ଆଜି ପ୍ରକାଶ ପାଇବ ସିବିଏସଇ ପରୀକ୍ଷାଫଳ ! ଏହି ମୋବାଇଲ ଆପ ଜରିଆରେ ଅଫଲାଇନରେ ଥାଇ ବି ଛାତ୍ରଛାତ୍ରୀମାନେ ଜାଣିପାରିବେ ପରୀକ୍ଷାରେ ରଖିଥିବା ନମ୍ବର

56

ଆଜି ପ୍ରକାଶ ପାଇବ ସେଂଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ- ସିବିଏସଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଏଥିପାଇଁ ନିର୍ଦ୍ଧାରିତ ସମୟ ସ୍ଥିର ହୋଇନଥିଲେ ମଧ୍ୟ ଦିନ ୧୨ଟାରୁ ପରୀକ୍ଷା ଫଳ ମିଳିବ ବୋଲି ସୂଚନା ରହିଛି । ଛାତ୍ରଛାତ୍ରୀ ଦୁଇଟି ୱେବସାଇଟ- ସିବିଏସଇ ରେଜଲ୍ଟସ ଡଟ୍ ଏନଆଇସି ଡଟ୍ ଇନ ସିବିଏସଇ ଡଟ୍ ଏନଆଇସି ଡଟ୍ ଇନରେ ପରୀକ୍ଷା ଫଳ ଦେଖିପାରିବେ । ହେଲେ ଏହାକୁ ଆପଣ ମୋବାଇଲ ଆପରେ ବି ଅତି ସହଜରେ ଜାଣିପାରିବେ । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ଚଳିବ ବର୍ଷ ମାଇକ୍ରୋସଫ୍ଟ ନିଜ ଆପ ତଥା SMS organiser ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ପରୀକ୍ଷା ଫଳ ସଂପର୍କିତ ସୂଚନା ଦେବ । ଛାତ୍ରଛାତ୍ରୀ ଅଫଲାଇନ ରହି ମଧ୍ୟ ନିଜ ପରୀକ୍ଷା ଫଳ ସଂପର୍କରେ ସୂଚନା ପାଇପାରିବେ । ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ କେତେ ନମ୍ବର ରଖିଛନ୍ତି ଯଦି ତାହା ଜାଣିବାକୁ ଚାହିବେ ତେବେ ସେମାନେ ନିଜର ଏଠାରେ ନିଜର ରୋଲ୍ ନମ୍ବର , ସ୍କୁଲ କୋଡ ଏବଂ ଜନ୍ମ ତାରିଖ ସହତ ନିଜକୁ ରେଜିଷ୍ଟର କରିବାକୁ ହେବ ।

ପୂରା ପ୍ରକ୍ରିୟା

• ସର୍ବପ୍ରଥମେ ଆପଣଙ୍କୁ ଗୁଗଲ ପ୍ଲେଷ୍ଟୋରକୁ ଯାଇ SMS organiserଆପକୁ ଡାଉନଲୋଡ କରନ୍ତୁ ।

• ସିବିଏସଇ ପରୀକ୍ଷାଫଳ ପାଇଁ ନିଜକୁ ଏଠାରେ ରେଜିଷ୍ଟର କରିବା ପାଇଁ SMS organiser ନୋଟିଫିକେସନକୁ ଚେକ୍ କରନ୍ତୁ ।

• ନୋଟିଫିକେସନ ଉପରେ କ୍ଲିକ୍ କରନ୍ତୁ ଏବଂ ନିଜର ରୋଲ ନମ୍ବର, ସ୍କୁଲ କୋଡ ଏବଂ ଜନ୍ମ ତାରିଖ ସହିତ ନିଜକୁ ପ୍ରି-ରେଜିଷ୍ଟର କରାନ୍ତୁ । ପରୀକ୍ଷାଫଳ ପ୍ରକାଶ ପାଇବା ପରେ ସ୍କୋର କାର୍ଡ ଜାଣିବା ପାଇଁ ରେଜଲ୍ଟ ନୋଟିଫିକେସନ ଉପରେ କ୍ଲିକ୍ କରନ୍ତୁ ।

• ଏହାପରେ କ୍ଲୋର କାର୍ଡ କୁ ଡାଉନଲୋଡ କରନ୍ତୁ । ମାଇକ୍ରୋସଫ୍ଟ  www.bing.com ରେ ବୋର୍ଡ ଏକଜାମ ରେଜଲ୍ଟ ଦେଖାଇବା ପାଇଁ ୨୦୧୬ରୁ ସିବିଏସଇ ସହିତ ପାର୍ଟନରସିପ କରିଛି ।

ଉଲ୍ଲେଖ ଥାଉ କି, ଚଳିତ ବର୍ଷ ୧୧ ଲକ୍ଷ ୮୬ ହଜାର ୩ଶହ ୬ଜଣ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ଓଡିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡକୁ ନେଇ ଗଠିତ ଭୁବନେଶ୍ୱର ଜୋନରେ ୬ଶହ ୭୫ ବିଦ୍ୟାଳୟରୁ ମୋଟ ୬୬ ହଜାର ୩ଶହ ୬୭ ଜଣ ଛାତ୍ରଛାତ୍ରୀ ୨ଶହ ୧୯ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । କେବଳ ଓଡିଶାରୁ ୧୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡିଛି ।