ଏଣିକି ଲୋକଙ୍କୁ ଆକୃଷ୍ଟ କଲା ଭଳି ବିଜ୍ଞାପନ ଦେଲେ ହୋଇପାରେ ୫ ବର୍ଷ ଜେଲ୍ ! ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିପାରେ ଜରିମାନା

Advertisment
ଏଣିକି ଲୋକଙ୍କୁ ଆକୃଷ୍ଟ କଲା ଭଳି ବିଜ୍ଞାପନ ଦେଲେ ହୋଇପାରେ ୫ ବର୍ଷ ଜେଲ୍ ! ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିପାରେ ଜରିମାନା

କନକ ବ୍ୟୁରୋ: ବିଭିନ୍ନ ପ୍ରକାରର ଅଫରର ପ୍ରଲୋଭନ ଦେଖାଇ ତଥା ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରୁଥିବା ବିଜ୍ଞାପନ ଉପରେ ଅଙ୍କୁଶ ଲଗାଇବା ପାଇଁ ଏବେ ଏକ ନୂଆ ଆଇନ ଆଣୁଛନ୍ତି ସରକାର । ଗୋରା ଦିଶିବା ହେଉ କି ଉଚ୍ଚତା ବଢାଇବା ହେଉ ଅବା ମୋଟାପଣରୁ ରକ୍ଷା ପାଇବା ଭଳି ମିଥ୍ୟା ତଥା ଲୋକଙ୍କୁ ଭ୍ରମିତ କଲା ଭଳି ବିଜ୍ଞାପନ ଦେଖାଇଲେ ଏଣିକି କଂପାନୀମାନଙ୍କୁ ଦେବାକୁ ପଡିପାରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା । ଖାଲି ତଣ୍ଡ ନୁହେଁ ଏଭଳି ବିଜ୍ଞାପନ ଦେଖାଉଥିବା କଂପାନୀ ମାଲିକଙ୍କୁ ୫ ବର୍ଷ କାଳ ଜେଲ ଦଣ୍ଡାଦେଶରେ ଦଣ୍ଡିତ ମଧ୍ୟ କରାଯିବ ।

ତେବେ ଖୁବ୍ ଶୀଘ୍ର କେନ୍ଦ୍ର ସରକାର ପ୍ରଡକ୍ଟ ବିକ୍ରି ପାଇଁ ବ୍ୟବହାର ହେଉଥିବା ଏଭଳି ମିଥ୍ୟା ବିଜ୍ଞାପନ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରଚଳିତ ଡ୍ରଗ୍ସ ଆଣ୍ଡ ମ୍ୟାଜିକ୍ ରେମିଡିସ ତଥା ଅବଜେକ୍ଟିଭ ଆଡଭଟାଇଜମେଂଟ (Objective advertising)ଆକ୍ଟ ୧୯୫୪ରେ ସଂଶୋଧନ ଆଣିବାକୁ ନିଷ୍ପତି ନେଇଛନ୍ତି । ଯେଉଁଥିରେ ନିଜ ପ୍ରଡକ୍ଟକୁ ବିକ୍ରି କରିବା ପାଇଁ କଂପାନୀମାନେ ନା କୌଣସି ମିଥ୍ୟା ବିଜ୍ଞାପନର ଆଶ୍ରୟ ନେଇପାରିବେ ନା ହିଁ ଲୋକଙ୍କୁ ଭଣ୍ଡାଇଲା ଭଳି କୌଣସି ଭ୍ରମାତ୍ମକ ବିଜ୍ଞାପନ ଦେଖାଇପାରିବେ ।

କେତେ ଲାଗିବ ଜରିମାନା ?

ଶରୀରକୁ ଆକର୍ଷଣୀୟ କରିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଲା ଭଳି ବିଜ୍ଞାପନ ଦେଖାଇଲେ ଏଣିକି କଂପାନୀକୁ ଜରିମାନା ବାବଦକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡିବ । ଏଥି ସହିତ ହିଁ ଦୁଇ ବର୍ଷ କାଳ ଜେଲ୍ ଦଣ୍ଡାଦେଶ ଭଳି ନିୟମ ମଧ୍ୟ ଏହି ନୂଆ ଆଇନରେ ବ୍ୟବସ୍ଥା କରାଯାଉଛି । ତେବେ ସରକାରଙ୍କ ତାଗିଦ ସତ୍ୱେ ଯଦି କୌଣସି କଂପାନୀ ଏଭଳି ବିଜ୍ଞାପନ ଦେଖାଇବା ବନ୍ଦ ନକରନ୍ତି ତେବେ ସଂପୃକ୍ତ କଂପାନୀଠାରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ । ଏହାଛଡା ସଂପୃକ୍ତ କଂପାନୀର ମାଲିକଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲର ହାୱା ଖାଇବାକୁ ପଡିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe