ରେଲୱେ କୁଲିରୁ ଅଫିସର… ଷ୍ଟେସନ ୱାଇଫାଇରୁ ପାଠପଢି ୟୁପିଏସସି ପରୀକ୍ଷା ପାସ୍ କଲେ ଶ୍ରୀନାଥ

77

ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିନିଏ ସବୁକିଛି । ଯଦି ଆପଣଙ୍କଠାରେ କିଛି କରିଦେଖାଇବାର ଇଚ୍ଛା ତଥା ଲକ୍ଷ ରହିଛି ଆଉ ଏହି ଲକ୍ଷ୍ୟକୁ ଆପଣ ପୂରା କରିବା ପାଇଁ ଦିନରାତି ଏକ କରିଦେଉଛନ୍ତି ତେବେ ଆପଣଙ୍କର ଏହି ଇଚ୍ଛା ନିଶ୍ଚୟ ପୂରଣ ହେବ । କାରଣ ମଣିଷର ଇଚ୍ଛା ଓ ଅଭିଳାଷ ଏବଂ ନିଷ୍ଠାପରତା ଆଗରେ କିଛି ବି କାମ ଅସମ୍ଭବ ନୁହେଁ । ଏଭଳି ଉଦାହରଣ ପାଲିଟିଛନ୍ତି କେରଳର ଶ୍ରୀନାଥ ।

କେରଳର ଏର୍ନାକୁଲମ ରେଳ ଷ୍ଟେସନରେ କୁଲି କାମ କରନ୍ତି ଶ୍ରୀକାନ୍ତ । ଏହି ଷ୍ଟେସନରେ ସେ ଦୀର୍ଘ ୫ବର୍ଷ ହେଲା କୁଲି କାମ କରିଆସୁଛନ୍ତି । ଶ୍ରୀନାଥ ଏତେ କଷ୍ଟ କାମ କରିବା ପରେ ବି ପାଠପଢାରୁ ମୁହଁ ଫେରାଇନଥିଲେ । ଅର୍ଥାତ୍ କୁଲି କାମ କରି ମଧ୍ୟ ଶ୍ରୀନାଥ ପବ୍ଲିକ ସର୍ଭିସ କମିସନ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ସବୁଠାରୁ ବଡ କଥା ହେଲା, ଶ୍ରୀନାଥ ପଢିବା ପାଇଁ କାହାର ସହଯୋଗ ନେଇନଥିଲେ ,ବରଂ ରେଳ ଷ୍ଟେସନର ୱାଇଫାଇର ସହାୟତାରେ ପାଠପଢିଥିଲେ । ଏଥିପାଇଁ ସେ ମୋବାଇଲରେ ଭିଡିଓର ସହାୟତା ନେଇଥିଲେ ।

ଏଠାରେ ଆମେ କହି ରଖୁଛୁ କି, ଶ୍ରୀନାଥଙ୍କ ନିକଟରେ ନିଜର କେବଳ ଗୋଟିଏ ଫୋନ ଏବଂ ଇୟରଫୋନ ବ୍ୟତୀତ ବହି ଖଣ୍ଡିଏ ବି ନଥିଲା । ଶ୍ରୀନାଥ ତିନି ଥର ପରୀକ୍ଷା ଦେଇଥିଲେ , କିନ୍ତୁ ପ୍ରଥମ ଥର ପାଇଁ ସେ ନିଜର ପ୍ରସ୍ତୁତି ପାଇଁ ରେଲୱେର ମାଗଣା ୱାଇଫାଇର ସହାୟତା ନେଇଥିଲେ । ଶ୍ରୀନାଥଙ୍କ କହିବା କଥା ହେଲା କି, କୁଲି ଭାବରେ ଯେତେବେଳେ ସେ ଲୋକଙ୍କର ଜିନିଷପତ୍ର ବୋହୁଥିଲେ ସେ ସମୟରେ ସେ କାନରେ ଇୟରଫୋନ ଲଗାଇ ପାଠ୍ୟ ସଂପର୍କିତ ଖବରକୁ ଶୁଣୁଥିଲେ । ତେବେ ଶ୍ରୀନାଥ ଏବେ ଯଦି ଇଂଟରଭିୟୁରେ କ୍ୱାଲିଫାଏ କରିଦିଅନ୍ତି ତେବେ ତାଙ୍କୁ ରେଭିନ୍ୟୁ ଡିପାର୍ଟମେଂଟରେ Village Field Assistant ରେ ନିଯୁକ୍ତି ମିଳିଯିବ ।

ସୂଚନା ମୁତାବକ, ଦଶମ ପାସ କରିଥିବା ଶ୍ରୀନାଥ ମନ୍ନାରରେ ରୁହନ୍ତି । ଯାହାକି ଏର୍ନାକୁଲମ ରେଳ ଷ୍ଟେସନର ଖୁବ୍ ନିକଟବର୍ତ୍ତି ଅଂଚଳ । ଶ୍ରୀନାଥଙ୍କ କହିବା କଥା ହେଲା କି, ମାଗଣା ୱାଇଫାଇ ସୁବିଧା ତାଙ୍କର ଏହି ସଫଳତାର ବାଟ ଖୋଲି ଦେଇଥିଲା । ଉଲ୍ଲେଖ ଥାଉ କି, ମୋଦି ସରକାର ୨୦୧୬ରେ ଡିଜିଟାଲ ଇଣ୍ଡିଆ ଆଧାରରେ ସମସ୍ତ ରେଳ ଷ୍ଟେସନମାନଙ୍କରେ ୱାଇଫାଇର ସୁବିଧା ଆରମ୍ଭ କରିଥିଲେ । ଯାହାକି ସଂପୂର୍ଣ୍ଣ ଭାବରେ ମାଗଣା ଏବଂ ଏହି ସୁବିଧାର ଲାଭ ଯେକେହି ବି ଉଠାଇପାରିବେ ।