ଆପଣଙ୍କ ଫୋନ କେହି ଟ୍ରାକ୍ କରୁ ନାହାଁନ୍ତି ତ ? ଜାଣିବା ପାଇଁ ବ୍ୟବହାର କରନ୍ତୁ ୪ଟି ଗୁରୁତ୍ୱପୂର୍ଣ୍ଣ କୋଡ

38

ଆଣ୍ଡ୍ରଏଡ ସ୍ମାର୍ଟଫୋନର ବ୍ୟବହାର ତ ସମସ୍ତ କରୁଥିବେ ହେଲେ ଏହାର ସୁରକ୍ଷାକୁ ନେଇ ଖୁବ୍ କମ ଲୋକ ହିଁ ସଚେତନ ଥାନ୍ତି । କାରଣ ବର୍ତ୍ତମାନ ପରିସ୍ଥିତିରେ ଯେଭଳି ଭାବରେ ସ୍ମାର୍ଟଫୋନର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ସେଭଳି ଭାବେ ଏହାର ସୁରକ୍ଷାକୁ ନେଇ ମଧ୍ୟ ବିଭିନ୍ନ ସମୟରେ ଅନେକ ପ୍ରଶ୍ନ ମାନ ସୃଷ୍ଟି ହୋଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି ୪ଟି ଗୁରୁତ୍ୱପୂର୍ଣ୍ଣ କୋଡ ସଂପର୍କରେ ଜଣାଇବାକୁ ଯାଉଛୁ ଯାହା ଦ୍ୱାରା ଆପଣ ଜାଣିପାରିବେ କି ଆପଣ ଫୋନଙ୍କୁ କେହି ଟ୍ରାକ୍ କରୁଛି କି ନାହିଁ । ତେବେ ଆସନ୍ତୁ ଜାଣିବା ।

କୋଡ : ଡବଲ ହ୍ୟାସ୍ ୪୬୩୬ ଡବଲ ହ୍ୟାସ୍

ଏହି କୋଡ ଜରିଆରେ ଫୋନର ବ୍ୟାଟେରୀ, ୱାଇ-ଫାଇ କନେକ୍ସନ ଟେଷ୍ଟ, ମଡେଲ ନମ୍ବର, ରାମ ସଂପର୍କରେ ସମସ୍ତ ସୂଚନା ମିଳିପାରିଥାଏ ।

କୋଡ : ଷ୍ଟାର ହ୍ୟାସ୍ ୨୧ ହ୍ୟାସ୍

ଯଦି ଆପଣଙ୍କର ସନ୍ଦେହ ରହିଛି କି କେହି ଆପଣଙ୍କର ମେସେଜ କିମ୍ବା କଲ୍ ଫରୱାର୍ଡ କରୁଛନ୍ତି ତେବେ ଏହି କୋଡ ଜରିଆରେ ଆପଣ ଏସଂପର୍କରେ ସମସ୍ତ ତଥ୍ୟ ଅତି ସହଜରେ ଜାଣିପାରିବେ ।

କୋଡ: ଷ୍ଟାର ହ୍ୟାଲ୍ ୬୨ ହ୍ୟାସ୍

ଏହି କୋଡରୁ ଜଣାପଡିଥାଏ କି ଆପଣଙ୍କର ଫୋନକୁ ଅନ୍ୟ କୌଣସି ନମ୍ବରରେ ରି-ଫରୱାର୍ଡ କରାଯାଇଛି କି ନାହିଁ ।

କୋଡ: ଷ୍ଟାର ହ୍ୟାସ୍୦୦୨ ହ୍ୟାସ୍

ଏହି କୋଡ ସହାୟତାରେ ଆପଣ ଫୋନର ସମସ୍ତ କଲ ଫରୱାର୍ଡିଂକୁ ଡି-ଆକ୍ଟିଭେଟ୍ କରିପାରିବେ ।

ଏହି ଚାରୋଟି କୋଡ ଜରିଆରେ ଆପଣ ଜାଣିବା ପାରିବେ କି କେହି ଆପଣଙ୍କୁ ଆପଣଙ୍କର ଫୋନ ମାଧ୍ୟମରେ ଟ୍ରାକ୍ କରୁଛି କି ନାହିଁ । ଯଦି କରୁଥିବେ ତେବେ ଏହି କୋଡ ସହାୟତାରେ ଆପଣ ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ଲିକ୍ ହେବାରୁ ରକ୍ଷା କରିପାରିବେ । ତେବେ ନିଜକୁ ଏଭଳି ପ୍ରକାରର ଘଟଣାରୁ ରକ୍ଷା କରିବାର ଏକମାତ୍ର ଉପାୟ ହେଉଛି ସବୁବେଳେ ସଚେତନ ରହିବା ।

ସୌଜନ୍ୟ: ଦୈନିକ ଜାଗରଣ