ନୂୂଆ ବ୍ୟବସାୟ ପାଇଁ ମୁକେଶ ଅମ୍ବାନୀଙ୍କୁ ଦରକାର ୭୦ ହଜାର ଯୁବକ । ମୁମ୍ବାଇରେ ରହିବା-ଖାଇବା ମାଗଣା ସହିତ ମିଳିବ ଅଧିକ ଦରମା । ଜାଣନ୍ତୁ କିପରି କରିବେ ଆବେଦନ
ଅଧିକାଂଶ ସମୟରେ ଟଙ୍କା ନଥିବା କାରଣରୁ ବ୍ୟବସାୟକୁ ନେଇ ଆପଣଙ୍କ ପାଖରେ ଥିବା ବହୁତ ଭଲ ଭଲ ଆଇଡିଆକୁ କାମରେ ଲଗାଇବାକୁ ଆପଣ ଅସମର୍ଥ ହୋଇଥାନ୍ତି । ଟଙ୍କା ଅଭାବରୁ ଆପଣ ଆପଣଙ୍କର ଏହି ଇଚ୍ଛାକୁ ମାରିବାକୁ ବାଧ୍ୟ ହୋଇଥାନ୍ତି । କିନ୍ତୁ ଏବେ ଏଥିପାଇଁ ଆପଣଙ୍କୁ ଏଥିପାଇଁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । କାରଣ ଯଦି ଆପଣଙ୍କ ଆଇଡିଆରେ ଦମ୍ ରହିଛି ତେବେ ଆପଣଙ୍କୁ ମିଳିବ ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ମୁକେଶ ଅମ୍ବାନୀଙ୍କ ସହଯୋଗ । ଆପଣଙ୍କୁ ଏଥିପାଇଁ ସହଯୋଗର ହାତ ବଢାଇବେ ଜିଓ ମାଲିକ ତଥା ମୁକେଶ ଅମ୍ବାନୀ । ଖାଲି ଏତିକି ନୁହେଁ, ଯଦି ଆପଣଙ୍କର ଆଇଡିଆ ପସନ୍ଦ ଆସେ ତେବେ ସେଥିରେ ଟଙ୍କା ନିବେଶ କରିବା ନେଇ ବିଚାର କରାଯିବ । ଆସନ୍ତୁ ଜାଣିବା କି ଏହି ବ୍ୟବସାୟଟି କଣ ଏବଂ ଏଥିପାଇଁ ଆପଣଙ୍କୁ କଣ କରିବାକୁ ପଡିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଯୋଜନାଟି କଣ
ମୁକେଶ ଅମ୍ବାନୀଙ୍କ କଂପାନୀ ରିଲାଏନ୍ସ କଂପାନୀ jiogennext ପ୍ଲାଟଫର୍ମ ବିକଶିତ କରିଛି । ଯାହାକି ନୂଆ ଆଇଡିଆ ବାଲା ଷ୍ଟାର୍ଟଅପକୁ ନିଜର ଜିଓ ଇକୋସିଷ୍ଟମ ଜରିଆରେ ଉପଲବ୍ଧ କରିଥାଏ । ଏଠାରେ କଂପାନୀର ଏକ୍ସପର୍ଟସଙ୍କର ପରାମର୍ଶଠାରୁ ଆରମ୍ଭ କରି ଟ୍ରେନିଂ ପର୍ଯ୍ୟନ୍ତ ସବୁ ପ୍ରକାରର ସହାୟତା ପ୍ରଦାନ କରାଯାଇଥାଏ ।ଏଠାରେ ଲୋକେ ନିଜର ବ୍ୟବସାୟ ଆଇଡିଆ କେବେବି ଦେଇପାରିବେ । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ କି, ରିଲାଏନ୍ସି ଇଣଷ୍ଟ୍ରି ପ୍ରତି ତିନ ମାସରେ ଗୋଟଏ ଲେଖାଏଁ ଏଭଳି କାର୍ଯ୍ୟକ୍ରମ କରିଥାଏ, ଯେଉଁଥିରେ ନୂଆ ନୂଆ ଲୋକଙ୍କୁ ସୁଯୋଗ ଦିଆଯାଇଥାଏ ଏବଂ ତାଙ୍କୁ ଏଥିପାଇଁ ତାଲିମ ମଧ୍ୟ ଦିଆଯାଇଥାଏ ।
