କିଏ ହେବ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ଜାଣନ୍ତୁ କଣ କହୁଛି ଜଗଦଗୁରୁଙ୍କ ଭବିଷ୍ୟବାଣୀ . . .

46

କିଏ ହେବ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ତାହା ନେଇ ଭବିଷ୍ୟବାଣୀ କରିଛନ୍ତି ଜଗଦଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ । ନିକଟରେ ଏକ ସମ୍ମିଳନୀରେ ଜଗଦଗୁରୁ ଏଭଳି ଚାଂଚଲ୍ୟକର ବୟାନ ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ଏବଂ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରାଜଗାଦୀରେ ବସିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଜଗଦଗୁରୁଙ୍କ ଏଭଳି ବୟାନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଜଗଦଗୁରୁଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୧୯ରେ ନରେନ୍ଦ୍ର ମୋଦି ହିଁ ଦେଶର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବେ । ଏଥିସହିତ ମୋଦି ଜଣେ ଅସାଧାରଣ ବ୍ୟକ୍ତିତ୍ୱ । ଜଣେ ପବିତ୍ର ଆତ୍ମା ସଂପନ୍ନ ବ୍ୟକ୍ତି ବୋଲି ଭୂରି ଭୂରି ପ୍ରଶଂସା ମଧ୍ୟ କରିଥିଲେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ । ଜଗଦଗୁରୁ ଆହୁରୀ ମଧ୍ୟ କହିଥିଲେ କି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନେଇ ସେ ପୂର୍ବରୁ ବି ଭବିଷ୍ୟବାଣୀ କରିଦେଇଥିଲେ କି ସେ କୌଣସି ବଡ ପଦରେ ଅଧିଷ୍ଠିତ ହୋଇପାରନ୍ତି ବୋଲି । ସେ କହିଥିଲେ କି, ରାମନାଥ କୋବିନ୍ଦ ରାଷ୍ଟ୍ରପତି ହେବା ପରେ ତାଙ୍କ ନିକଟକୁ ଆସିଥିଲେ ଏବଂ ତାଙ୍କୁ ଦକ୍ଷୀଣା ମଧ୍ୟ ଦେଇଥିଲେ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଚିତ୍ରକୂଟ ଧାମରୁ ରାଜସ୍ଥାନରେ ଅନୁଷ୍ଠିତ ହେବାକୁଥିବା ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବାହାରି ଥିଲେ ମାତ୍ର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ-ୱେରେ କନୌଜର ସୈରିଖଥାନା ନିକଟରେ ଗତ ଗୁରୁବାର ତଥା ଏପ୍ରିଲ ୫ ତାରିଖ ରାତି ପାଖାପାଖି ୧୧ଟା ସମୟରେ ତାଙ୍କର ଗାଡି ଏକ ଷଣ୍ଢକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଏସଂପର୍କିତ ଖବର ଖୋଦ ଜଗଦଗୁରୁ ଯୋଗୀ ଆଦିତ୍ୟନାଥଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ ।