ବିନା କ୍ୟାସରେ ବି କିଣିପାରିବେ ନିଜ ମନପସନ୍ଦର ମୋବାଇଲ ! ଖାଲି ଦେବାକୁ ପଡିବ ଆଧାର ନମ୍ବର

69

ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ପ୍ରାୟତଃ ସବୁ ସ୍ମାର୍ଟଫୋନ କଂପାନୀ ବଜାରାରେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଅଫରମାନ ଲଂଚ କରିପାରେ ଲାଗିପଡିଛନ୍ତି । କେଉଁଠି ଡିସକାଉଂଟରେ ସ୍ମାର୍ଟଫୋନ ମିଳୁଛି ତ ପୁଣି କେଉଁଠି ଇଏମଆଇର ଅଫର ଦେଉଛି । କିନ୍ତୁ ଏସମସ୍ତ ମଧ୍ୟରେ ସ୍ମାର୍ଟଫେନ ମେକର କଂପାନୀ ଏକ୍ସଆଇଓଏଏମାଇ ନିକଟରେ ଭାରତୀୟ ଉପଭୋକ୍ତାଙ୍କ ପାଇଁ ଏକ ବିଶେଷ ଅଫର ଲଂଚ କରିଛି । କଂପାନୀ ତରଫରୁ କାର୍ଡଲେସ ଇଏମଆଇ ସର୍ଭିସ ଲଂଚ କରାଯାଇଥିଲା । ଯାହାର ସୂଚନା କଂପାନୀର ଅଫିସିଆଲ ୱେବସାଇଟରେ ଦିଆଯାଇଛି । ଏହାବ୍ୟତୀତ କଂପାନୀର ଭାଇସ ପ୍ରେସିଡେଂଟ ଏବଂ ମ୍ୟାନେଜିଂ ଡିରେକ୍ଟର ମନୁ କୁମାର ଜୈନ ମଧ୍ୟ ଏନେଇ ସୂଚନା ଦେଇଛିନ୍ତି । ତେବେ ଆସନ୍ତୁ ଜାଣିବା ସେହି ବିଶେଷ ଅଫର ସଂପର୍କରେ ।

ଏହି ଅଫର ଆଧାରରେ ଏକ୍ସଆଇଓଏଏମାଇ ଗ୍ରାହକଙ୍କୁ ବିନା କ୍ରେଡିଟ୍ କାର୍ଡ ଦ୍ୱାରା ହିଁ ନିଜ ମନ ପସନ୍ଦର ପ୍ରଡକ୍ଟ କିଣିବାକୁ ସୁଯୋଗ ଦେଉଅଛି । ଅର୍ଥାତ୍ ଏଣିକି ଆପଣଙ୍କୁ କ୍ରେଡିଟ୍ କାର୍ଡର ଆବଶ୍ୟକତା ପଡିବ ନାହିଁ । ଯଦିଓ ଏହି ଅଫର ଆଧାରରେ କଂପାନୀ ଆପଣଙ୍କଠାରୁ ଆପଣଙ୍କର ଆଧାର ସମେତ କିଛି ଡଳ୍ୟୁମେଂଟ ନିଶ୍ଚୟ ମାଗିବ ।

କିପରି ଉଠାଇବେ ଏହି ଅଫର ଲାଭ

• ଏହି ଅଫରର ଲାଭ ଉଠାଇବା ପାଇଁ  କଂପାନୀର ଅଫିସିଆଲ ୱେବସାଇଟ୍ ଏଚଟିଟିପିଏସ୍ କଲମ ଡବଲ ସ୍ଲାସ୍ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଏମଆଇ ଡଟ୍  କମ୍ ସ୍ଲାସ୍ ଇନ ସ୍ଲାସ୍ ଏମଆଇଫାଇନାନ୍ସ ସ୍ଲାସକୁ ଯାଇ ସର୍ବ ପ୍ରଥମେ ଏକ ଆକାଉଂଟ ଖୋଲିବାକୁ ପଡିବ ।

• ଏହାପରେ କାର୍ଡଲେସ ଇଏମଆଇର ଅପସନ ଉପରେ କ୍ଲିକ୍ କରି ଓଟିପି ଜେନରେଟ୍ କରିବାକୁ ପଡିବ ।

• ଏହାପରେ ଆପଣଙ୍କୁ କିଛି ବ୍ୟକ୍ତିଗତ ତଥ୍ୟ ମଗାଯିବ, ଯେଉଁଥିରେ ରହିଛି ଆପଣଙ୍କର ଆଧାର କାର୍ଡ, ମୋବାଇଲ ନମ୍ବର ସମେତ ଅନ୍ୟ ପ୍ରମାଣପତ୍ରର ତଥ୍ୟ ଆପଣଙ୍କୁ ସେଠାରେ ଦାଖଲ କରିବାକୁ ପଡିବ ।

• ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ନେଟୱର୍କିଂ ଜରିଆରେ ନିଜର ଇନକମକୁ ସେଠାରେ ଭେରିଫାଏ କରିବାକୁ ପଡିବ ।

• ଏହାପରେ ରି-ପେମେଂଟ ପାଇଁ କ୍ରେଡିଟର ସେଟଅପ କରିବାକୁ ପଡିବ ।

• ଏଠାରୁ ଆପଣ ଜେଷ୍ଟମନି ଆକାଉଂଟ ପ୍ରସ୍ତୁତ ହୋଇଯିବ ।

ଏଠାରେ ଆମେ କହି ରଖୁଛୁ କି, ଜେଷ୍ଟମନି ଏକ ଏଭଳି କମର୍ସ ପୋର୍ଟାଲ ଅଟେ ଯାହାକି କଷ୍ଟମର୍ସଙ୍କୁ ବିନା କ୍ରେଡିଟ୍ କାର୍ଡର ଇଏମଆଇ ଉପରେ ପ୍ରଡକ୍ଟ ଉପଲବ୍ଧ କରାଇଥାଏ । ଜେଷ୍ଟମନି ଏବଂ ଏକ୍ସଆଇଓଏଏମଆଇର ଭାଗୀଦାରୀରେ ଏହି ଅଫରଟିକୁ ଲଂଚ କରାଯାଇଛି  । ତେବେ ଆକାଉଂଟର ସମସ୍ତ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ କଷ୍ଟମର୍ସ ନିଜର ଇଚ୍ଛାନୁସାରେ ପ୍ରଡକ୍ଟ କିଣିପାରିବେ  ଆଉ କାର୍ଡଲେସ କ୍ରେଡିଟ କାର୍ଡ ଜରିଆରେ ପେମେଂଟ ପରେ କରିପାରିବେ ।

କିନ୍ତୁ ଏହାପରେ ବି ଏହି ଇଏମଆଇ ସ୍କ୍ରିମର କିଛି  ସର୍ତ୍ତ ରହିଛ । ତାହା ହେଲା, କଂପାନୀର ଏହି ଅଫରର ଗୋଟିଏ ଆକାଉଂଟରୁ କେବଳ ଗୋଟିଏ ହିଁ ପ୍ରଡକ୍ଟ କିଣିପାରିବେ ଗ୍ରାହକ । ଏହି ଅଫର ୧୪ ଅକ୍ଟୋବର ୨୦୧୭ରୁ ୧୭ ଅକ୍ଟୋବର ୨୦୧୭ ପର୍ଯ୍ୟନ୍ତ ରହିଛି । ଅଧିକା ସୂଚନା ପାଇଁ ଏହାର ୱେବସାଇଟକୁ ଯାଇ ଜାଣିପାରିବେ ।

ସୌଜନ୍ୟ: ଗାଓକନେକ୍ସନ