ହ୍ୱାଟସଆପର ବଡ ନିଷ୍ପତି: ଏଣିକି ୧୬ ବର୍ଷରୁ କମ ବୟସର ଲୋକ ଚଲାଇପାରିବେ ନାହିଁ ହ୍ୱାଟସଆପ, ଜାଣନ୍ତୁ କେବେଠାରୁ ଲାଗୁ ହେଉଛି ଏହି ନିୟମ

68

ଦେଶର ଲୋକପ୍ରିୟ ମେସେଜିଂ ଆପ୍ ଭାବେ ବର୍ତ୍ତମାନ ହ୍ୱାଟସଆପ ବେଶ୍ ପରିଚିତ । ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ହ୍ୱାଟସଆପ ମାୟାରେ ବାୟା । ଏହି ମେସେଜିଂ ଆପଣ ଏବେ ଯୁବପୀଢୀ ପାଇଁ ଏତେ ଜରୁରୀ ହୋଇପଡିଛି କି, ହ୍ୱାଟସଆପ ବିନା ମୁହୂର୍ତ୍ତକ ପାଇଁ ରହିବା ପୂରା ମୁସ୍କିଲ ହୋଇପଡିଛି । ତେବେ ଏହି ପରିପ୍ରେକ୍ଷୀରେ ଆସିଛି ଏକ ବଡ ଖବର । ଯାହାକି ଆପଣଙ୍କ ହୋସ୍ ଉଡାଇଦେଇପାରେ । ଆଜ୍ଞା ହଁ ! ହ୍ୱାଟସଆପ ବ୍ୟବହାର କରିବାକୁ ଏବେ ଏକ ନିର୍ଦ୍ଦିଷ୍ଟ ବୟସ ସୀମା ଧାର୍ଯ୍ୟ କରାଯାଇଛି । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ସୂଚନା ଅନୁସାରେ, ୧୬ ବର୍ଷରୁ କମ୍ ବର୍ଷ ବୟସର ପିଲାମାନେ ଏଣିକି ଆଉ ହ୍ୱାଟସଆପ ବ୍ୟବହାର କରିପାରିବେ ନାହିଁ । କୌଣସି ବି ନାବାଳକ କିମ୍ବା ନାବାଳିକା ହ୍ୱାଟସଆପ ବ୍ୟବହାର କରିପାରିବେ ନାହିଁ । ଯଦି ବ୍ୟବହାର କରନ୍ତି ତେବେ ଏଥିପାଇଁ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏହି ନିୟମ କେବଳ ୟୁରୋପରେ ହିଁ ଲାଗୁ ହୋଇଛି । ବାକି ଅନ୍ୟ କୌଣସି ଦେଶ ପାଇଁ ନୁହେଁ ।

ପ୍ରକୃତ ଘଟଣାଟି ହେଲା କି, ୨୫ ମଇରେ ୟୁରୋପରେ ଡାଟା ପ୍ରାଇଭେସିକୁ ନେଇ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଯାହାକୁ ଦୃଷ୍ଟିରେ ରଖି ହ୍ୱାଟସଆପ ଏଭଳି ଏକ ନିଷ୍ପତି ନେଇଛି । ଏଠାରେ ଆମେ କହି ରଖୁଛୁ କି, ଏଯାବତ୍ ହ୍ୱାଟସଆପ ବ୍ୟବହାର କରିବାର ବୟସ ୧୩ ବର୍ଷ ରଖାଯାଇଛି । ଏସଂପର୍କରେ ହ୍ୱାଟସଆପ ନିଜର ବ୍ଲଗ ପୋଷ୍ଟରେ ମଧ୍ୟ ସୂଚନା ଦେଇଛି ।


ଏଭଳି ପରିସ୍ଥିତିରେ ୨୫ ମଇ ପୂର୍ବରୁ ଫେସବୁକ ମାଲିକାନାରେ ଥିବା ହ୍ୱାଟସଆପ ନିଜର ୟୁଜର୍ସଙ୍କ ବୟସ ସମ୍ବନ୍ଧରେ ସ୍ପଷ୍ଟ କରିବାକୁ ସୂଚନା ଦେଇଛି । ଯଦିଓ ଏହା ଏବେବି ସ୍ପଷ୍ଟ ହୋଇପାରି ନାହିଁ କି ହ୍ୱାଟସଆପ ନିଜର ୟୁଜର୍ସଙ୍କ ବୟସ ସମ୍ବନ୍ଧରେ କିପରି ପୃଷ୍ଟି କରିବ । ତେବେ ଏହି ନୂଆ ନିୟମ ଆଗାମୀ ସପ୍ତାହରେ ଲାଗୁ ହେବ ବୋଲି କଂପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସୌଜନ୍ୟ: ଅମର ଉଜାଲା