ହ୍ୱାଟସଆପ ଆଣିଲା ନୂଆ ଫିଚର ! ଏଣିକି ଭୁଲରେ ପଠାଯାଇଥିବା ମେସେଜକୁ କରିହେବ ଡିଲିଟ୍

33

ହ୍ଵାଟସଆପରେ ମେସେଜ୍ ପଠାଉଥିବା ଲୋକମାନ ଭଲ ଭାବେ ଜାଣିଥିବେ ଯେ ଥରେ କୌଣସି ମେସେଜ୍, ଫଟୋ କିମ୍ବା ଭିଡିଓ କାହାକୁ ପଠାଇ ଦେବା ପରେ ଆଉ କିଛି କରାଯାଇପାରିବ ନାହିଁ ।

ବ୍ୟବହାରକାରୀମାନେ ଅନେକ ସମୟରେ ଭୁଲ ଲୋକଙ୍କୁ ଭୁଲ ମେସେଜ୍ ପଠାଇବା ପରେ କେବଳ ଚିନ୍ତା ହିଁ କରନ୍ତି । ଆଉ କିଛି କରିପାରନ୍ତି ନାହିଁ । ଏହା ଦ୍ୱାରା ଅନେକ ଲୋକ ଅପ୍ରୀତିକର ପରିସ୍ଥିତି ସାମ୍ନା କରିଥାନ୍ତି । କିନ୍ତୁ ହ୍ଵାଟସଆପ୍ ପକ୍ଷରୁ ଏବେ ‘ଡିଲିଟ୍ ଫର୍ ଏଭ୍ରିଓ୍ଵାନ୍’ ବୈଶିଷ୍ଟ୍ୟକୁ ଉନ୍ମୋଚନ କରାଯାଇଛି । ଏହା ଜରିଆରେ ଲୋକମାନେ ପଠାଇଥିବା ମେସେଜକୁ ଡିଲିଟ୍ କରିପାରିବେ । ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ଓ୍ଵିଣ୍ଡୋଜ୍ ପ୍ଲାଟଫର୍ମରେ ଏହି ନୂଆ ବୈଶିଷ୍ଟ୍ୟ ଉପଲବ୍ଧ ହୋଇଛି । ଏହା ଜରିଆରେ ଲୋକମାନେ ଭୁଲରେ ପଠାଇ ଦେଇଥିବା ମେସେଜକୁ ଡିଲିଟ୍ କରିପାରିବେ।

ସେମାନେ ମେସେଜ୍ ପଠାଇବାର ସାତ ମିନିଟ୍ ଭିତରେ ତାହାକୁ ଡିଲିଟ୍ କରିବାର ସୁଯୋଗ ପାଇବେ । ଲୋକମାନେ ଟେକ୍ସଟ୍ ମେସେଜଠାରୁ ଆରମ୍ଭ କରି ଫଟୋ, ଭିଡିଓ, ଜିଆଇଏଫ୍ ଯାହା ବି କିଛି ପଠାଇଥିବେ ତାହାକୁ ଡିଲିଟ୍ କରିପାରିବେ । ଏହି ବୈଶିଷ୍ଟ୍ୟକୁ ବ୍ୟବହାର କରିବାକୁ ହେଲେ ଫୋନରେ ହ୍ଵାଟସଆପର ସଦ୍ୟତମ ଭର୍ସନ ଡାଉନଲୋଡ୍ କରିବା ଦରକାର । ଉଭୟ ଗ୍ରୁପ୍ ଏବଂ ବ୍ୟକ୍ତିଗତ ଚାଟିଂ ପାଇଁ ଡିଲିଟ୍ ଫର୍ ଏଭ୍ରିଓ୍ଵାନ୍ ବୈଶିଷ୍ଟ୍ୟ ଲାଗୁ ହେବ । ଲୋକମାନେ ପଠାଇଥିବା ଯେଉଁ ମେସେଜକୁ କେହି ପଢ଼ିନଥିବେ କିମ୍ବା ଦେଖି ନଥିବେ କେବଳ ସେଗୁଡ଼ିକୁ ଡିଲିଟ୍ କରାଯାଇପାରିବ ।