ସାବାଡ୍ ହେବେ ଚାକିରିଆ : ଏଣିକି ଘଂଟା କହିବ କାମ କରୁଛନ୍ତି ନା ବାହାରେ ବୁଲୁଛନ୍ତି କର୍ମଚାରୀ, ସତ ଧରିବ ହାତରେ ଥିବା ସ୍ମାର୍ଟୱାଚ

53

ଏଣିକି କର୍ମଚାରୀଙ୍କ ଉପରେ ନଜର ରଖିବ କର୍ମଚାରୀଙ୍କ ହାତରେ ଥିବା ଘଂଟା । କର୍ମଚାରୀମାନେ ନିଜ ହାତରେ ବାନ୍ଧିଥିବା ଘଂଟା କହିବ କି ସେମାନେ ଅଫିସରେ କାମ ନିଜ ସିଟରେ ବସି କରୁଛନ୍ତି ନା କେଉଁ ଆଡେ ଗାଏବ ହୋଇଯାଇଛନ୍ତି । ଏଥି ସହିତ ହିଁ ବାହାରେ କାମ କରୁଥିବା କର୍ମଚାରୀଙ୍କ ବିଷୟରେ ଏହି ଘଂଟା କହିବ କି ସେମାନେ ନିଜ କାମ ଠିକ ଭାବରେ କରୁଛନ୍ତି ନା ଅନ୍ୟ କେଉଁଠି ବୁଲୁଛନ୍ତି ।ତେବେ ଏହା ଏବେ ସମ୍ଭବ ହେବ ସ୍ମାର୍ଟ ୱାଚରୁ । ତେବେ ଏଭଳି ଏକ ନିଆରା ବ୍ୟବସ୍ଥା ଆଣିବାକୁ ଯାଉଛି ଚଣ୍ଡିଗଡର ନଗର ନିଗମ ।

ନିଜ କର୍ତ୍ତବ୍ୟରୁ ଅବହେଲା କରିବା ତଥା ଠକୁଥିବା କର୍ମଚାରୀ ଏବଂ ଅଧିକାରୀ ମାନେ ଏହି Human affincial tracking systemରୁ ଏବେ ଅତି ସହଜରେ ଧରା ପଡିବେ । ଚଣ୍ଡିଗଡ ନଗର ନିଗମ ଖୁବ୍ ଶୀଘ୍ର ଏହି ବ୍ୟବସ୍ଥାକୁ ଲାଗୁ କରିବାକୁ ଯାଉଛନ୍ତି । ନଗର ନିଗମ ହାଉସ ମିଟିଂରେ ଏହି ନୂଆ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ବର୍ତ୍ତମାନ ସବୁଜ ସଂକେତ ମିଳିଛି ।

ଏହି ସ୍ମାର୍ଟ ୱାଚରୁ ଅତି ସହଜରେ ଜଣାପଡିିଯିବ କି, କୌଣସି ବି କର୍ମଚାରୀ ନିଜ ସିଟରୁ କେତେ ସମୟ ଧରି ଗାଏବ ରହୁଛନ୍ତି କିମ୍ବା ସେ ଫିଲ୍ଡରେ କେତେ ସମୟ ଧରି କାମ କରୁଛନ୍ତି । ଏଥିରେ ଇନବିଲ୍ଟ କ୍ୟାମେରାରୁ ଅନଲୋକେସନ ଫଟୋ ମଧ୍ୟ ଦେଖାଯିବ । ଏହି ଘଂଟା ଜିପିଏସ ବେସଡ ରହିଛି । ତେବେ ଚଣ୍ଡିଗଚ ନଗର ନିଗମର ପାଖାପାଖି ଚାରି ହଜାର କର୍ମଚାରୀମାନଙ୍କୁ ଏହି ଘଂଟା ଦିଆଯିବ । ଏହି ଘଂଟାର କନେକ୍ଟିଭିଟି ନଗର ନିଗମ ବିଲ୍ଡିଂରେ ନିର୍ମାଣ ହୋଇଥିବା କଂଟ୍ରୋଲ ରୁମରେ ହେବ । ଯେଉଁଠି ଜଣେ ସୁପରଭାଇଜର ଏବଂ ଚାରି ଅନ୍ୟ ଷ୍ଟାଫ ନିଯୁକ୍ତ ହୋଇଥିବେ ।

ସେହିପରି ଗର୍ଭମେଂଟ ଅଣ୍ଡରଟେକିଂ ଆଇଡିଆଇ ଦିଲ୍ଲୀରୁ ଏହି ଘଂଟାକୁ ଅଣାଯିବ । ପ୍ରତି ଘଂଟା ୪୦୦ ଟଙ୍କା ଖର୍ଚ୍ଚ ପ୍ରତିମାସ ଆସିବ । ସ୍ମାର୍ଟ ୱାଚ ଖରାପ ହେବା ଦ୍ୱାରା ତାର ମରାମତି ବାବଦକୁ ସମସ୍ତ ଟଙ୍କା କଂପାନୀ ହିଁ ବହନ କରିବ ।