ଖୁସି ଖବର: ଏଣିକି ବିନା କାର୍ଡରେ ବି ଏଟିଏମରୁ ଉଠିବ ଟଙ୍କା । ବ୍ୟାଙ୍କକୁ ଦେବାକୁ ପଡିବନି କୌଣସି ଶୁଳ୍କ । ଜାଣନ୍ତୁ ଏହାର ବ୍ୟବହାର ପ୍ରକ୍ରିୟା

40

ଯଦି ଆପଣ ଭୁଲବଶତଃ ଆପଣଙ୍କର ଏଟିଏମ କାର୍ଡକୁ ଘରେ ଛାଡି ଆସିଛନ୍ତି ଆଉ ଆପଣଙ୍କୁ ଟଙ୍କାର ବହୁତ ଆବଶ୍ୟକତା ରହିଛି ତେବେ ଆପଣଙ୍କୁ ଏଥିପାଇଁ ଆଦୌ ବ୍ୟସ୍ତ ହେବାକୁ ପଡିବ ନାହିଁ । କାରଣ ଏବେ ଆପଣ ଏହି କାମ ବିନା କାର୍ଡରେ ବି କରିପାରିବେ । ଅର୍ଥାତ୍ ଏଣିକି ଆପଣ ବିନା ଏଟିଏମ କାର୍ଡରୁ ବି ମେସିନରୁ ଟଙ୍କା ଉଠାଇପାରିବେ । ବଡ କଥା ହେଲା କି ଏଥିପାଇଁ ଆପଣଙ୍କୁ ବ୍ୟାଙ୍କକୁ କୌଣସି ଅତିରିକ୍ତ ଚାର୍ଜ ମଧ୍ୟ ଦେବାକୁ ପଡିବ ନାହିଁ । ବରଂ ଏହି ସେବାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଗୋଟିଏ ଛୋଟିଆ କାମ କରିବାକୁ ପଡିବ । ଏହି କାମ କରିବା ପରେ ଆପଣ ଯେକୌଣସି ସମୟରେ ବି ନିଜ ଖାତାରୁ ବିନା କାର୍ଡରେ ଟଙ୍କା ଉଠାଇ ପାରିବେ ।

ପ୍ରଥମେ ରେଜିଷ୍ଟେସନ କରନ୍ତୁ

ବିନା କାର୍ଡ ଏଟିଏମରୁ ଟଙ୍କା ଉଠାଇବା ଭଳି ସୁବିଧାର ଲାଭ ଉଠାଇବାକୁ ହେଲେ ଆପଣଙ୍କୁ ସର୍ବପ୍ରଥମେ ଆପଣଙ୍କର ବ୍ୟାଙ୍କରେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଆପଣ ଏହି ରେଜିଷ୍ଟେସନ ବ୍ୟାଙ୍କ ଶାଖାକୁ ଯାଇ କିମ୍ବା ଇଂଟରନେଟ ବ୍ୟାଙ୍କିଂର ସହାୟତାରେ କରିପାରିବେ । ରେଜିଷ୍ଟେସନ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ବ୍ୟାଙ୍କ ତରଫରୁ ଆପଣଙ୍କୁ ୪ ଅଙ୍କ ବିଶିଷ୍ଟ ଏକ ପିନ ନମ୍ବର ପ୍ରଦାନ କରାଯିବ । ଯାହାକି ଏଟିଏମ କାର୍ଡର ପିନ ଭଳି କାମ କରିଥାଏ । ଏହି ପିନକୁ ଖାତାଧାରକ ଟ୍ରାନଜାକସନ ସିକ୍ୟୁରିଟି ପିନ କିମ୍ବା ଅଥରିଟି କୋଡ ଆଧାରରେ ବ୍ୟବହାର କରିପାରିବେ ।

ମୋବାଇଲରେ ଡାଉନଲୋଡ କରନ୍ତୁ ବ୍ୟାଙ୍କର ଆପ

ବ୍ୟାଙ୍କ ସହ ରେଜିଷ୍ଟେସନ ପ୍ରକ୍ରିୟା ଶେଷ କରିବା ପରେ ଏହି ସୁବିଧାର ଲାଭ ଉଠାଇବା ପାଇଁ ହେଲେ ଆପଣଙ୍କ ମୋବାଇଲ ଫୋନରେ ବ୍ୟାଙ୍କର ଆପ୍ଲିକେସନ ଡାଉନଲୋଡ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଏସଏମଏସର ବିକଳ୍ପ ମଧ୍ୟ ଦିଆଯିବ । ଏହି ଆପକୁ ଡାଉନଲୋଡ କରିବା ପରେ ଆପଣଙ୍କ ମୋବାଇଲରେ ଏହି ଆପର ୱେବ ଲିଙ୍କ ପଠାଯିବ । ଏହି ଜରିଆରେ ଆପଣଙ୍କୁ ଏକ ପାସୱାର୍ଡ ପ୍ରସ୍ତୁତ କରିବାକୁ ପଡିବ । ଏହି ପାସୱାର୍ଡ ଜରିଆରେ ଆପଣ ଏଟିଏମରୁ ବିନା କାର୍ଡରେ ଟଙ୍କା ଉଠାଇ ପାରିବେ ।

ଟଙ୍କା ଉଠାଇବେ କିପରି

ପାସୱାର୍ଡ ତିଆରି କରିବା ପରେ ଏଟିଏମରୁ ବିନା କାର୍ଡରେ ଟଙ୍କା ଉଠାଇପାରିବେ । ଆପଣଙ୍କୁ ଏଟିଏମକୁ ଯାଇ ମେସିନରୁ “କ୍ୟାସ ଅନ୍ ମୋବାଇଲ” ଅପସନକୁ ଚୟନ କରିବାକୁ ପଡିବ । ଏହି ଅପସନ ସାମ୍ନାକୁ ଆସିବା ପରେ ଆପଣଙ୍କୁ ଆପଣଙ୍କର ଏହି ପାସୱାର୍ଡ ଏଂଟର କରିବାକୁ ହେବ ଆଉ ପାସୱାର୍ଡ ଏଂଟର କରିବା ପରେ ଆପଣଙ୍କୁ ଟଙ୍କା ମିଳିଯିବ । ତେବେ ଏହି ଅପସନ ଜରିଆରେ ଆପଣ କେବଳ ୫୦୦୦ ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ । ଏଠାରେ ଆମ କହି ରଖୁଛୁ କି, ଏହି ସେବା ବର୍ତ୍ତମାନ ଦେଶର ସମସ୍ତ ବ୍ୟାଙ୍କଗୁଡିକରେ ଆରମ୍ଭ ହୋଇପାରିନାହିଁ ।