ମୋବାଇଲରୁ ୧ ଟଙ୍କା ପଠାଇବା କ୍ଷଣି ଆପଣଙ୍କ ନିକଟକୁ ଚାଲିଆସିବ ୫୧ ଟଙ୍କା । ଏଥିସହିତ ବିନା କାମରେ ପ୍ରତିମାସ ରୋଜଗାର କରନ୍ତୁ ୭୫୦ ଟଙ୍କା, ଜାଣନ୍ତୁ କିଏ ଦେଉଛି ଏଭଳି ସୁବିଧା

60

ଦେଶରେ କ୍ୟାସଲେସ କାରବାରକୁ ଅଧିକ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ମୋଦି ସରକାର ସର୍ବଦା ଚେଷ୍ଟିତ । ଏଥିପାଇଁ ତ ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ଜନତାଙ୍କୁ ବିଭିନ୍ନ କ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ବି ଯୋଗାଇ ଦେଉଛନ୍ତି । ଇତି ମଧ୍ୟରେ ଏଭଳି ଏକ ସୁବିଧା କିଛି ଲୋକଙ୍କୁ ପ୍ରଦାନ କରାଯାଇଛି, ଯେଉଁମାନେ କି ମୋଦି ସରକାରଙ୍କ ଦ୍ୱାରା ଲଂଚ କରାଯାଇଥିବା ଭିମ ଆପ ବ୍ୟବହାର କରୁଛନ୍ତି ।

ଯଦି ଆପଣ ମଧ୍ୟ ଭିମ ଆପ ବ୍ୟବହାର କରୁଛନ୍ତି ତେବେ ଆପଣ ଏଥିରେ ପ୍ରତିମାସ ୭୫୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଏଥିପାଇଁ ବି ଆପଣଙ୍କୁ କିଛି ବଡ କାମ କରିବାକୁ ପଡିବ ନାହିଁ । ଖାଲି ଟଙ୍କା କାରବାର ଏହି ଆପ ଜରିଆରେ ହିଁ କରିବାକୁ ପଡିବ । କେବଳ ଏତିକି ନୁହେଁ, ଯଦି ଆପଣ ଏହି ଆପଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ଡାଉନଲୋଡ କରିନାହାଁନ୍ତି ତେବେ ଆପଣଙ୍କ ପାଇଁ ଆଉ ଏକ ସ୍ୱତନ୍ତ୍ର ଅଫର ରହିଛି । ଭିମ ଆପ ଡାଉନଲୋଡ କରିବା ପରେ ଯଦି ଆପଣଙ୍କର ପ୍ରଥମ ଟଙ୍କା କାରବାର ଅତି କମରେ ୧ଟଙ୍କା ବି ହୋଇଥାଏ, ତେବେ ଏହା ବଦଳରେ ଆପଣଙ୍କୁ ୫୧ ଟଙ୍କା ମିଳିବ । ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆର ସୂଚନା ମୁତାବକ, ଯେତେବେଳେ ବି ଆପଣ ଏକ ୟୁନିକ ଟ୍ରାଂଜାକସନ କରିବେ । ଯେପରିକି, ଥରେ ଆପଣ ୟୁପିଆଇ ଆଇଡିରୁ, ଦ୍ୱିତୀୟ ଥର ମୋବାଇଲ ନମ୍ବରରୁ ଏବଂ ତୃତୀୟ ଥର ଆକାଉଂଟ ନମ୍ବରରୁ ଟଙ୍କା ପଠାଇଲେ , ତେବେ ଆପଣଙ୍କୁ ଏଥିପାଇଁ ୨୫ ଟଙ୍କା ମିଳିବ ।

ସେହିପରି, ଯଦି ଆପଣ ଅତି କମରେ ୧୦ ଟଙ୍କା ବି ନିଜର ଭିମ ଆପରୁ ଟ୍ରାନ୍ସଫର କରୁଛନ୍ତି କିମ୍ବା କିଛି କିଣୁଛନ୍ତି ତେବେ ବି ଆପଣଙ୍କୁ କ୍ୟାସବ୍ୟାକ ମିଳିବ । ପ୍ରତିମାସ ଯଦି ଆପଣ ୨୫ରୁ ଅଧିକ କିନ୍ତୁ ୫୦ଥର ଲେନଦେନ କରନ୍ତି ତେବେ ଆପଣଙ୍କୁ ୧୦୦ ଟଙ୍କା ମିଳିବ । ଯଦି ଆପଣ ୫୦ଥରରୁ ଅଧିକ କିନ୍ତୁ ୨୦୦ ଥରରୁ କମ ଅର୍ଥ କାରବାର କରିଛୁଛନ୍ତି ତେବେ ଆପଣଙ୍କୁ ସରକାରଙ୍କ ତରଫରୁ ୧୦୦ ଟଙ୍କା ମିଳିବ । ସେହି ପରି ୧୦୦ରୁ ଅଧିକ ଥର କାରବାର କଲେ ଏଥିପାଇଁ ଆପଣଙ୍କୁ ୨୫୦ ଟଙ୍କା ମିଳିବ । ଭିମ ଆପରୁ ନେଣଦେଣ କରିବା ଦ୍ୱାରା ମିଳୁଥିବା ଏହି ସୁବିଧା ଆପଣଙ୍କୁ କ୍ୟାସବ୍ୟାକ ଆଧାରରେ ମିଳିବ । ଖୋଲି ଏତିକି ନୁହେଁ ମାସକ ମଧ୍ୟରେ ସର୍ବାଧିକ ୭୫୯ ଟଙ୍କାର କ୍ୟାସବ୍ୟାକ ମଧ୍ୟ ଆପଣଙ୍କୁ ମିଳିପାରିବ ।