ସଂକ୍ରମଣ ରୋକିବାକୁ ଟ୍ରାଫିକ୍ କଟକଣା: ଏଣିକି ଦୁଇ ଚକିଆ ଯାନରେ ପଛରେ ବସିବା ମନା; ଚାଳକଙ୍କ ବ୍ୟତୀତ ଗାଡିରେ ଯାଇପାରିବେନି ଅନ୍ୟ କୌଣସି ବ୍ୟକ୍ତି: ଅତି ଜରୁରୀ ଥିଲେ କେବଳ ପତ୍ନୀଙ୍କୁ ମିଳିବ ଅନୁମତି

ନିୟମ ଭାଙ୍ଗିଲେ ମୋଟା ଅଙ୍କର ଜରିମାନା ସାଙ୍ଗକୁ ରୁଜୁ ହେବ ମାମଲା

10,879

କନକ ବ୍ୟୁରୋ: ବାଇକ୍ ହେଉ ଅବା ସ୍କୁଟି ଏବେ ଦୁଇ ଚକିଆ ଯାନରେ ବସିପାରିବେସି ଏକାଧିକ ବ୍ୟକ୍ତି । ଅର୍ଥାତ୍ ଯଦି ଆପଣ ଆପଣଙ୍କ ବାଇକ କିମ୍ବା ସ୍କୁଟି ଯୋଗେ ବାହାରକୁ କେଉଁଆଡେ ବାହାରୁଛନ୍ତି ତେବେ ଏଣିକି ଆପଣଙ୍କୁ ଏକା ହିଁ ଯାତ୍ରା କରିବାକୁ ପଡିବ । ଗାଡି ପଛରେ ଏବେ ଆପଣ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ବସାଇ ନେଇପାରିବେ ନାହିଁ । ଯଦି ଆପଣ ଏଭଳି ନକରନ୍ତି ତେବେ ଆପଣଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ମୋଟା ଅଙ୍କର ଜରିମାନା ଆଦାୟ କରିପାରେ ପୁଲିସ୍ । ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ହିଁ ଏକ କଠୋର ଆଇନ ଲାଗୁ କରିଛି ପ୍ରୟାଗରାଜ ପୁଲିସ୍ ।

ଏଣିକି ଦୁଇ ଚକିଆ ଯାନରେ ବସି ଯାଇପାରିବେନି ଏକାଧିକ ବ୍ୟକ୍ତି । ଚାଳକଙ୍କ ବ୍ୟତୀତ ଏବେ ବାଇକ୍ କିମ୍ବା ସ୍କୁଟିରେ ବସି ପାରିବେନି ସହଯାତ୍ରୀ । ତେବେ କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ କଡା ଟ୍ରାଫିକ୍ କଟକଣା ଲାଗୁ କରିଛି ପ୍ରୟାଗରାଜ୍ ପୁଲିସ । ଏପରିକି ଏହି ନିୟମକୁ ଅବମାନନା କଲେ  ଉଲ୍ଲଂଘନ କାରୀଙ୍କ ବିରୁଦ୍ଧରେ ମମଲା ରୁଜୁ କରିବା ସହିତ ଚାଲାଣ କାଟିବ ପୁଲିସ୍ ।  ତେବେ କିଛି ଜରୁରୀ ପରିସ୍ଥିତିରେ ଅନ୍ୟ ଜଣଙ୍କୁ ବସିବାର ଅନୁମତି ଦିଆଯାଇଛି । ଆଉ ସେ ବି କେବଳ ଚାଳକଙ୍କ ପତ୍ନୀଙ୍କୁ । ଯଦି ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଖରାପ ଥିବ କିମ୍ବା କୌଣସି ଜରୁରୀ କାମ ଥିବ ତେବେ ଏଭଳି ପରିସ୍ଥିତିରେ ଚାଳକଙ୍କ ପତ୍ନୀଙ୍କୁ ବାଇକରେ ବସି ଯିବାର ଅନୁମତି ଦିଆଯିବ ।

ଦେଶରେ କୋଭିଡ୍ ୧୯ ଭୁତାଣୁ ଦ୍ରୁତ ଗତିରେ ବ୍ୟାପିପାରେ ଲାଗିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେମହାମାରୀ ମୁକାବିଲା ପାଇଁ ଉଭୟ ସରକାର ଏବଂ ବିଶେଷଜ୍ଞ ଫେସ ମାସ୍କ, ବାରମ୍ବାର ହାତକୁ ସଫା କରିବାକୁ ପରାମର୍ଶ ଦେବା ସହ ବିଶେଷ କରି ସାମାଜିକ ଦୂରତା ରକ୍ଷା କରିବାକୁ ଗୁରୁତ୍ୱ ଦେଇଛନ୍ତି । ତେଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଦୁଇ ଚକିଆ ଯାନରେ ଏକାଧିକ ବ୍ୟକ୍ତିଙ୍କ ବସିବା ଉପରେ ପ୍ରତିବନ୍ଧକ ଲଗାଇଛି ପ୍ରୟାଗରାଜ୍ ପୁଲିସ୍ ।