ବଜାରକୁ ଆସିଲା ଏଭଳି ମେସିନ୍ । ପୂରା ୧୨ ବର୍ଷ କାଳ ମାଗଣାରେ ଯୋଗାଇ ଦେବ ବିଦ୍ୟୁତ୍ । ଟଙ୍କାଟିଏ ବି ଆସିବନି ବିଜୁଳି ବିଲ୍

520

ଯଦି ଆପଣ ମଧ୍ୟ ଆପଣଙ୍କର ବିଜୁଳି ବିଲକୁ ନେଇ ଚିନ୍ତିତ ଅଛନ୍ତି କିମ୍ବା ବାରମ୍ବାର ବିଦ୍ୟୁତ୍ କାଟକୁ ନେଇ ବ୍ୟଥିତ ଅଛନ୍ତି ତେବେ ଏବେ ନିଶ୍ଚିନ୍ତ ହୋଇଯାଆନ୍ତୁ । କାହିିଁକି ନା ବଜାରକୁ ଏବେ ଏଭଳି ଏକ ମେସିନ ଆସିଯାଇଛି, ଯେଉଁଥିରେ ଆପଣଙ୍କର ସବୁ ସମସ୍ୟା ସମାଧାନ ଚୁଟକିରେ ହିଁ ହୋଇଯିବ ।

ଆଜ୍ଞା ହଁ ! ଆଜି ଆମେ ଆପଣଙ୍କୁ ଏଭଳି ଏକ ପାୱାର ହାଉସ୍ ସଂପର୍କରେ, ଯାହାକି ଆପଣଙ୍କୁ ଆପଣଙ୍କର ଘରେ ହିଁ ବିଦ୍ୟୁତ୍ ଶକ୍ତି ଉପଲବ୍ଧ କରାଇବ, ଆଉ ସେ ବି ପୂରା ମାଗଣାରେ । ସେହିପରି ଆପଣଙ୍କ ନିକଟରେ ଏହାକୁ ଚାର୍ଜ କରିବାକୁ ବି ଅନେକ ବିକଳ୍ପ ଦିଆଯାଇଛି । ଆପଣ ଏହାକୁ HANS ସୋଲାର ବ୍ରିଫକେସରୁ ବି ଚାର୍ଜ କରିପାରିବେ । ଏଥିସହିତ ହିଁ, ଏସି ଚାର୍ଜିଂ କାର୍ଡ ବି ଦିଆଯାଇଛି । ଏହି ପାୱାର ପ୍ୟାକ୍ ଆପଣଙ୍କୁ ଦୁଇଟି ରୂପରେ ମିଳିବ, ଗୋଟିଏ ହେଲା  HANS PowerPack 300 ଏବଂHANS PowerPack 150 

ତେବେ ପାୱାର ପ୍ୟାକ୍ ୧୫୦ ଆପଣଙ୍କୁ ଦେଇଥାଏ, ସର୍ବାଧିକ ୧୫୦ ଘଂଟା ଲାଇଟ୍ । ସେହିପରି ଆପଣ ଏଥିରୁ ସର୍ବାଧିକ ୧୫ଟି ମୋବାଇଲ ଫୋନ ବି ଚାର୍ଜ କରିପାରିବେ । ଆପଣଙ୍କୁ ଏଥିରେ ୟୁଏସବି ପୋର୍ଟ ବି ମିଳିବ । ପାୱାର ପ୍ୟାକ୍ ୩୦୦ରୁ ଆପଣ ୩୦୦ ଘଂଟା କାଳ ଲାଇଟ ପାଇପାରିବେ, ଏବଂ ଏଥିସହିତ ହିଁ ସର୍ବାଧିକ ୩୦ଟି ମୋବାଇଲ ଫୋନ ମଧ୍ୟ ଚାର୍ଜ କରିପାରିବେ । ଆପଣ ସାଧାରଣତଃ ଅନ୍ଧକାରକୁ ଦୂର କରିବା ପାଇଁ ଏହାର ଏଲଇଡି ଲାଇଟ୍ ମଧ୍ୟ ବ୍ୟବହାର କରିପାରିବେ । ପାୱାର ପ୍ୟାକ୍ ୧୫୦ରୁ ଆପଣ ରେଡିଓ ପଂଖା ଭଳି ଛୋଟିଆ ମେସେନର ବି ବ୍ୟବହାର କରିପାରିବେ । ତଥା ପାୱାର ପ୍ୟାକ୍ ୩୦୦ରୁ ଆପଣ କମ୍ପ୍ୟୁଟର ଏବଂ ଟିଭି ଭଳି ବଡ ବଡ ମେସିନକୁ ବି ଚଲାଇପାରିବେ ।

ଏଥି ସହିତ ହିଁ ପାୱାର ପ୍ୟାକର ଓଜନ ବି ବହୁତ କମ । ତେବେ ପାୱାର ପ୍ୟାକ୍ ୩୦୦ର ଓଜନ ମାତ୍ର ୪ କିଲୋ ହୋଇଥିବା ବେଳେ ପାୱାର ପ୍ୟାକ୍ ୧୫୦ର ଓଜନ ରହିଛି ଏହାଠୁ ଆହୁରୀ କମ୍ । ଆପଣ ଏହାକୁ ଅତି ସହଜରେ କୌଣସି ବି ସ୍ଥାନକୁ ନେବାଆଣିବା କରିପାରିବେ । ସେହିପରି ଏହାର ବ୍ୟବହାର ବି ବହୁତ ସହଜ, ପ୍ରତ୍ୟେକ ବ୍ୟକ୍ତି ଏହାର ବ୍ୟବହାର ଅତି ସହଜରେ କରିପାରିବେ । ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏହା ସହିତ ଆପଣଙ୍କୁ ପୂରା ୧୨ ବର୍ଷର ୱାରେଂଟି ମଧ୍ୟ କଂପାନୀ ତରଫରୁ ମିଳିବ ।