ଜୀବନ ନେଇଯିବ ବୋତଲ ପାଣି ! ପ୍ଲାଷ୍ଟିକ ବୋତଲରେ ଥିବା ପାଣି ଶରୀରକୁ କିପରି କ୍ଷତି ପହଂଚାଇଥାଏ, ଜାଣନ୍ତୁ

61

ଆଜିକା ଦିନରେ ବୋତଲରେ ପାଣି ରଖି ପିଇବା ଏକ ଫ୍ୟାସନ ପାଲଟିଗଲାଣି । ବାହାରକୁ ଗଲେ ବୋତଲରେ ପାଣି ନେବା ତ ନିହାତି ଆବଶ୍ୟକ ପଡ଼ିଥାଏ ମାତ୍ର ଏବେ ଘରେ ବି ଲୋକମାନେ ବୋତଲ ପାଣି ପିଇବା ଆରମ୍ଭ କରି ଦେଲେଣି । ମାତ୍ର ମନେ ରଖନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ । ଦୀର୍ଘ ଦିନ ଧରି ପ୍ଲାଷ୍ଟିକ୍ ବୋତଲରେ ପାଣି ରଖି ପିଇବା ଦ୍ୱାରା ନାନା ସମସ୍ୟା ସବୁ ଉପୁଜିଥାଏ । ଆସନ୍ତୁ ଜାଣିବା ସେ ସଂପର୍କରେ. . .

• ବୋତଲରେ ଥରେ ପାଣି ପଶିଯିବା ମାନେ ସ୍ୱଚ୍ଛ ପାଣି ଅସ୍ୱଚ୍ଛ ହୋଇଗଲା । ଆମେ ନିଜକୁ ସୁସ୍ଥ ରଖିବା ପାଇଁ ଅତ୍ୟଧିକ ପାଣି ପିଇଥାନ୍ତି । ମାତ୍ର ମନେ ରଖନ୍ତୁ ସବୁବେଳେ ବୋତଲର ପାଣି ପିଇବା ଓଲଟା ପ୍ରଭାବ ପକାଇଥାଏ । ଆପଣ କାଚ, ମାଟି କିମ୍ବା ଷ୍ଟିଲ୍ ପାତ୍ରରେ ପାଣି ରଖି ବ୍ୟବହାର କରିପାରନ୍ତି । ନହେଲେ ପେଟ ସମସ୍ୟା ଭୋଗିପାରନ୍ତି ।

• ବୋତଲେ ଦୀର୍ଘ ସମୟ ଧରି ପାଣି ରହିଲେ ତାହା ବିଷ ପାଲଟିଯାଏ। କେତେକ କମ୍ପାନି ଭଲ ପ୍ଲାଷ୍ଟିକରେ ବୋତଲ ତିଆରି କରିଥାନ୍ତି ବୋଲି ବିଜ୍ଞାପନ କରିଥାନ୍ତି । ମାତ୍ର ମନେ ରଖନ୍ତୁ ପ୍ଲାଷ୍ଟିକ୍ ଯେତେ ବି ଭଲ ହେଉ ନା କାହିଁକି ସେଥିରେ ଦୀର୍ଘ ସମୟ ଧରି ପାଣି ପଶିଲେ ତାହା ଦେହ ପାଇଁ ଆଦୌ ସୁସ୍ଥକର ନୁହେଁ । ନିଶ୍ୱାସ ନେବାରେ ଅସୁବିଧା ଏବଂ କୋଷ୍ଟକାଠିନ୍ୟ ଆଦିର ଭୟ ରହିଛି ।

• ବଜାରେରେ ମିଳୁଥିବା କିଣା ପାଣି ତ ଆଦୌ ପିଅନ୍ତୁ ନାହିଁ । ପାରୁଛନ୍ତି ଯଦି ଯାତ୍ରା ସମୟରେ ଘରୁ ପାଣି ନେଇ ଯାଆନ୍ତୁ । ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ ଯେ ବଜାରରେ ମିଳୁଥିବା ପାଣି ସ୍ୱଚ୍ଛ ବୋଲି ।

• ଆପଣ ଏକଥା ନିଶ୍ଚୟ ଜାଣିଥିବେ ଯେ ପ୍ଲାଷ୍ଟିକ୍ ଆଦୌ ବି ପରିବେଶ ଅନୁକୂଳ ନୁହେଁ । ଆପଣ ବୋତଲରେ ପାଣି ପିଇବା ବା କିଣା ପାଣିକୁ ବ୍ୟବହାର ନକରିବା ଦ୍ୱାରା ପରିବେଶର ବି ମଙ୍ଗଳ କରିପାରିବେ ।