ସୋସିଆଲ ମିଡିଆରେ ଯୀଶୁ ! ପ୍ରଭୁଙ୍କ ଜୀବିତ ଥିବା ନେଇ ଭାଇରାଲ ହେଲା ଭିଡିଓ

89

ମେକ୍ସିକୋର ଏକ ଚର୍ଚ୍ଚରେ ଦେଖିବାକୁ ମିଳିଛି କିଛି ଏଭଳି ଚମତ୍କାର । ଯାହାକୁ ସହଜରେ ମଧ୍ୟ ବିଶ୍ୱାସ କରାଯାଇ ନପାରେ । ତେବେ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ କି ଏହି ଚର୍ଚ୍ଚରେ ଥିବା ପ୍ରଭୁ ଯୀଶୁଙ୍କ ପ୍ରତିମୂର୍ତ୍ତି ହଠାତ୍ ଜୀବନ୍ତ ହୋଇ ଉଠିଥିଲା । ଆଉ ଯାହାକୁ ନେଇ ଶାନ୍ତ ପ୍ରାୟ ଚର୍ଚ୍ଚଟିରେ ଖେଳି ଯାଇଥିଲା ଭୟର ବାତାବରଣ । ତେବେ ଆସନ୍ତୁ ଜାଣିବା ଏହା ପଛରେ ଲୁଚି ରହିଥିବା ରହସ୍ୟମୟ କାହାଣୀ ସଂପର୍କରେ ।

ସୂଚନା ମୁତାବକ, ମେକ୍ସିକୋର ଏହି ଚର୍ଚ୍ଚରେ ଅଚାନକ ପ୍ରଭୁ ଯୀଶୁଙ୍କ ମୂର୍ତ୍ତି ଯାହା ବହୁ ବର୍ଷ ଧରି ପଡି ରହିଥିଲା ତାହା ହଠାତ୍ ଜୀବିତ ହୋଇ ଉଠିଥିଲା । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଖେଳିଯାଇଥିଲା ଭୟର ବାତାବରଣ । ଶାନ୍ତ କାୟ ଚର୍ଚ୍ଚଟିରେ ଶୁଣିବାକୁ ମିଳିଥିଲା ଲୋକଙ୍କର ଭୟର ଚିତ୍କାର । ତେବେ କିଛି ଲୋକ ସାହସ ଦେଖାଇ ଏହାର ଭିଡିଓ ମଧ୍ୟ ରେକର୍ଡ କରିଥିଲେ ଯାହା ଏବେ ସୋସିଆଲ ମିଡିଆରେ ହୋଇଛି ଭାଇରାଲ ।ଏହାଛଡା ଚର୍ଚ୍ଚରେ ଲାଗିଥିବା ସିସିଟିଭି ଫୁଟେଜରୁ ଏହି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ଯେଉଁଥିରେ ପ୍ରଭୁ ଯୀଶୁଙ୍କ ମୂର୍ତ୍ତିଟିର ଆଖି ଖୋଲା ରହିଥିଲା ।

ଦେଖନ୍ତୁ ଏହି ଭିଡିଓ-