‘ଜିଓ’ଠାରୁ ଆହୁରୀ ଶସ୍ତା ହେଲା ‘ଭୋଡାଫୋନ’ର ଏହି ଅଫର ! ମାତ୍ର ୬ ଟଙ୍କାରେ ଆପଣ ଉପଭୋଗ କରିପାରିବେ ୧ଜିବି ଫୋର-ଜି ଡାଟା ସହ ମାଗଣା କଲିଂ

62

ଦେଶର ଟେଲିକମ ଜଗତରେ ଏବେ ଲଗାତର ଭାବେ ଦେଖିବାକୁ ମିଳିଛି ପ୍ରତିଦ୍ୱନ୍ଦିତା । କାରଣ, ରିଲାଏନ୍ସ ଜିଓକୁ ଏବେ ଟକ୍କର ଦେବାପାଇଁ କଂପାନୀମାନେ ଲଗାତର ଭାବରେ ନୂଆ ନୂଆ ଅଫର ସବୁ ଲଂଚ କରିବାରେ ଲାଗିଛନ୍ତି । ତେବେ ଏହି କଂପାନୀଙ୍କ ମଧ୍ୟରୁ ଭୋଡାଫୋନ ମଧ୍ୟ ବାଦ୍ ପଡିନି । ନିକଟରେ ଭୋଡାଫୋନ୍ ଏକ ନୂଆ ପ୍ଲାନ ଲଂଚ କରିଛି । ଆପଣଙ୍କୁ ଏଠାରେ କହି ରଖୁଛୁ କି, ଜିଓ ପ୍ରାଇମ ମେମ୍ବରସିପ ପ୍ଲାନ ମୁତାବକ ୨୮ ଦିନ ପାଇଁ ୩୦୩ ଟଙ୍କାର ରିଚାର୍ଜ କଲେ ପ୍ରତିଦିନ ୧ଜିବି ଡାଟା ଆପଣଙ୍କୁ ମିଳିବ । ଅର୍ଥାତ୍ ୧୦ ଟଙ୍କାରେ ପ୍ରତିଦିନ ୧ ଜିବି ଡାଟା ଆପଣଙ୍କୁ ଯୋଗାଇ ଦିଆଯିବ । ସେହିପରି ଭୋଡାଫୋନର ନୂଆ ପ୍ଲାନ ମୁତାବକ କେବଳ ୬ ଟଙ୍କାରେ ୧ଜିବି ଫୋର-ଜି ଡାଟା ଆପଣ ଉପଭୋଗ କରିପାରିବେ ।

ଜିଓଠାରୁ ଶସ୍ତା ହେଲା ଭୋଡାଫୋନର ପ୍ଲାନ

ଯଦି ଏହି ଅଫରଟିର ତୁଳନା ରିଲିୟାନ୍ସ ଜିଓ ସହ କରାଯାଏ ତେବେ ଭୋଡାଫୋନର ଅଫର ରିଲିୟାନ୍ସ ଜିଓ ଅଫରଠାରୁ ଅଧିକ ଟଙ୍କା । ରିଲାଏନ୍ସ ଜିଓର ୩୦୩ ଟଙ୍କା ବାଲା ଯୋଜନାରେ ମାସକ ପାଇଁ ପ୍ରତିଦିନ ୧ ଜିବି ଡାଟା ମିଳିଥାଏ, ଯେବେକି, ଭୋଡାଫୋନର ଏହି ଅଫରଟିରେ ୩୫୨ ଟଙ୍କାରେ ୫୬ ଦିନ ପାଇଁ ପ୍ରତିଦିନ ୧ଜିବି ଡାଟା ମିଳିବ ।

କିଭଳି ପାଇବେ ଏହି ସୁବିଧା

ଯଦି ଆପଣ ଏହି ସୁବିଧାଟିକୁ ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ଏହା ବାବଦରେ ‘ମାଇ ଭୋଡାଫୋନ ଆପ୍’ ଜରିଆରେ ପହଂଚି ପାରିବେ । ପ୍ରଥମେ ଏହି ଆପଟିକୁ ଆପଣଙ୍କ ମୋବାଇଲରେ ‘ଇନଷ୍ଟଲ’ କରନ୍ତୁ । ଏହାପରେ ଏହାକୁ ‘ଓପନ’ କରନ୍ତୁ ଏବଂ ଏହାର ତଳ ଲାଇନରେ ଲେଖାଯାଇଥିବା ‘ଅଫର ସେକ୍ସନ’ ଉପରେ ‘କ୍ଲିକ୍’ କରନ୍ତୁ । ଏବେ ଯଦି ଭୋଡାଫୋନ ଏହି ସୁବିଧାଟିକୁ ଆପଣଙ୍କୁ ଯୋଗାଇ ଦେଉଥିବ ତେବେ ଆପଣଙ୍କ ମୋବାଇଲ ସ୍କ୍ରିନରେ ଏହି ଅଫରଟି ନଜର ଆସିବ ।