ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର: ଟଙ୍କା ଉଠାଣକୁ ନେଇ ପୁଣି ବ୍ୟାଙ୍କ ବଦଳାଇଲା ନିୟମ…ଏଣିକି ଏଟିଏମରୁ ମାସକୁ ସବାର୍ଧିକ ଏତିକି ଥର ମାଗଣାରେ କ୍ୟାସ୍ ଉଠାଇ ପାରିବେ ଗ୍ରାହକ

ଅଧିକ ଟ୍ରାନଜାକ୍ସନ କଲେ ବ୍ୟାଙ୍କ ଟ୍ୟାକ୍ସ ସହ ଲାଗିବ ଜିଏସଟି ଚାର୍ଜ

1,390

କନକ ବ୍ୟୁରୋ: ଏଟିଏମରୁ ଟଙ୍କା ଉଠାଣ ନିୟମକୁ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ଜୁଲାଇ ୧ ତାରିଖରୁ ପରିବର୍ତ୍ତନ କରିଛି । ଯଦି କୌଣସି ଗ୍ରାହକ ଏସବିଆଇର ଏହି ନିୟମକୁ ପାଳନ ନକରନ୍ତି ତେବେ ଏଥିପାଇଁ ମୋଟା ଅଙ୍କର ଜରିମାନା ଭରିବାକୁ ପଡିପାରେ । ଏନେଇ ଏସବିଆଇର ଆଧିକାରୀକ ୱେବସାଇଟ sbi.co.inରେ ସୂଚନା ମଧ୍ୟ ଦିଆଯାଇଛି । ତେବେ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଏସବିଆଇ ମେଟ୍ରୋ ସହରର ସେଭିଂ ଆକାଉଂଟ ହୋଲଡର୍ସଙ୍କୁ ଏଟିଏମରୁ ମାସକରେ ୮ ଥର ମାଗଣା ଦେଣନେଣ କରିବାର ଅନୁମତି ଦେଇରଖିଥାଏ ଏବଂ ଏହି ଫ୍ରି ଟ୍ରାଂଜାକସନର ଲିମିଟ୍ ପାର କଲେ ଗ୍ରାହକଙ୍କ ଉପରେ ପ୍ରତିଟି ଦେଣନେଣ ବାବଦକୁ ଚାର୍ଜ ଲାଗିଥାଏ ।

ଅର୍ଥାତ୍ ଏସବିଆଇ ଗୋଟିଏ ମାସରେ ସେଭିଂ ଆକାଉଂଟ ଧାରକଙ୍କୁ କେବଳ ୮ ଥର ହିଁ ମାଗଣା ଟ୍ରାନଜାକସନ ପାଇଁ ଅନୁମିତ ଦେଇଥାଏ । ଯେଉଁଥିରେ ୫ ଥର ଏସବିଆଇ ଏଟିଏମ୍ ହୋଇଥିବା ବେଳେ ବାକି ୩ ଥର ଅନ୍ୟ କୌଣସି ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଣ ସାମିଲ ରହିଛି । ସେହିଭଳି ଅଣ ମେଟ୍ରୋ ସହରମାନଙ୍କରେ ଏଟିଏମରୁ ସର୍ବାଧିକ ୧୦ ଥର ମାଗଣା ଟ୍ରାନଜାକସନ କରିପାରିବେ ଗ୍ରାହକ । ଏଥିରେ ୫ ଥର ଏସବିଆଇ ଏଟିଏମ ଏବଂ ବାକି ୫ ଥର ଆପଣ ଅନ୍ୟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇପାରିବେ । ତେବେ ଯଦି ଗ୍ରାହକଙ୍କ ଖାତାରେ ଅଧିକ ବାଲାନ୍ସ ନଥିବା କାରଣରୁ ଟ୍ରାନଜାକନ ଫେଲ ହୋଇଯାଏ ତେବେ ଏସବିଆଇ ଖାତାଧାରକଙ୍କଠାରୁ ଶୁଳ୍କ ବାବଦକୁ ୨୦ଟଙ୍କା ସହିତ ଜିଏସଟି ମଧ୍ୟ ଆଦାୟ କରାଯିବ ।

ଓଟିପି ନଦେଲେ ଉଠିବନି ଟଙ୍କା !

ଏସବିଆଇ ପକ୍ଷରୁ ଆହୁରୀ ମଧ୍ୟ କୁହାଯାଇଛି ଯେ, ଏଟିଏମରୁ ୧୦ ହଜାରରୁ ଅଧିକ ନକଦ ଟଙ୍କା ଉଠାଣକୁ ନେଇ ବି ନିୟମରେ ପରିବର୍ତ୍ତନ କରାଯାଇଛି । ଏଣିକି ଯଦି ଆପଣ ଏସବିଆଇ ଏଟିଏମରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଉଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ଓଟିପିର ଆବଶାକତା ପଡିବ । ତେବେ ଏହି ନୂଆ ସୁବିଧା ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଲାଗୁ ହୋଇସାରିଛି । ବ୍ୟାଙ୍କର ଏହି ସୁବିଧା ଅନୁସାରେ ଖାତାଧାରକଙ୍କୁ ରାତି ୮ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଏସବିଆଇ ଏଟିଏମରୁ କ୍ୟାସ ଉଠାଇବା ପାଇଁ ଓଟିପି ଆବଶ୍ୟକତା ପଡିବ । ତେବେ ବ୍ୟାଙ୍କର ଏହି ସୁବିଧା କେବଳ ଏସବିଆଇ ଏଟିଏମରୁ ମିଳିବ । ଯଦି ଆପଣ ଅନ୍ୟ କୌଣସି ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଉଛନ୍ତି ତେବେ ପୂର୍ବ ଭଳି ଆପଣ ଆରାମରେ ଟଙ୍କା ଉଠାଇପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାରର ଓଟିପିର ଦରକାର ପଡିବ ନାହିଁ ।