ଆଉ ଯିବାକୁ ପଡିବନି ବ୍ୟାଙ୍କ ! ଘରେ ବସି ହ୍ୱାଟସଆପ ଜରିଆରେ ବି ଆପଣ ପଠାଇପାରିବେ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା

50

ଟଙ୍କା ପଠାଇବା ପାଇଁ ଏଣିକି ଆପଣଙ୍କୁ ଆଉ କୌଣସି ବ୍ୟାଙ୍କ ଯିବାକୁ ପଡିବନାହିଁ ବରଂ ଆପଣ ହ୍ୱାଟସଆପ ଜରିଆରେ ହିଁ ଏହି କାମ ଅତି ସହଜରେ କରିପାରିବେ । କାରଣ ନିକଟରେ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପ୍ ପେମେଂଟ ଅପସନ୍ ଅପଡେଟ୍ କରିଛି । ଯେଉଁଥିରେ ଆପଣ ଟଙ୍କା ପଠାଇବା ପାଇଁ କୌଣସି ବ୍ୟାଙ୍କକୁ ଦୌଡିବାକୁ ପଡିବ ନାହିଁ ବରଂ ଘରେ ବସି ହ୍ୱାଟସଆପ ଜରିଆରେ ହିଁ ଆପଣ ଏହି କାମ କରିପାରିବେ । ତେବେ ପେଟିଏମକୁ ଟକ୍କର ଦେବା ଉଦ୍ଦେଶ୍ୟରେ ହ୍ୱାଟସଆପ ଏହି ନୂଆ ଫିଚରଟିକୁ ଲଂଚ କରିଛି ।

ସୂଚନା ମୁତାବକ, ହ୍ୱାଟସଆପ ବିଟା ଭର୍ସନ ୨.୧୮.୩୯ ପାଇଁ ପେମେଂଟ ଅପସନ ରୋଲ ଆଉଟ୍ କରିଛି । ଯଦିଓ ବର୍ତ୍ତମାନ ଏହି ଫିଚରଟିକୁ ହ୍ୱାଟସଆପ ବଛା ବଛା କିଛି ୟୁଜର୍ସଙ୍କ ପାଇଁ ରୋଲ ଆଉଟ୍ କରିଛି ତେବେ ଖୁବ୍ ଶୀଘ୍ର ହିଁ ଏହି ଫିଚରଟିକୁ ସାଧାରଣ ୟୁଜର୍ସଙ୍କ ପାଇଁ ମଧ୍ୟ ଲାଇଭ କରିଦିଆଯିବ ବୋଲି କଂପାନୀ ତରଫରୁ ସୂଚନା ମିଳିଛି । ଏଠାରେ ଆମ କହି ରଖୁଛୁ କି, ଭାରତରେ ହ୍ୱାଟସଆପର ପାଖାପାଖି କୋଟିଏରୁ ଅଧିକ ସଂଖ୍ୟକ ୟୁଜର୍ସ ରହିଛନ୍ତି । ଯାହାକି ପେଟିଏମ ପାଇଁ କୌଣସି ଟକ୍କରରୁ କମ ନୁହେଁ । ତେବେ ଆସନ୍ତୁ ଜାଣିବା କିଭଳି ହ୍ୱାଟସଆପ ଜରିଆରେ ଟଙ୍କା ପଠାଯାଇପାରିବ . . .

ହ୍ୱାଟସଆପରୁ ଟଙ୍କା ପଠାଇବା ପାଇଁ ଆପଣଙ୍କୁ ମାତ୍ର ୫ଟି ଷ୍ଟେପ ଫଲୋ କରିବାକୁ ପଡିବ । ଯାହା ସଂପର୍କରେ ଆମେ ତଳେ ଆଲୋଚନା କରିଛୁ ।

• ସର୍ବ ପ୍ରଥମେ ଆପଣଙ୍କୁ ଗୁଗଲ ପ୍ଲେଷ୍ଟୋରରେ ଯାଇ ହ୍ୱାଟସଆପର ନୂଆ ଭର୍ସନକୁ ଇନଷ୍ଟଲ କରିବାକୁ ହେବ ।

• ହ୍ୱାଟସଆପର ନୂଆ ଭର୍ସନ ଇନଷ୍ଟଲ କରିବା ପରେ ଏହାର ଠିକ୍ ରାଇଟ୍ କର୍ଣ୍ଣରରେ ତିନୋଟି ଡଟ୍ ନଜର ଆସିବ, ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ ।

• ଏହାପରେ ସେଟିଂକୁ ଯାଆନ୍ତୁ । ଏଠାରେ ଆପଣଙ୍କୁ ଏକ ନୂଆ ଟ୍ୟାବ ନଜର ଆସିବ , ଯାହାକି ପେମେଂଟ ଅପସନ ଅଟେ ।

• ଏହାପରେ ସିଲେକ୍ଟ ଏବଂ କଂଟିନ୍ୟୁ ଉପରେ କ୍ଲିକ୍ କରନ୍ତୁ । ଏଠାରେ ଆପଣଙ୍କୁ ବ୍ୟାଙ୍କଗୁଡିକର ଏକ ତାଲିକା ନଜର ଆସିବ, ଯେଉଁଥିରେ ଆକ୍ସିସ ବ୍ୟାଙ୍କଠାରୁ ଆରମ୍ଭ କରି ଏଚଡିଏଫସି ବ୍ୟାଙ୍କ ସମେତ ଅନେକ ବଡ ବଡ ବ୍ୟାଙ୍କର ନାଁ ରହିଛି ।

• ଏଭଳି ଭାବରେ ଆପଣ ହ୍ୱାଟସଆପ ଜରିଆରେ ଆପଣଙ୍କର ପ୍ରିୟପରିଜନଙ୍କ ନିକଟକୁ ଟଙ୍କା ପଠାଇପାରିବେ ।