କୋମଳମତି ଶିଶୁଙ୍କ ସହ ହେଉଥିବା ନିର୍ଯ୍ୟାତନା ତଥା ଷଦୁଷ୍କର୍ମ ଭଳି କୁତ୍ସିତ ଘଟଣାରୁ ଜଣା ପଡିଯାଉଛି କି, ସେମାନଙ୍କୁ ଯୌନ ଶୋଷଣ କରୁଥିବା ବ୍ୟକ୍ତିବିଶେଷ ବାହାର କୌଣସି ବ୍ୟକ୍ତି ନୁହଁନ୍ତି ବରଂ କେହି ପରିଚିତ ଲୋକ ହିଁ ହୋଇଥାନ୍ତି । ଯାହାଙ୍କ ମିଠା ମିଠା କଥାରେ ଛୋଟପିଲା ଅତି ସହଜରେ ଫସିିଯାଇଥାନ୍ତି । ଅଧିକାଂଶ ମାମଲାରେ ଦେଖିବାକୁ ମିଳିଛି କି, କେହି ପଡୋଶୀ କିମ୍ବା ସଂପର୍କିୟ ବ୍ୟକ୍ତି, ଏପରିକି ଅନେକ ସମୟରେ ବରିଷ୍ଠ ଲୋକମାନେ ମଧ୍ୟ ଖରାପ ଶସ୍ପ କରି ଛୋଟ ଛୋଟ ଶିଶୁମାନଙ୍କୁ ଯୌନ ଉତ୍ପିଡନ କରିଥାନ୍ତି । ଯାହାକୁ ନିରୀହ ଶିଶୁମାନେ ବୁଝି ପାରିନଥାନ୍ତି । ତେଣୁ ଏଥିପାଇଁ ସମସ୍ତ ବାପାମାଆ ନିଜ ପିଲାମାନଙ୍କୁ ଉଭୟ ସ୍କୁଲ ଏବଂ ତାଙ୍କ ଚାରିପାଖରେ ଲୋକଙ୍କ ସହ ମିଳାମିଶା କରିବାର ପ୍ରତିଟି ଖବର ଜାଣିବା ରକିବା ଉଚିତ । ଏହାଦ୍ୱାରା ଆପଣ ଅତି ସହଜରେ ଜାଣିପାରିବେ କି ଛୋଟ ପିଲାଙ୍କ ସହ କଣ ସବୁ ଘଟୁଛି ? ଏବଂ ଛୋଟପିଲାଙ୍କୁ ଗୁଡ ଟଚ ଏବଂ ବ୍ୟାଡ ଟଚ ମଧ୍ୟରେ ଫରକ ସଂପର୍କରେ ବୁଝାନ୍ତୁ ? ତେବେ ଚାଇଲ୍ଡ ଲାଇନ ତରଫରୁ ଦିଆଯାଇଥିବା କିଛି ଗାଇଡଲାଇନ୍ସ ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ...

Advertisment

publive-image

ଗୁଡ ଚଟ 

ଯଦି କେହି ଆପଣଙ୍କୁ ଛୁଇଁବା ଦ୍ୱାରା ଆପଣଙ୍କୁ ତାହା ଭଲ ଲାଗେ ତେବା ତାହା ଗୁଡ ଟଚ ଅଟେ । ଯାହାକୁ ଆପଣ ଆପଣଙ୍କର ମାଆ, ବାପା, ବଡ ଭଉଣୀ, ଜେଜେମାଆ ଙ୍କ ଛୁଇଁବା ଦ୍ୱାରା ଅନୁଭବ କରିପାରିବେ ।

ବ୍ୟାଡ ଟଚ

ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କୁ ଏଭଳି ଭାବରେ ଛୁଅଁନ୍ତି କି ଯାହାଦ୍ୱାରା ଆପଣଙ୍କୁ ଖରାପ ଲାଗେ । କିମ୍ବା ସେହି ବ୍ୟକ୍ତିଙ୍କ ଛୁଇଁବା ଦ୍ୱାରା ଆପଣ ନିଜକୁ ଅସୁରକ୍ଷିତ ମନେ କରନ୍ତି । ତେବେ ତାକୁ ବ୍ୟାଡ ଟଚ ବୋଲି କୁହାଯାଇଥାଏ । ଏଥିସହିତ ଯଦି କୌଣସି ଅଜଣା ତଥା ଅଚିହ୍ନା ବ୍ୟକ୍ତି ଆପଣଙ୍କର ପ୍ରାଇଭେଟ ପାର୍ଟ୍ସକୁ ଛୁଇଁବାକୁ ପ୍ରୟାସ କରନ୍ତି ତେବେ ଏହା ମଧ୍ୟ ବ୍ୟାଡ ଚଟ ଅଟେ । ତୃତୀୟ କଣ୍ଡିସନରେ ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଏଭଳି ପ୍ରକାରେ ଛୁଇଁନ୍ତି ଯାହାଦ୍ୱାରା ଆପଣ ଅସୁରକ୍ଷିତ ମନେକରନ୍ତି ଏଥିସହିତ ହିଁ ଏସଂପର୍କରେ କାହାକୁ ନଜଣାଇବାକୁ କୁହନ୍ତି ତେବେ ତାହା ମଧ୍ୟ ବ୍ୟାଡ ଟଚ ହୋଇଥାଏ ।

publive-image

ପିଲାଙ୍କୁ ଶିଖାନ୍ତୁ ଗୁଡ ଟଚ ଏବଂ ବ୍ୟାଡ ଟଚ ମଧ୍ୟରେ ଫରକ

• ସର୍ବପ୍ରଥମେ ସବୁ ବାପାମାଆଙ୍କୁ ନିଜ ପିଲାମାନଙ୍କର ଭରସା ଜିତିବାକୁ ହେବ । ଯାହାଦ୍ୱାରା ପିଲାମାନେ ନିଜର ସବୁକଥା ବିନା ଭୟରେ ଆୁ ବିନା ଶଙ୍କୋଚରେ କହିପାରିବେ ।

• ପିଲାମାନଙ୍କୁ ସେମାନଙ୍କ ଶରୀର ସଂପର୍କରେ ସୂଚନା ଦିଅନ୍ତୁ । ସେମାନଙ୍କର ବ୍ୟକ୍ତିଗତ ଅଙ୍ଗ ସଂପର୍କରେ ଜଣାନ୍ତୁ । ଏଥିସହିତ ପିଲାମାନଙ୍କୁ ପୁଅ ଝିଅ ଶରୀରରେ ଥିବା ଅନ୍ତର ସଂପର୍କରେ ମଧ୍ୟ ଜଣାନ୍ତୁ ।

• ପିଲାଙ୍କୁ ବିଭିନ୍ନ ପଶୁପକ୍ଷୀଙ୍କ ଉଦାହରଣ ଦେଇ ଶିଖାନ୍ତୁ କି, ତୁମେ କୌଣସି ଗାଇ କିମ୍ବା କୁକୁରକୁ ଛୁଇଁବା କ୍ଷଣି ସେମାନଙ୍କୁୂ ତୁମର ଛୁଇଁବା ଖରାପ ଲାଗିଥାଏ ତ ସେମାନେ ତୁମକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥାନ୍ତି । ଯଦି ଏଭଳି କାହାର ଛୁଇଁବା ଦ୍ୱାରା ତୁମକୁ ଖରାପ ଲାଗେ ତେବେ ତାହା ବ୍ୟାଡ ଟଚ ହୋଇପାରେ ।