ବର୍ଷା ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ! ଲୋକେ କହିଲେ, ପ୍ରଭୁ ପଇଡ ନିଅ, ବର୍ଷା ଦିଅ ।

101

କନକ ବ୍ୟୁରୋ : ପ୍ରକୃତିର ନିଆରା ରୂପ । କେଉଁଠି ପ୍ରବଳ ବର୍ଷା ତ ଆଉ କେଉଁଠି ପାଣି ଟିକିଏ ପାଣି ଡହଳବିକଳ ହେଉଛନ୍ତି ଲୋକେ । କେଉଁଠି ମେଘୁଆ ପାଗ ତ ଆଉ କେଉଁଠି ମୁଣ୍ଡଫଟା ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦକ୍ଷିଣ ଭାରତରେ ବିଶେଷ କରି କର୍ଣ୍ଣାଟକରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ ପ୍ରାୟ ଅଂଚଳରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି । ବର୍ଷାର ଆଗମନ କେବେ ହେବ ତାହାକୁ ନେଇ ଲୋକମାନେ ଅନେଇବସିଛନ୍ତି ।

ସେଥିପାଇଁ କର୍ଣ୍ଣାଟକର ମଂଜୁନାଥ ମନ୍ଦିରରେ ବର୍ଷା ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ବହୁ ସଂଖ୍ୟାରେ ଭକ୍ତ ସିଆଲଭିଷେକ ନାମକ ସ୍ୱତନ୍ତ୍ର ପୂଜା କରିଛନ୍ତି । କିଭଳି ଖୁବ ଶୀଘ୍ର ବର୍ଷା ହେବ ସେ ନେଇ ଭଗବାନଙ୍କୁ ବହୁ ସଂଖ୍ୟାରେ ପଇଡ଼ ଲାଗି କରିଛନ୍ତି । ଅନ୍ୟପଟେ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଗରମରୁ ତ୍ରାହି ମିଳିଛି । ସୋମବାରଠାରୁ ତୁହାକୁ ତୁହା ବର୍ଷା ହେଉଥିବାବେଳେ ରାଜଧାନୀରେ ଲୋକମାନେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି । ପାଣିପାଗ ବିଭାଗର କହିବା ମୁତାବକ ଆସନ୍ତା ଗୁରୁବାର ଯାଏଁ ଏଭଳି ପାଗ ଲାଗିରହିବ । ଓଡ଼ିଶାରେ ବି ତାତି ବଢ଼ିବାରେ ଲାଗିଛି ଆଉ ୧୮ ତ ତାରିଖରୁ ସ୍ଥିତି ଅସମ୍ଭାଳ ହେବ ବୋଲି ଜଣାପଡିଛି ତେବେ ଆସନ୍ତା ୪ତାରିଖରେ କେରଳ ଛୁଇଁବ ମୌସୁମୀ ବାୟୁ ଏଭଳି ପୂର୍ବାନୁମାନ ସ୍କାଏମେଟ କରିଛି ।