‘ପ୍ରଥମେ ଅଣ୍ଡା ଆସିଥିଲା ନା ପ୍ରଥମେ କୁକୁଡା’ ! ବିଶ୍ୱର ସବୁଠାରୁ ପୁରୁଣା ଦ୍ୱନ୍ଦର ମିଳିଲା ସମାଧାନ

109

‘ପ୍ରଥମେ ଅଣ୍ଡା ଆସିଥିଲା ନା ପ୍ରଥମେ କୁକୁଡା’ ! ତେବେ, କିଛି ଦିନ ହେଲା ୟୁଟ୍ୟୁବରେ ଭାଇରାଲ ହୋଇଥିବା ଏକ ଭିଡିଓକୁ ଦେଖିଲେ ଯାହା ଜଣାପଡୁଛି କି ଦୁନିଆର ସବୁଠାରୁ ପୁରୁଣା ଦ୍ୱନ୍ଦର ସମାଧାନ ମିଳିଯାଇଛି । ଘଟଣାଟି ହେଲା, ଏହି ଭିଡିଓରେ ଜଣେ ମହିଳା ଏକ ଅଣ୍ଡାକୁ ଭାଙ୍ଗିବା ପରେ ତା ମଧ୍ୟରୁ ପୁଣି ଏକ ଅଣ୍ଡା ବାହାରୁଥିବାର ଦୃଶ୍ୟ ହେଉଛି । ମଜା କଥା ହେଲାକି, ଏହି ଦୁଇଟି ଯାଙ୍କ ଅଣ୍ଡା ଦେଖିବାକୁ ପ୍ରାୟତଃ ଏକାପ୍ରକାରର । ତେବେ ଉଭୟଙ୍କ ଆକାରକୁ ଛାଡି ବାକି ଅନ୍ୟ କୌଣସିରେ ମଧ୍ୟ ଅନ୍ତର ନାହିଁ । ପାଖାପାଖି ଦୁଇ ବର୍ଷ ପୂର୍ବରୁ ୟୁଟ୍ୟୁବରେ ଅପଲୋଡ କରାଯାଇଥିବା ଏହି ଭିଡିଓଟି ଏବେ ହଠାତ୍ ଭାଇରାଲ ହେବାକୁ ଲାଗିଛି ।

ତେବେ ଅଣ୍ଡା ଭିତରେ ଅଣ୍ଡା ବାହାରିବା ଘଟଣାକୁ ବୈଜ୍ଞାନିକମାନେ ମଧ୍ୟ ସ୍ୱୀକାର କରିଛିନ୍ତି । ସେମାନଙ୍କ ମତରେ ଏହି ଘଟଣାକୁ ‘କାଉଂଟର ପେରିଷ୍ଟେଲିସିସ୍ କାନ୍ଟ୍ରେକସନ’ କୁହାଯାଏ । କୁକୁଡାର ରିପ୍ରଡକ୍ସନ ସିଷ୍ଟମ ପ୍ରଥମେ ଅଣ୍ଡା ବାହାରିବା ପୂର୍ବରୁ ହିଁ ପୁଣି ଏକ ଅଣ୍ଡା ବାହାର କରି ଥାଏ । ତେବେ ଦ୍ୱିତୀୟ ଅଣ୍ଡାଟି ପ୍ରଥମ ଅଣ୍ଡାର ଚାରି ପାଖରେ ଏକ ପ୍ରକାର ଆସ୍ତରଣ ସୃଷ୍ଟି କରିଥାଏ  । ଆଉ ଏହା କୁକୁଡା ପାଇଁ ବହୁ କଷ୍ଟକର ହୋଇଥାଏ । କାରଣ ଏହା ପ୍ରାକୃତିକ ତଥା ସାଧାରଣଠାରୁ ବହୁତ ବଡ ଅଣ୍ଡା ହୋଇଥାଏ । ତେବେ ଅନ୍ୟ ଏକ ସୂତ୍ରରୁ ଜଣାପଡିଛି କି , କୁକୁଡାର ବିବର୍ତ୍ତନ ପୂର୍ବରୁ ପୃଥିବୀରେ ଡାଇନସର ପ୍ରଜାତିର ଜୀବଙ୍କର ଆର୍ବିଭାବ ଘଟିଥିଲା ଆଉ ସେମାନେ ଅଣ୍ଡା ଦେଉଥିଲେ । ଏହାକୁ ଭିର୍ତ୍ତି କରି ଏହା କୁହାଯାଇପାରିବ କି ପ୍ରଥମେ ଅଣ୍ଡା ଏବଂ ପରେ ଆସିଥିଲା କୁକୁଡା ।

ଏହା ସହ ଦେଖନ୍ତୁ ଏହି ଭିଡିଓ