଜି ବି ସର୍ପଘାତ ପରେ ଲୋକମାନେ ମେଡିକାଲ ନ ଯାଇ ଗୋରଖନାଥଙ୍କ ଉପରେ ବିଶ୍ୱାସ ରଖି ଠାକୁରଙ୍କ ପାଖକୁ ଆସିଛନ୍ତି । ଏହି ପୀଠରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଇଥାଏ । ଅଗ୍ନୀ ଉତ୍ସବ ପୂର୍ଣ୍ଣମୀକୁ ଏଠାରେ ବଡ ପର୍ବ ଭାବରେ ପାଳନ କରାଯିବା ସହ ଏହି ସମୟରେ ଲକ୍ଷାଧିକା ଭକ୍ତଙ୍କ ଭିଡ ଜମିଥାଏ ।

ପ୍ରଭୁ ଗୋରଖନାଥ ଶିବଙ୍କ ଅବତାର ହୋଇ ଥିବାରୁ ଏଠାରେ ସର୍ପାଘାତ ରୋଗୀଙ୍କ ସହିତ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସତ ସତ ଧଳା ଝିଟିପିଟି ଶଦ୍ଦ ହେବା ପରେ ବାବାଙ୍କର ହୁକୁମ ହୋଇଥାଏ । ଦୀର୍ଘ ବର୍ଷ ହେବ ଏଠାରେ ବାବାଙ୍କ ଉପରେ ଭକ୍ତଙ୍କ ବିଶ୍ୱାସ ରହିଛି । ଏହା ସହିତ ମାନସିକଧାରୀଙ୍କ ମାନସିକ ବାବା ଗୋରଖନାଥ ପୂରଣ କରିଥାନ୍ତି ବୋଲି ଭକ୍ତ ମାନଙ୍କର ବିଶ୍ୱାସ ରହିଥିବାରୁ ଏଠାରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଭକ୍ତ ମାନଙ୍କର ଭଡ ଜିମିଥାଏ ।