ଏଣିକି ହ୍ୱାଟସଆପରେ ଜାଣି ପାରିବେ ଅଜଣା ବ୍ୟକ୍ତିଙ୍କ ନାଁ ! ଆସିଲା ତିନି ତିନୋଟି ଦମଦାର ଫିଚର

Advertisment
ଏଣିକି ହ୍ୱାଟସଆପରେ ଜାଣି ପାରିବେ ଅଜଣା ବ୍ୟକ୍ତିଙ୍କ ନାଁ ! ଆସିଲା ତିନି ତିନୋଟି ଦମଦାର ଫିଚର

Source: trak.in/wp-content

ପୁଣି ଥରେ ହ୍ୱାଟସଆପ ନିଜର ୟୁଜର୍ସଙ୍କ ପାଇଁ ଭେଟି ଦେବାକୁ ଯାଉଛି ନୁଆ ତଥା ଆକର୍ଷଣୀୟ ଫିଚର । ଯାହାକି ଗୋଟିଏ କି ଦୁଇଟି ନୁହେଁ ବରଂ ଏକାବେଳକେ ତିନି ତିନୋଟି ଫିଚର । ଯାହାଦ୍ୱାରା ୟୁଜର୍ସ ଅନ୍ୟର ଡିପିକୁ ନିଜ ଇଚ୍ଛା ମୁତାବକ ବଡ କରି ଦେଖିପାରିବା ସହିତ ଅଜଣା ନମ୍ବରରେ ହ୍ୱାଟସଆପ ମେସେଜ ପଠାଯାଇଥିବା ବ୍ୟକ୍ତିବିଶେଷଙ୍କର ନାମ ଓ ରଙ୍ଗବେରଙ୍ଗର ଷ୍ଟାଟସ ମଧ୍ୟ ଅପଡେଟ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା ।

ଅନ୍ୟ କାହାର ଡିପି କରିପାରିବେ ଜୁମ୍

publive-imageହ୍ୱାଟସଆପ ମେସେଜିଂ ଆପ ଏବେ ଦିନକୁ ଦିନ ସ୍ମାର୍ଟ ହେବାକୁ ଲାଗିଛି । ଫେସବୁକ ଭଳି ବି ଏଥିରେ ଲୋକେ ନିଜ ନିଜର ଖାସ ମୁହୂର୍ତ୍ତକୁ ସେୟାର କରିପାରୁଛନ୍ତି । ତେବେ ଏହାପରେ ବି କିଛି ଲୋକଙ୍କର ଅନ୍ୟର ଡିପି ପ୍ରତି ବହୁତ ରୁଚି ରହିଥାଏ ହେଲେ ୟୁଜର୍ସଙ୍କର ଅଭିଯୋଗ ରହିଛି କି ସେମାନେ ଅନ୍ୟର ଡିପିକୁ ଜୁମ୍ ବା ବଡ କରି ଦେଖି ପାରୁନାହାଁନ୍ତି ଆଉ ଯାହାକୁ ଦୃଷ୍ଟିରେ ରଖି ହ୍ୱାଟସଆପ ଏକ ଫିଚର ଲଂଚ କରିଛି ଯେଉଁଥିରେ ଏହି ସମସ୍ୟାର ସମାଧାନ ହୋଇପାରିଛି । ଅର୍ଥାତ୍ ଏଣିକି ୟୁଜର୍ସ ବି ଅନ୍ୟର ଡିପିକୁ ଜୁମ୍ କରି ଦେଖିପାରିବେ । ବର୍ତ୍ତମାନ ଏହି ଫିଚର ହ୍ୱାଟସଆପର ବିଟା ୟୁଜର୍ସଙ୍କ ପାଇଁ ହିଁ ଉପଲବ୍ଧ । କିନ୍ତୁ ଖୁବ୍ ଶୀଘ୍ର ଏହି ଫିଚର ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯିବ ।

ଅଜଣା ନମ୍ବରର ଦେଖାଯିବ ନାଁ

ଯଦି ଆପଣଙ୍କ ପାଖକୁ କୌଣସି ନମ୍ବରରୁ ହ୍ୱାଟସଆପ ମେସେଜ ଆସୁଛି, ଯାହାକୁ ଆପଣ ଆପଣଙ୍କର ମୋବାଇଲରେ publive-imageସେଭ୍ କରିନାହାଁନ୍ତି ବା ନାହିଁ ତେବେ ଏହାପରେ ବି ଆପଣ ଉକ୍ତ ବ୍ୟକ୍ତିବିଶେଷଙ୍କର ନାଁ ଜାଣିପାରିବେ । ଏପର୍ଯ୍ୟନ୍ତ ବିନା ନମ୍ବର ସେଭ୍ କରି ମେସେଜ କରୁଥିବା ବ୍ୟକ୍ତିଙ୍କର ନାମ ଦେଖାଯାଉନଥିଲା । ଖୁବ୍ ଶୀଘ୍ର ହିଁ ଏହି ଫିଚରଟି ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯିବ । ଏହାପରେ ଯିଏ ବି ଆପଣଙ୍କୁ ମେସେଜ କରିଥିବେ , ସେ ଯେଉଁ ନାମରେ ନିଜକୁ ରେଜିଷ୍ଟର କରିଥିବେ ସେହି ନାମ ହିଁ ଆପଣଙ୍କୁ ନଜର ଆସିବ ।

ବଦଳିବ ଷ୍ଟାଟସ୍ ଅପଡେଟ୍ କରିବାର ତରିକା

publive-imageଏ ପର୍ଯ୍ୟନ୍ତ ହ୍ୱାଟସଆପ ଅପଡେଟ୍ ଫିଚରରେ ୟୁଜର୍ସ କେବଳ ଫଟୋ ଏବଂ ଜିଆଇଏଫ ବ୍ୟବହାର କରିପାରୁଥିଲେ । ହେଲେ ହ୍ୱାଟସଆପର ଏହି ନୁଆ ଫିଚରଟି ଏବେ ଆହୁରି ଆକର୍ଷଣୀୟ ହୋଇଯାଇଛି । କାରଣ ନା ନୁଆ ଷ୍ଟାଟସ ଆଧାରରେ ଆପଣ ରଙ୍ଗବେରଙ୍ଗର ଷ୍ଟାଟସ ମଧ୍ୟ ରଖିପାରିବେ । ଯାହାର ବିକଳ୍ପ ଆପଣଙ୍କୁ ଷ୍ଟାଟସରେ ହିଁ ନଜର ଆସିଯିବ । ତେବେ ଏହି ଫିଚର ସମସ୍ତ ୟୁଜର୍ସଙ୍କ ପାଇଁ ହିଁ ଉପଲବ୍ଧ ହୋଇସାରିଛି ।

ସୌଜନ୍ୟ: ଦୈନିକ ଜାଗରଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe