ଭାରତୀୟମାନେ ନିଜ ରାଜ୍ୟମାନଙ୍କ ବିଷୟରେ ଅନଲାଇନ ବା ଇଂଟରନେଟରେ କଣ ଜାଣିବାକୁ ଚାହାନ୍ତି, ତାହା ଅତ୍ୟନ୍ତ ରୋଚକ ଅଟେ ।

Advertisment

ଲଣ୍ଡନ ଜନ୍ମିତ ଲୁସି ପ୍ଲମ୍ମରଙ୍କ ଲିଖିତ ଏକ ଭାରତ ସମ୍ବନ୍ଧିତ ସଂକଳନ ଯେଉଁଥିରେ ଅନ୍ୟାନ୍ୟ ରାଜ୍ୟର ସାମାଜିକ,ଅର୍ଥନୈତିକ,ପାରଂପରିକ ବ୍ୟବସ୍ଥାକୁ ସ୍ଥାନ ଦେଇ ଗୁଗଲ ସର୍ଚ୍ଚରେ ଦେଖି ଜାଣିବାକୁ ପାଇଛନ୍ତି ଏହି ତଥ୍ୟ । ଏହି ତଥ୍ୟରେ ରହିଛି କି, ଗୁଗଲ ଅଟୋ କଂପଲିଟ୍ ବ୍ୟବସ୍ଥାରେ ପ୍ରତ୍ୟେକ ରାଜ୍ୟର ନାମ ଖୋଜିବାଦ୍ୱାରା ଆପଣା ଛାଏଁ ଏମିତି ସର୍ଚ୍ଚଗୁଡିକ ଚାଲିଆସେ ଯାହାକୁ ଲୋକମାନେ ଜାଣିବାକୁ ସର୍ବାଧିକ କୌତୁହଳ ଓ ଇଚ୍ଛୁକ ପ୍ରକାଶ କରିଥାନ୍ତି ।

ଖାଲି ସେତିକି ନୁହେଁ ପ୍ରତ୍ୟେକ ରାଜ୍ୟର କିଛି ବିଶେଷତ୍ୱକୁ ନେଇ ଅଧିକାଂଶ କ୍ଷେତ୍ରରେ ଭାରତୀୟମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ । ସେଥିପାଇଁ ସେଗୁଡିକ ଗୁଗଲରେ ସର୍ବାଧିକ ଥର ଖୋଜି ଥାନ୍ତି ।

ଉଦାହରଣ ସ୍ୱରୂପ, ଓଡିଶାକୁ ସର୍ଚ୍ଚ କରିବା ସମୟରେ ଲୋକେ ଗୋଟିଏ ପ୍ରଶ୍ନକୁ ବାରମ୍ବାର ଦୋହରାଇଥାନ୍ତି । ଯେପରି ଓଡିଶା-ଅନୁନ୍ନତ କାହିଁକି ? ସେହିପରି ମଧ୍ୟପ୍ରଦେଶ: ଝାରଖଣ୍ଡ,ବିହାର ଆଦି ରାଜ୍ୟ ଏତେ ଗରିବ କାହିଁକି ବୋଲି ଗୁଗଲରେ ସର୍ଚ୍ଚ ଦେଖାଯାଏ । ଏହାସହ ଛତିଶଗଡକୁ କାହିଁକି ଭାତର ତାଟିଆ, ଦିଲ୍ଲୀକୁ କାହିଁକି କ୍ଷୁଦ୍ର ଭାରତ ,ଗୋଆ କାହିଁକି ପ୍ରସିଦ୍ଧ, ଗୁଜୁରାଟ ଶୁଖିଲା ରାଜ୍ୟ କାହିଁକି ଏଭଳି ଅନେକ ପ୍ରଶ୍ନର ଉତ୍ତର ପାଇଁ ଗୁଗଲ ସର୍ଚ୍ଚ କରିଥାନ୍ତି ।