ସରକାରଙ୍କ ନୂଆ ନିୟମ ! ବୃଦ୍ଧ ବାପାମାଆଙ୍କୁ ଅଣଦେଖା କଲେ କଟିବ ୧୫ ପ୍ରତିଶତ ଦରମା

Advertisment
ସରକାରଙ୍କ ନୂଆ ନିୟମ ! ବୃଦ୍ଧ ବାପାମାଆଙ୍କୁ ଅଣଦେଖା କଲେ କଟିବ ୧୫ ପ୍ରତିଶତ ଦରମା

Source: jansatta.com

ଏଣିକି ମହଙ୍ଗା ପଡିପାରେ ନିଜ ବାପାମାଆଙ୍କୁ ହତାଦର କରିବା । କାରଣ ସରକାରଙ୍କ ପକ୍ଷରୁ ଏନେଇ ପ୍ରଣୟନ କରାଯାଇଛି କଡା ନିୟମ । ଯେଉଁଥିରେ ଉଲ୍ଲେଖ ରହିଛି କି, ବୃଦ୍ଧ ବାପାମାଆଙ୍କୁ ଅଣଦେଖା କଲେ ଉକ୍ତ ବ୍ୟକ୍ତିବିଶେଷଙ୍କର ମାସିକ ଦରମାରୁ ପାଖାପାଖି ୧୫ ପ୍ରତିଶତ କାଟି ଦିଆଯିବ ।

ସୂଚନା ମୁତାବକ, ଏଭଳି ଏକ ବିଲ୍ ଗୃହୀତ କରାଯାଇଛି ଆସାମ ବିଧାନସଭାରେ । ଯାହାର ଅର୍ଥ ହେଲା ଯଦି କେହି ସରକାରୀ କର୍ମଚାରୀ ନିଜର ବୃଦ୍ଧ ବାପାମାଆ କିମ୍ବା ଦିବ୍ୟାଙ୍ଗ ଭାଇ ଭଉଣୀଙ୍କର ଦେଖାରଖା ନକରନ୍ତି ତେବେ ତାଙ୍କ ଦରମାରୁ ପାଖାପାଖି ୧୦ରୁ ୧୫ ପ୍ରତିଶତ ଭାଗ କାଟି ଦିଆଯିବ ଆଉ ଏହି ଟଙ୍କାକୁ ପୀଡିତାଙ୍କ ଖାତାକୁ ଟ୍ରାନ୍ସଫର କରିଦିଆଯିବ ।

ପ୍ରଣାମ (ପ୍ୟାରେଂଟ୍ସ ରେସପନ୍ସିବିଲିଟି ଆଣ୍ଡ ନମର୍ସ ଫର ଆକାଉଂଟିବିଲିଟି ଆଣ୍ଡ ମନିଟରିଂ) ନାମକ ଏହି ବିଲଟିକୁ ଶୁକ୍ରବାର (୧୫ ସେପ୍ଟେମ୍ବର) ଦିନ ଆସାମ ବିଧାନସଭାବେ ପାସ କରିଦିଆଯାଇଛି । ବିଲରେ ଉଲ୍ଲେଖ ରହିଛି କି, ଜୀବିତ ବୃଦ୍ଧ ବାପାମାଆଙ୍କୁ ଲିଖିତି ରୂପରେ ଏହାର ଅଭିଯୋଗ ସରକାର ଦ୍ୱାରା ନିଯୁକ୍ତ ଅଥରିଟିଙ୍କଠାରେ କରିବାକୁ ପଡିବ ଏବଂ ଅଥରିଟି ଏହି ଅଭିଯୋଗକୁ ୯୦ ଦିନ ଭିତରେ ସମସ୍ତ ଛାନଭିନ କରି, ମାମଲାର ଫଇସଲା କରିବେ ।

ତେବେ ବିଧାନସଭାରେ ଆସାମ ଅର୍ଥମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜାତୀୟ ଗଣମାଧ୍ୟମ ଦ ଟେଲିଗ୍ରାଫକୁ ସୂଚନା ଦେଇ କହିଛନ୍ତି କି, ଏହି ନିୟମ ତିଆରି କରିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଲା କି, କୌଣସି ବି ବୃଦ୍ଧ ବାପାମାଆଙ୍କୁ ନିଜ ଜୀବନର ଅନ୍ତିମ ଦିନ ପର୍ଯ୍ୟନ୍ତ ଏକାକୀ କୌଣସି ବୃଦ୍ଧାଶ୍ରମରେ କାଟିବାକୁ ନପଡୁ ଏବଂ ସେମାନେ ଏହି ସମୟକୁ ନିଜ ପିଲାମାନଙ୍କ ସହିତ ବିତାଇପାରିବେ ।

ଶର୍ମା ଆହୁରୀ ମଧ୍ୟ କହିଛନ୍ତି ଯେ, ଏହା ଦେଶର ଏକ ସ୍ୱତନ୍ତ୍ର ତଥା ଅଭିନ୍ନ ନିୟମ ଅଟେ । ଯାହାକି ପୂର୍ବରୁ କୌଣସି ଦେଶରେ ଲାଗୁ କରାଯାଇନାହିଁ । ସେ କହିଛନ୍ତି କି, ଏଦିଗରେ ସରକାର ଖୁବ୍ ଶୀଘ୍ର ପବ୍ଲିକ୍ ସେକ୍ଟର ୟୁନିଟ୍ ଏବଂ ପ୍ରାଇଭେଟ୍ ସେକ୍ଟରରେ କାମ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ଲାଗୁ କରିପାରନ୍ତି । ତେବେ ବିଧାନସଭା ଅଧ୍ୟକ୍ଷ ହିତିନ୍ଦ୍ର ନାଥ ଗୋସ୍ୱାମୀ ଏହି ବିଲଟିକୁ ଅନୁମୋଦନ କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ପଶ୍ଚିମବଙ୍ଗ ସମେତ ଅଧିକାଂଶ ରାଜ୍ୟମାନଙ୍କରେ ବୃଦ୍ଧ ବାପାମାଆଙ୍କୁ ଅଣଦେଖା କରିବା ଏକ ଅପରାଧ ଭାବେ ଗ୍ରହଣ କରାଯାଉଛି ଏବଂ ଏହାକୁ କ୍ରିମିନାଲ ପ୍ରୋସ୍ୟୁଜର କୋର୍ଡ ଆଣ୍ଡ ଦ ମେନଟେନାନ୍ସ ଆଣ୍ଡ ୱେଲଫେୟାର ଅଫ୍ ପ୍ୟାରେଂଟ୍ସ ଆଣ୍ଡ ସିନିୟର ସିଟିଜନ ଆକ୍ଟ-୨୦୦୭ ଆଧାରରେ ଦଣ୍ଡବିଧାନ ମଧ୍ୟ କରାଯାଉଛି ।

ସିଆରପିସିର ମାମଲାରେ ଜଜଙ୍କୁ ଅଧିକାର ଦିଆଯାଇଛି କି, ସେ ଚଳିବା ପାଇଁ ଭତ୍ତା ଦେବାକୁ ନିର୍ଦ୍ଦେଶ ପାରିତ କରନ୍ତୁ । ଏଥିସହିତ ଅଭିଯୁକ୍ତର ଦରମା କାଟିବାକୁ ପ୍ରଣାମ ନୀତିରେ ଏକ ଟ୍ରିବ୍ୟୁନାଲ ଗଠନ କରି ଏହି ଅଧିକାର ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe