ବିଶ୍ୱର ଲୋକପ୍ରିୟ ମେସେଜିଂ ଆପ ତଥା ହ୍ୱାଟସଆପ ଏବେ ପୂର୍ବପେକ୍ଷା ଆହୁରୀ ସ୍ମାର୍ଟ ହେବାରେ ଲାଗିଛି । ଯେଉଁଥି ପାଇଁ କଂପାନୀ ତରଫରୁ ପ୍ରତିଦିନ କିଛି ନା କିଛି ନୂଆ ଫିଚରମାନ ଲଂଚ ମଧ୍ୟ କରାଯାଉଛି । ହେଲେ ବଡ କଥା ହେଲା ବିଶ୍ୱରେ ଏତେ ବଡ ନାଁ କରିବା ପରେ ଏହି ମେସେଜିଂ ଆପଟି କୌଣସି ମତେ କଂପାନୀର ଇମେଜକୁ ନଷ୍ଟ କରିବାକୁ ଚାହୁଁନି । କାରଣ ସୋସିଆଲ ମିଡିଆକୁ ନେଇ ଦେଶରେ ସୃଷ୍ଟି ହେଉଥିବା ବିଭିନ୍ନ ଦଙ୍ଗା, ହିଂସା ତଥା ଅରାଜକତାକୁ ଦୃଷ୍ଟିରେ ରଖି ହ୍ୱାଟସଆପ ଏଥିପ୍ରତି ଅଧିକ ଯତ୍ନବାନ ହୋଇପଡିଛି । କିପରି ୟୁଜର ଆପକୁ ବ୍ୟବହାର କରିବେ ସେ ନେଇ ମଧ୍ୟ କଂପାନୀ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ୍ସ ଜାରି କରାଯାଇଥିଲା ।

Advertisment

publive-image

ଇତି ମଧ୍ୟରେ ହ୍ୱାଟସଆପ ପୁଣି ଏକ ନୂଆ ଫିଚର ଲଂଚ କରିଛି । ଯାହାର ନାଁ ରଖାଯାଇଛି “ରେଷ୍ଟ୍ରିକଟ ଗ୍ରୁପ” (Restrict Group) । ହ୍ୱାଟସଆପ ଏହି ନୂଆ ଫିଚରକୁ ଆଣ୍ଡ୍ରଏଡ, ଓିଣ୍ଡୋଜ ଏବଂ ଆଇଓଏସ ୟୁଜରଙ୍କ ପାଇଁ ଜାରି କରିଛି । ଏହି ଫିଚରଟି ଗ୍ରୁପ ଆଡମିନିଷ୍ଟ୍ରେଟରକୁ ଏହି ପାୱାର ଦେଇଥାଏ କି ସେ ଅନ୍ୟ ସଦସ୍ୟଙ୍କୁ ଟେକଷ୍ଟମେସେଜ , ଫଟୋ, ଭିଡିଓ, ଗ୍ରାଫିକ୍ସ, ଡକ୍ୟୁମେଂଟ କିମ୍ବା କୌଣସି ଭଏସ ମେସେଜ ପଠାଇବାରେ ରୋକି ପାରିବେ । ଅର୍ଥାତ୍ ଗ୍ରୁପ ଆଡମିନିଷ୍ଟ୍ରେଟର ଗ୍ରୁପରେ କୌଣସି ବି ମେମ୍ବରକୁ ବ୍ୟାନ କରିପାରିବେ ।

publive-image

ସହଜ ଭାଷାରେ କହିଲେ, ଯଦି ଆଡମିନିଷ୍ଟ୍ରଟରକୁ ଲାଗେ କି ଗ୍ରୁପରେ ଜଡିତ ଥିବା କୌଣସି ବି ସଦସ୍ୟ ଭୁଲ ତଥା ଆପତିଜନକ ମେସେଜ.ଫଟୋ, ଭିଡିଓ, ଗ୍ରାଫିକ୍ସ କିମ୍ବା ଭଏସ ମେସେଜ ପଠାଉଛି ତେବେ ସେ ତାଙ୍କୁ ଏଭଳି କରିବାରେ ନିବୃତ୍ତ କରିପାରିବେ । ହ୍ୱାଟସଆପର ଏହି ନୂଆ ଫିଚରକୁ ଟେଷ୍ଟ କରିଥିବା ଲୋକପ୍ରିୟ ଫୋନ ସାଇଟ WABetaInfo ସୁଚନାନୁଯାୟୀ, ଆପଣଙ୍କୁ ଏହି ଫିଚରଟିକୁ ଆକ୍ଟିଭ କରିବା ପାଇଁ ନିଜର ହ୍ୱାଟସଆପ ଭର୍ସନକୁ ୨.୧୮.୧୩୨ ଆଣ୍ଡ୍ରଏଡରୁ ଅପଡେଟ୍ କରିବାକୁ ହେବ ।

publive-image

ରେଷ୍ଟ୍ରିକଟ ଗ୍ରୁପ ଫିଚରଟି ପ୍ରଥମ ଥର ପାଇଁ ଗତବର୍ଷ ଡିସେମ୍ବରର ନଜର ଆସିଥିଲା । ବର୍ତମାନ ଗ୍ରୁପରେ ସମସ୍ତ ସଦସ୍ୟ ଗ୍ରୁପର ବ୍ୟୁରୋ, ଆଇକନ ଏବଂ ସବଜେକ୍ଟକୁ ଏଡିଟ୍ କରିପାରିବେ । କିନ୍ତୁ ଏହି ନୂଆ ଫିଚରରେ କୌଣସି ବି ମେମ୍ବର ଗ୍ରୁପ ଡେସ୍କ୍ରିପସନକୁ ମୋଡିଫାଏ କରିପାରିବେ ନାହିଁ । ଆଡମିନ ସେଟିଙ୍ଗରେ ଆଡମିନିଷ୍ଟ୍ରେଟର ଏହାକୁ ସ୍ଥିର କରିପାରିବେ କି, କିଏ ଗ୍ରୁପର ଇନଫରମେସନକୁ ପରିବର୍ତ୍ତନ କରିପାରେ । ଅନ୍ୟ ମେମ୍ବରର୍ସଙ୍କ ନିତିଗତିକୁ ସିମିତ କରିବା ପରେ ଆଡମିନଷ୍ଟ୍ରେଟର ମିଡିଆ ଏବଂ ଚାଟିଂକୁ ସେୟାର କରିପାରିବେ । ଅର୍ଥାତ୍ ଆଡମିନିଷ୍ଟ୍ରେଟରଙ୍କ ରେଷ୍ଟ୍ରିକଟ କରିବା ପରେ ଅନ୍ୟ ସଦସ୍ୟମାନେ ମେସେଜ ତ ପଢିପାରିବେ ସତ କିନ୍ତୁ ମେସେଜର ଉତ୍ତର ଦେଇପାରିବେ ନାହିଁ ।