ପୁରୁଷଙ୍କୁ ବିବାହ କରିବା ମନା ! ଏଠି ମହିଳା-ମହିଳାଙ୍କ ମଧ୍ୟରେ କରାଯାଇଥାଏ ବିବାହ

39

ଆପଣ ପୁଅଟିଏ ଗୋଟିଏ ଝିଅକୁ ବିବାହ କରିବା କଥା ଜାଣିଥିବେ । ହେଲେ କେବେ ଶୁଣିଛନ୍ତି ଗୋଟିଏ ଝିଅ ଆଉ ଗୋଟିଏ ଝିଅକୁ ବିବାହ କରିବା ସଂପର୍କରେ । ଆଜ୍ଞା ହଁ ! ବିଶ୍ୱରେ ଏକ ଏଭଳି ଗାଁ ରହିଛି ଯେଉଁଠି ଏଭଳି ନିଆରା ବିବାହ ଦେଖିବାକୁ ମିଳେ । ତେବେ ଆସନ୍ତୁ ଜାଣିବା ଏହା ପଛରେ ଲୁଚି ରହିଥିବା ବାସ୍ତବତା ଉପରେ ।

ସୂଚନା ମୁତାବକ, ଏଭଳି ବିବାହ ଦେଖିବାକୁ ମିଳିଛି ତାଞ୍ଜାନିଆର ଏକ ଗାଁରେ । ଯେଉଁଠାରେ କି ମହିଳାମାନେ ପୁରୁଷବାଦୀ ସମାଜକୁ ଘୋର ବିରୋଧ କରନ୍ତି । ଆଉ ଏମାନେ ଚାହାଁନ୍ତି ନାହିଁ କି ବାହାରୁ କେହି ପୁରୁଷ ଆସି ସେମାନଙ୍କୁ ବିବାହ କରୁ ଏବଂ ତାଙ୍କ ଉପରେ କୌଣସି ଅଧିକାର ସାବ୍ୟସ୍ତ କରୁ ବୋଲି । ଏହି ଗାଁର ମହିଳାମାନେ ନିଜ ଘର ଉପରେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ପସନ୍ଦ କରିନ୍ତି ।

ସେମାନଙ୍କ ମତରେ, ସେମାନଙ୍କୁ କେହି ଛୁଇଁ ପାରିବେନି । ଯଦି କୌଣସି ପୁରୁଷ ତାଙ୍କୁ କ୍ଷତି ଘଟାଇବାକୁ କିମ୍ବା ତାଙ୍କ ସଂପତି ହାତେଇବାକୁ ଚେଷ୍ଟା କରିବ ତେବେ ତାଙ୍କୁ ଦଣ୍ଡ ମିଳିବ । ସବୁଠାରୁ ବଡକଥା ହେଲା, ସେଠାକାର ମହିଳାମାନେ ସଂପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବାସହ ନିଜ ସଂପତିର ନିଜେ ମାଲିକ ହେବାପାଇଁ ନିଜ ନିଜ ମଧ୍ୟରେ ବିବାହ କରନ୍ତି । ଆଉ ଏବେ ଏହା ସେମାନଙ୍କ ପାଇଁ ଏକପ୍ରକାରର ପରମ୍ପରା ପାଲଟି ଯାଇଛି ।