ଆପଣଙ୍କୁ କଣ କରିବାକୁ ପଡିବ
ଯଦି ଆପଣଙ୍କ ନିକଟରେ ଏହା ଜଡିତ କୌଣସି ନୂଆ ଆଇଡିଆ ରହିଛି ତେବେ ଆପଣ ତାକୁ କଂପାନୀ ପାଖକୁ ପଠାଇବାକୁ ପଡିବ । କଂପାନୀ ଏହାକୁ ନିଜର ଜୁରୀ ମେମ୍ବର୍ସଙ୍କ ନିକଟରେ ଉପସ୍ଥାପନା କରିବ । ଆଉ ଯଦି କଂପାନୀକୁ ଆପଣଙ୍କର ଏହି ଆଇଡିଆ ପସନ୍ଦ ଆସିବ ତେବେ ଆପଣଙ୍କୁ ୩ମାସର ଟ୍ରେନିଂ ଦିଆଯିବ । ଏହି ଟ୍ରେନିଂରେ ଆପଣଙ୍କୁ ବିଜନେସ ଆରମ୍ଭ କରିବାଠାରୁ ତାକୁ ସଫଳ କରିବା ନେଇ ସମସ୍ତ ତରିକା ତାଲିମ ଦିଆଯିବ ।
ନିବେଶ ମଧ୍ୟ କଂପାନୀ କରିବ
ଯଦି ଆପଣଙ୍କର ଆଇଡିଆରେ ଦମ ରହିଛି ତଥା ଆପଣଙ୍କ ନିକଟରେ ଥିବା ଆଇଡିଆ ଦ୍ୱାରା ରିଲାଏନ୍ସ କିମ୍ବା ଜିଓକୁ ଆଗକୁ ବଢାଇବା ପାଇଁ ସହାୟତା ମିଳିପାରିବ ତେବେ କଂପାନୀ ଆପଣଙ୍କର ପ୍ରୋଜେକ୍ଟ ଉପରେ ଟଙ୍କା ନିଶ୍ଚୟ ନିବେଶ କରିପାରେ ।
କିପରି କରିବେ ଆବେଦନ
କଂପାନୀର ଏହି ଯୋଜନା ସହିତ ସାମିଲ ହେବା ପାଇଁ ଆପଣଙ୍କୁ କଂପାନୀର ୱେବସାଇଟ୍ ତଥା http:// www.jiogennext.com/faq.କୁ ଯାଇ ଆବେଦନ କରିବାକୁ ପଡିବ ।
• ଏଥିରେ ଆପଣଙ୍କୁ କଂପାନୀର କିଛି ପ୍ରଶ୍ନର ଉତ୍ତର ଦେବାକୁ ପଡିବ ।
• ଏହି ଲିଙ୍କରେ ଆପଣଙ୍କୁ ଏକ ଆବେଦନ ପତ୍ର ମଧ୍ୟ ମିଳିବ । ଯାହାକୁ ଆପଣଙ୍କୁ ନିର୍ଭୁଲ ଭାବରେ ଭରିବାକୁ ପଡିବ ।
• ଆବେଦନ ପତ୍ର ପୂରଣ କରିବା ପରେ କଂପାନୀ ଆପଣଙ୍କ ସହ ସଂପର୍କ କରିବ ।
ଏଠାରେ ଆମେ କହି ରଖୁଛୁ କି,କଂପାନୀ ଦ୍ୱାରା ଚୟନ କରାଯାଇଥିବା ଆଇଡିଆକୁ ଦେଶରେ ସବୁଠାରୁ ଭଲ ଷ୍ଟାର୍ଟଅପ ସହ ଜଡିତ ଲୋକଙ୍କ ସହ ସଂପର୍କ କରାଯାଇଥାଏ, ଏବଂ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଥାଏ ।