ଏଣିକି ଚେକ୍ ଭରିବା ବେଳେ ବ୍ୟବହାର କରିବାକୁ ହେବ ଗୋଟିଏ ରଙ୍ଗର କାଳି । ନଚେତ୍ ଗ୍ରହଣ କରିବେନି କୌଣସି ବି ବ୍ୟାଙ୍କ

ଏଣିକି ଚେକ୍ ଭରିବା ବେଳେ ବ୍ୟବହାର କରିବାକୁ ହେବ ଗୋଟିଏ ରଙ୍ଗର କାଳି । ନଚେତ୍ ଗ୍ରହଣ କରିବେନି କୌଣସି ବି ବ୍ୟାଙ୍କ

ଚେକ୍ ବ୍ୟବହାର କରିବା ସମୟରେ ଆପଣ ଭିନ୍ନ ଭିନ୍ନ କାଳିର ବ୍ୟବହାର କରୁଛନ୍ତି କି ? ସାବଧାନ୍, ଯଦି ଆପଣ ଚେକ୍ କିମ୍ବା ଅନ୍ୟ କୌଣସି ପେମେଂଟ ଇନଷ୍ଟ୍ରୁମେଂଟ ଭରୁଛନ୍ତି, ତେବେ ଏହା ବି ବହୁତ ଜରୁରୀ କି ଆପଣ ଭରୁଥିବା ଚେକ୍ ବା ଅନ୍ୟ କୌଣସି ପେମେଂଟ ଇନଷ୍ଟ୍ରୁମେଂଟକୁ ଗୋଟିଏ ହିଁ କାଳିରେ ଭରିବାକୁ ହେବ । ନେଗୋସିଏବୁଲ ଇନଷ୍ଟ୍ରୁମେଂଟ ଆକ୍ଟ (Negotiable Instruments Act)୧୮୮୧ର ଧାରା ୮୭ ଅନୁସାରେ, ଗୋଟିଏ ନେଗୋସିଏବୁଲ ଇନଷ୍ଟ୍ରୁମେଂଟରେ ହେରଫେର କରିବା ଦ୍ୱାରା ତାହା ରଦ୍ଦ ହୋଇଯାଇଥାଏ । ଏଭଳି ଚେକ୍ ବା ଇନଷ୍ଟ୍ରୁମେଂଟକୁ କେବଳ ଗୋଟିଏ ହିଁ କାରଣରୁ ସ୍ୱୀକାର କରାଯାଇପାରିବ, ଯଦି ଏହାକୁ ଗ୍ରହଣ କରୁଥିବା ପାର୍ଟି ଏଥିରେ ହୋଇଥିବା ପରିବର୍ତ୍ତନକୁ ମାନ୍ୟତା ଦେଇଦିଅନ୍ତି ।

publive-image

ଗତ ଜୁନ ୨୧ ତାରିଖରେ ଏକ ମାମଲାର ଶୁଣାଣି କରି ମାଡ୍ରାସ୍ ହାଇକୋର୍ଟ ନିଷ୍ପତି ଦେଇଛନ୍ତି କି, କୌଣସି ବି ନେଗୋସିଏବୁଲ ଇନଷ୍ଟ୍ରୁମେଂଟରେ ଯେଉଁ ଦୁଇଟି ପୃଥକ ଇଙ୍କ ବା କାଳିରେ ଲେଖାଯାଇଛି, ତାହା ବି ନେଗୋସିଏବୁଲ ଇନଷ୍ଟ୍ରୁମେଂଟ ଆକ୍ଟ, ୧୮୮୧ ଅନୁସାରେ ଅମାନ୍ୟ ଘୋଷଣା କରାଯିବ ।

publive-image

ତେଣୁ ଯଦି ଆପଣ କୌଣସି ଚେକ୍ ଜାରି କରୁଛନ୍ତି, ତେବେ ସେଥିରେ ‘କ୍ରସ’ ମାର୍କ ନିହାତି ଟାଣନ୍ତୁ । ଚେକକୁ କ୍ରସ କରିବା ପାଇଁ ଆପଣ ଚେକର ଉପର ଭାଗ ଅଂଶର ଠିକ୍ ବାମ ପାଶ୍ୱରେ ଦୁଇଟି ଗାର ଟାଣିପାରିବେ । ଆପଣ ଗ୍ରହଣକାରୀ ତଥା ପ୍ରାପ୍ତକର୍ତ୍ତାଙ୍କର ନାଁ ଲେଖାଯିବା ଲାଇନର ଶେଷରେ 'bearer’ ଉପରେ ହିଁ କ୍ରସ୍ ମାର୍କ ଟାଣିପାରିବେ । ତେବେ ଏହି ଦୁଇ ତରିକାରେ ଏହା ସୁନିଶ୍ଚିତ ହୋଇଯିବ କି ଯାହା ନାମରେ ଆପଣ ଚେକ୍ ଜାରି କରିଛନ୍ତି , କେବଳ ତାକୁ ହିଁ ଟଙ୍କା ମିଳିବ । ସେହିଭଳି ଚେକ୍ ଉପରେ ଉଲ୍ଲେଖ ଥିବା ତାରିଖକୁ ବି ଆପଣଙ୍କୁ ଗୁରୁତ୍ୱ ଦେବାକୁ ପଡିବ । ତେବେ ଜାରି ହେବା ତାରିଖଠାରୁ ମାତ୍ର ତିନି ମାସ କାଳ ପର୍ଯ୍ୟନ୍ତ ହିଁ ଚେକର ବୈଧତା ରହିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe