ଏପ୍ରିଲ ୧ରୁ ଏହି ସବୁ ଜିନିଷ ଆପଣଙ୍କ ପାଇଁ ହେବ କାଳ ! ଜାଣନ୍ତୁ କଣ . . .

95

ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଇଛି ବଜେଟ୍ ୨୦୧୭-୧୮ର ପ୍ରସ୍ତାବିତ ନିୟମ । ତେବେ ବଜେଟରେ ପ୍ରସ୍ତାବିତ ହୋଇଥିବା ସବୁପ୍ରକାର ଟ୍ୟାକ୍ସ ବା କର ବର୍ତ୍ତମାନ ଏପ୍ରିଲ ୧ରୁ ଲାଗୁ ହୋଇଯିବ । ତେବେ ଆର୍ଥିକ କ୍ଷେତ୍ରରେ ହୋଇଥିବା ଏହି ବଡଧରଣର ପରିବର୍ତ୍ତନ ଓ ନୂଆ ବଜେଟ୍ ନିୟମ ଆଦିର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିବ । କାରଣ ଏହାଦ୍ୱାରା ଅତ୍ୟାବଶ୍ୟକୀୟ ସାମଗ୍ରୀର ଦାମ୍ ମଧ୍ୟ ବୃଦ୍ଧି ପାଇବ ।

ତେବେ ଆସନ୍ତୁ ଜାଣିବା ଏପ୍ରିଲ ୧ରୁ କେଉଁ କେଉଁ ସାମଗ୍ରୀ ମହଙ୍ଗା ହେବ ଆଉ ଯାହାର ପ୍ରଭାବ ଆପଣଙ୍କ ଖର୍ଚ୍ଚ ଉପରେ ପଡିବ ।

୧. କାର, ମୋଟରସାଇକେଲ ଏବଂ କମର୍ସିଆଲ ଜନିତ ଗାଡିଗୁଡିକର ବିମା ଏପ୍ରିଲ ପହିଲାରୁ ମହଙ୍ଗା ହେବ ।

୨. ତମାକୁ ଏବଂ ଗୁଟଖାଗୁଡିକରେ ଶୁଳ୍କ ପାଖାପାଖି ୧୦ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି ।

୩. ସିଗାରେଟ୍ ଉପରେ ଉତ୍ପାଦ ଶୁଳ୍କ ୨୧୫ ଟଙ୍କା ପ୍ରତି ହଜାରରୁ ବୃଦ୍ଧି ପାଇ ହେଲା ୩୧୧ ଟଙ୍କା ।

୪. ଏଲଇଡି ବଲ୍ୱ ମହଙ୍ଗା ହେବ । ତେବେ ଏହାର ତିଆରି ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀଗୁଡିକର ମଧ୍ୟ ଶୁଳ୍କ ବୃଦ୍ଧି ପାଇ ୬ ପ୍ରତିଶତ ହୋଇଛି ।

୫. ରୂପା ବାସନକୁସନ ଏବଂ ଏହାର ତିଆରି ପାଇଁ ଆବଶ୍ୟକ ଜିନିଷ ମଧ୍ୟ ମହଙ୍ଗା ହେବ ।

୬. ମୋବାଇଲ ଫୋନଗୁଡିକର ଦାମ ମଧ୍ୟ ବୃଦ୍ଧି ପାଇବ । କାରଣ ଏହାର ତିଆରି ପାଇଁ ଦରକାର ପଡୁଥିବା ପ୍ରଡକ୍ଟ ତଥା ସର୍କିଟ ବୋର୍ଡ ଉପରେ ମଧ୍ୟ ଶୁଳ୍କ ଲଗାଯାଇଛି ।

୭. ବିଭିନ୍ନ ଷ୍ଟିଲ ଜିନିଷ ମଧ୍ୟ ହେବ ମହଙ୍ଗା ।

୮. ଆଲୁମିନିୟମରେ ତିଆରି ବିଭିନ୍ନ ଜିନିଷ ମହଙ୍ଗା ହେବ ।

୯. ଏନଏଚଏଆଇ ଟୋଲ ପ୍ଲାଜା ଉପରେ ୨ରୁ ୩ ପ୍ରତିଶତ ବୃଦ୍ଧି କରିଛି । ତେବେ କିଛି ସ୍ଥାନରେ ମଧ୍ୟ ଏହାଠାରୁ ଅଧିକ ବଢାଯାଇପାରେ । ଅର୍ଥାତ୍ ଗାଡି ଚାଳକଙ୍କୁ ଏବେ ଅଧିକ ୫ରୁ ୧୦ ଟଙ୍କା ଟୋଲ୍ ଟ୍ୟାକ୍ସ ଦେବାକୁ ପଡିବ ।

୧୦. ଟେଲିକମ୍ କଂପାନୀମାନଙ୍କର ଫ୍ରି ଅନଲିମିଟେଡ୍ ଡାଟାର ସୁବିଧା ମଧ୍ୟ ବନ୍ଦ କରାଯିବ । ୩୧ ମାର୍ଚ୍ଚ ପରେ ଗ୍ରାହକଙ୍କୁ କୌଣସି ଗୋଟିଏ ପ୍ୟାକେଜକୁ ଚୟନ କରିବାକୁ ପଡିପାରେ ।