ଆପଣଙ୍କ ବିବାହରେ କେତେ ବନ୍ଧୁ ଆସିବେ? ସରକାର ସ୍ଥିର କରିବେ ସଂଖ୍ୟା, ଗରିବଙ୍କୁ ବଣ୍ଟାଯିବ ବଳି ପଡିଥିବା ଖାଦ୍ୟ

Advertisment
ଆପଣଙ୍କ ବିବାହରେ କେତେ ବନ୍ଧୁ ଆସିବେ? ସରକାର ସ୍ଥିର କରିବେ ସଂଖ୍ୟା, ଗରିବଙ୍କୁ ବଣ୍ଟାଯିବ ବଳି ପଡିଥିବା ଖାଦ୍ୟ

ଆରମ୍ଭ ହୋଇଯାଇଛି ବିବାହ ଋତୁ । ବିବାହ ପାଇଁ ପୂଜା ମଣ୍ଡପଠାରୁ ହୋଟେଲ ଏବଂ ରିସର୍ଟ ପର୍ଯ୍ୟନ୍ତ ଚଳଚଂଚଳ ହୋଇପଡିଛି । ଯାହାକୁ ନେଇ ଦିଲ୍ଲୀ ସରକାର ଏଭଳି କଟକଣା ଜାରିକରିଛନ୍ତି । ତେବେ ଏହା ଏଥିପାଇଁ ବିବାହ ସମାରୋହ ତଥା ବାରାତି କାରଣରୁ ଘଂଟା ଘଂଟା ଧରି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ଯାହାଦ୍ୱାରା ସାଧାରଣ ଲୋକେ ପ୍ରଭାବିତ ହେଉଛନ୍ତି । ତେଣୁ ଦିଲ୍ଲୀର କୌଣସି ବି ଫାର୍ମାହାଉସ, ରିସର୍ଟ ତଥା ହୋଟେଲଗୁଡିକରେ ବିବାହ ସମାରୋହ ପାଇଁ ଉଭୟ ବର ଏବଂ କନିଆଁ ପକ୍ଷରୁ କେତେ ବନ୍ଧୁବାନ୍ଧବ ଡକାଯିବ ତାର ନିଷ୍ପତି ଭେନ୍ୟୁର ଫ୍ଲୋର ଏରିଆ ଏବଂ ଏହାର ପାର୍କି କ୍ଷମତାକୁ ଆଧାର କରି କରାଯିବ । ତେବେ ଏହି ଫ୍ଲୋର ଏରିଆକୁ ୧.୫ ସ୍କୋୟାର ମିଟରରୁ ଭାଗ ଭାଗ କରାଯିବ । ଏବେ ଭେନ୍ୟୁରେ ପାର୍କି ହୋଇଥିବା ଗାଡିଗୁଡିକର ସଂଖ୍ୟାକୁ ୪ରେ ଗୁଣା କରାଯିବ । ଯାହା ବି ଆକଡା କମ ରହିବ , ସେତିକି ହିଁ ସର୍ବାଧିକ ସଂଖ୍ୟାରେ ଆପଣ ବନ୍ଧୁବାନ୍ଧବଙ୍କୁ ବିବାହରେ ଡାକି ପାରିବେ ।

publive-image

ଉଦାହରଣ ସ୍ୱରୂପ, ଯଦି କୌଣସି ବିବାହ ମଣ୍ଡପର ଏରିଆ ୬୦୦ ସ୍କୋୟାର ମିଟର (600/1.5 = 400)ରହିଛି ତେବେ ସେଠାରେ ୪୦୦ ଜଣ ଲୋକଙ୍କୁ ଅନୁମତି ମିଳିବ । ସେହିପରି ଯଦି ପାର୍କିଂ କ୍ଷମତା ୧୦୦କାର ରହିବା ଭଳି ରହିଛି (100x4 = 800) ତେବେ ୮୦୦ ଲୋକଙ୍କର ବନ୍ଦବୋସ୍ତ ଏହି ୱେଡିଂ ଭେନ୍ୟୁରେ ହୋଇପାରିବ ।

publive-image

ବିବାହରେ ବଳି ପଡିଥିବା ଖାଦ୍ୟକୁ ଗରିବଙ୍କୁ ବଂଟାଯିବ

ସାଧାରଣତଃ ବିବାହ ଉତ୍ସବରେ ଖାଦ୍ୟ ନଷ୍ଟଭ୍ରଷ୍ଟ ଅଧିକ ମାତ୍ରାରେ ହୋଇଥାଏ । ତେଣୁ ଏସବୁ ଜିନିଷକୁ ନଜରରେ ରଖି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି . ଯେଉଁଥିରେ ବିବାହ କାର୍ଯ୍ୟକ୍ରମରେ ଖାଦ୍ୟର ଅପଚୟକୁ ରୋକା ଯାଇପାରିବ । ଦିଲ୍ଲୀ ସରକାର ଏଥିପାଇଁ ଏକ ନୂଆ ଡ୍ରାଫ୍ଟ ପିଲିସିରେ ଏହି ନିୟମକୁ ପ୍ରସ୍ତୁତ କରିଛନ୍ତି । ଏଥିସହିତ ହିଁ ଭେନ୍ୟୁ ବାହାରେ ୱେଡିଂର ସମସ୍ତ ରୀତିନୀତି, ବାଜା-ରୋଷଣୀ ଆଦିର ମନୁମତି ମିଳିବ ନାହିଁ । ଏହାଛଡା ଅଧିକ କିମ୍ବା ବଳି ପଡିଥିବା ଖାଦ୍ୟକୁ ଗରିବଙ୍କଠାରେ ବାଂଟିଦିଆଯିବ । ସେହିପରି ଭେନ୍ୟୁ ବାହାର ରାସ୍ତା କଡରେ ବି ଗାଡି ରଖିବାକୁ ଅନୁମତି ଦିଆଯିବ ନାହିଁ । ଏଠାରେ ଆମେ କହି ରଖୁଛୁ କି, ଦୀର୍ଘ ଦିନ ଧରି ଦିଲ୍ଲୀରେ ବିବାହ ସମାରୋହ ଏବଂ ରାସ୍ତା କଡରେ ଗାଡି ପାର୍କିଂ କରାଯିବା ଦ୍ୱାରା ଭୟଙ୍କର ଟ୍ରାଫିକ୍ ଜନିତ ସମସ୍ୟା ସୃଷ୍ଟି ହେଉଛି, ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏଭଳି କଟକଣା ଜାରି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe