୧୦ଟଙ୍କିଆ ପରେ ଏବେ ଟଙ୍କିକିଆ କଏନକୁ ନେଇ ଗୁଜବ ! ଆରବିଆଇର କଡା ନିର୍ଦ୍ଦେଶ, କଏନ ଗ୍ରହଣ କରୁନଥିବା ବ୍ୟକ୍ତିଙ୍କୁ ହୋଇପାରେ ଜେଲ୍

Advertisment
୧୦ଟଙ୍କିଆ ପରେ ଏବେ ଟଙ୍କିକିଆ କଏନକୁ ନେଇ ଗୁଜବ ! ଆରବିଆଇର କଡା ନିର୍ଦ୍ଦେଶ, କଏନ ଗ୍ରହଣ କରୁନଥିବା ବ୍ୟକ୍ତିଙ୍କୁ ହୋଇପାରେ ଜେଲ୍

Source: jagran.com

ଏକ ଟଙ୍କିଆ ଛୋଟ କଏନ ନେଉ ନଥିବା ବ୍ୟକ୍ତିବିଶେଷଙ୍କୁ ହୋଇପାରେ ଜେଲ । ସୂଚନା ମୁତାବକ, କିଛି ଦିନ ହେଲା ଗୁଜବକୁ ନେଇ ଏକ ଟଙ୍କିଆ ଛୋଟ କଏନକୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ, ଏପରିକି ସରକାରୀ ବିଭାଗ ପାଇଁ ମଧ୍ୟ ଏକpublive-image ବଡ ସମସ୍ୟା ଭାବେ ଉଭା ହୋଇଛି । ଯେଉଁଥି ପାଇଁ ରିଜର୍ଭ ବ୍ୟାଙ୍କ, କଏନ ନେଉନଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରିଜର୍ଭ ବ୍ୟାଙ୍କର ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି କି, ଯଦି କେହି ଟଙ୍କିକିଆ ଛୋଟ କଏନ୍ ନନିିଅନ୍ତି ତେବେ ତାଙ୍କ ବିରୋଧରେ ଭାରତୀୟ କରେନ୍ସିର ଅପମାନ କରିବା ଭଳି ଏକ ମାମଲା ରୁଜ୍ଜୁ କରାଯାଇ ଜେଲ ଦଣ୍ଡାଦେଶ ଦିଆଯିବ ।

publive-imageସୂଚନା ମୁତାବକ, ବ୍ୟାଙ୍କଗୁଡିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି କି ସେମାନେ ନିଜର କରେନ୍ସି ଚେଷ୍ଟରେ ଏହି କଏନ ଦେବାକୁ କୌଣସି କୁଣ୍ଠାବୋଧ ନକରନ୍ତୁ । ଯେଉଁ ବ୍ୟାଙ୍କରୁ ଏଭଳି ଅଭିଯୋଗ ଆସିବ ତେବେ ତାର ମ୍ୟାନେଜରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜରଙ୍କ ନିକଟରେ ରିଜର୍ଭ ବ୍ୟାଙ୍କର ଏସଂପର୍କିତ ନିର୍ଦ୍ଦେଶ ପହଂଚି ଯାଇଛି । ବରେଲିର ଜିଲ୍ଲା ଅଗ୍ରଣୀ ବ୍ୟାଙ୍କର ମ୍ୟାନେଜର ବୃଜମୋହନଙ୍କ ସୂଚନା ମୁତାବକ, ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି କି, ଏକ ଟଙ୍କିଆ କଏନ ନ ନେଉଥିବା ବ୍ୟକ୍ତିବିଶେଷଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ତାଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରାଯାଇ ଜେଲ ଦଣ୍ଡାଦେଶ ମଧ୍ୟ ଦିଆଯାଇପାରେ ।

publive-imageଏଠାରେ ଆମ କହି ରଖୁଛୁ କି, ଗତବର୍ଷ ୧୦ଟଙ୍କିଆ କଏନକୁ ନେଇ ମଧ୍ୟ ଗୁଜବ ସାମ୍ନାକୁ ଆସିଥିଲା । ଯେଉଁଥି ପାଇଁ ଲୋକେ ଭୟରେ ୧୦ଟଙ୍କିଆ କଏନ ନେବାକୁ ମଙ୍ଗୁ ନଥିବା ଖବର ସାମ୍ନାକୁ ଆସିଥିଲା । ସେହିପରି ଆରବିଆଇ ମଧ୍ୟ ଏହି ସମୟରେ ୧୦ ଟଙ୍କିଆ ନୁଆ କଏନ ଜାରି କରିଦେଇଥିଲେ ଯାହାକୁ ଲୋକେ ନକଲି ବୋଲି ଭାବି ଥିଲେ ପରବର୍ତ୍ତି ସମୟରେ ଏନେଇ ଆରବିଆଇ ପକ୍ଷରୁ ସ୍ପଷ୍ଠି କରଣ ମିଳିବା ପରେ ଲୋକଙ୍କ ମନରୁ ସନ୍ଦେହ ଦୁରହୋଇ ଥିଲା ।

ସୌଜନ୍ୟ: ଜନସର୍ତ୍ତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe