ହୱାଇ ଚପଲ, ହାଫ୍ ସର୍ଟ: ଏହି ୧୫ଟି ଫଟୋ ଦେଖି ଆପଣ ବି କହିବେ, ପାରିକରଙ୍କ ଭଳି କେହି ନୁହଁନ୍ତି

Advertisment
ହୱାଇ ଚପଲ, ହାଫ୍ ସର୍ଟ: ଏହି ୧୫ଟି ଫଟୋ ଦେଖି ଆପଣ ବି କହିବେ, ପାରିକରଙ୍କ ଭଳି କେହି ନୁହଁନ୍ତି

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସରଳତା ଏବଂ ଜୀବନର ଶେଷ ମୁହୂର୍ତ୍ତ ଯାଏଁ କାମ ପ୍ରତି ରହିଥିବା ଭଲପାଇବା କାରଣରୁ ସେ ସବୁଦିନ ଦିନ ପାଇଁ ଚିରସ୍ମରଣୀୟ ହୋଇ ରହିବେ । ପାରିକର ପାନକ୍ରିୟାଟିକ୍ କ୍ୟାନସରରେ ପିଡୀତ ଥିଲେ ଏବଂ ସେ ଏହି ରୋଗରେ ଫେବୃଆରୀ ୨୦୧୮ରୁ ଆକ୍ରାନ୍ତ ଥିଲେ । ତେବେ ମନୋହର ପାରିକର ରାଜନୈତିକ ଜୀବନ ଉପଲବ୍ଧିରୁ ଭରି ରହିଛି । ସେ ଚାରି ଚାରି ଥର ଗୋଆର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ । ୧୪ ମାର୍ଚ୍ଚ ୨୦୧୭ରେ ପାରିକର ଚତୁର୍ଥ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ବନିଥିଲେ । ଶେଷ ମୁହୂର୍ତ୍ତ ଯାଏ ସେ ରୋଗ ସହ ସଂଗ୍ରାମ କରୁଥିବା ସତ୍ୱେ ବି ମୁଖ୍ୟମନ୍ତ୍ରୀ ବନି ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ତେବେ ଏହି ବର୍ଷିୟାନ ନେତା ତଥା ଲୋକପ୍ରିୟ ନେତାଙ୍କର ଭେଳି କିଛି ଫଟୋ ଆମେ ଆଜି ଆପଣଙ୍କୁ ଦେଖାଇବୁ ଯାହାକୁ ଦେଖି ଆପଣ ବି କହିବାକୁ ବାଧ୍ୟ ହେବେ ସତରେ ପାରକରଙ୍କ ଭଳି ନେତା ଜଗତେ ନାହାଁନ୍ତି ...

publive-image

ଗୋଆ ରାଜନୀତିରେ ମନୋହର ପାରିକରଙ୍କର ଦବଦବା ଅକ୍ଷୁର୍ଣ୍ଣ ରହିଥିଲା । ନିଜ ସରଳ ସ୍ୱଭାବ କାରଣ ଯୋଗୁଁ ସେ ଜନତାଙ୍କଠାରେ ଲୋକପ୍ରିୟତା ହାସଲ କରିଥିଲେ । ଅନେକ ଥର ସେ କର୍ମୀମାନଙ୍କ ବାଇକ ପଛରେ ବସି ବି ଲୋକଙ୍କର ଭଲମନ୍ଦ ବୁଝିଆଯାବୁ ସେମାନଙ୍କ ନିକଟକୁ ଧାଇଁ ଯାଉଥିଲେ ।

publive-image

ଯେତେବେଳେ ୨୦୧୪ରେ ମନୋହର ପାରିକରଙ୍କୁ ରକ୍ଷା ମନ୍ତ୍ରାଳୟର ଦାୟିତ୍ୱ ଦିଆଗଲା ସେତେବେଳେ ସେ ସେନାମାନଙ୍କୁ ମନୋବଳ ବଢାଇବା ପାଇଁ ସବୁବେଳେ ସେନାମାନଙ୍କ ଶିବିରରେ ପହଂଚିଯାଉଥିଲେ ।

publive-image

୨୦୧୪ ଅରୁଣ ଜେଟଲିଙ୍କ ବଦଳରେ ପାରିକରଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ମିଳିଥିଲା । ଏହା ପୂର୍ବରୁ ଉତରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପାରିକର ପ୍ରତିରକ୍ଷା ମନ୍ତ୍ରୀ ଥିବା ସମୟରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ।

publive-image

ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ରହି ଆସିଥିବା ସ୍ୱର୍ଗତ ମନୋହର ପାରିକର କେବେବି ନିଜକୁ ହାଇପ୍ରୋଫାଇଲ ଦେଖାଇବାକୁ ଚେଷ୍ଟା କରିନଥିଲେ । ଥରେ ତ ଏକ କାର୍ଯ୍ୟକ୍ରମରେ ସେ ଜଣେ ସାଧାରଣ ବ୍ୟକ୍ତିଙ୍କ ଭଳି ଲାଇନରେ ଠିଆହୋଇ ଯାଇଥିଲେ ।

publive-image

ସ୍ୱର୍ଗତ ପାରିକରଙ୍କୁ ସାଇକେଲ ଚଲାଇବା ବେଶ ପସନ୍ଦ ଥିଲା । ତେଣୁ ଯେତେବେଳେ ତାଙ୍କୁ କାମରେ ଟିକେ ଫୁରସତ ମିଳୁଥିଲା ସେତେବେଳେ ସେ ସାଇକେଲ ଚଲାଉଥିଲେ । ତେବେ ତାଙ୍କ ପରିଚୟ କହିଲେ ହୱାଇ ଚପଲ ଏବଂ ହାଫ ସାର୍ଟ ଥିଲା ।

publive-image

ମନୋହର ପାରିକର ବର୍ତ୍ତମାନର ନେତାମାନଙ୍କଠାରୁ ପୂରା ଭିନ୍ନ । ସେ ଖାଇବା ପାଇଁ କୌଣସି ବି ସମୟରେ ସ୍କୁଟର ଧରି ବାହାରକୁ ଚାଲିଯାଉଥିଲେ ଆଉ ରାସ୍ତାର କଡରେ ଲାଗିଥିବା ଦୋକାନରେ ବସି ସାଧାରଣ ଲୋକମାନଙ୍କ ସହ ଖାଉଥିଲେ ।

publive-image

ମନୋହର ପାରିକରଙ୍କ ସ୍ୱଭାବ ପାଇଁ ସେ ଛୋଟପିଲାମଙ୍କ ମଧ୍ୟରେ ବି ବେଶ୍ ଲୋକପ୍ରିୟ । ଅନେକ ସମୟରେ ପିଲାମାନେ ତାଙ୍କୁ ଘେରି ଯାଉଥିଲେ ଏବଂ କେବେବି ପାରିକର ପିଲାମାନଙ୍କୁ ନିରାଶ କରୁନଥିଲେ ।

publive-image

ମନୋହର ପାରିକରଙ୍କର ଛବି ସବୁବେଳେ ସରଳ । ମିଡିଆରେ ମନୋହର ପାରିକରଙ୍କୁ ବି ଅଧିକାଂଶ ସମୟରେ ସ୍କୁଟରରେ ଯାତ୍ରା କରୁଥିବାର ନେତା ଭାବରେ ଉପସ୍ଥାପନା କରାଯାଇଥିଲା ।

publive-image

ମନୋହର ପାରିକରଙ୍କୁ ଫୁଟବଲ ଖେଳ ବି ବେଶ୍ ପସନ୍ଦ ଥିଲା । ଯେତେବେଳେ ବି ଟିକେ ସମୟ ପାଆନ୍ତି ସେତେବେଳେ ସେ ଫୁଟବଲ ଗ୍ରାଉଣ୍ଡରେ ଖେଳାଳିମାନଙ୍କ ମଧ୍ୟରେ ପହଂଚିଯାଉଥିଲେ ।

publive-image

ମନୋହର ପାରିକର ସବୁବେଳେ ଟ୍ରେନରେ ଇକୋନମୀ କ୍ଲାସରେ ଯାତ୍ରା କରୁଥିଲେ । ଅନେକ ସମୟରେ ସେ ଜେନେରାଲ ବଗିରେ ଖୋଲା ଝରକା ଆଗରେ ବସି ସାଧାରଣ ଯାତ୍ରୀଙ୍କ ଭଳି ଯାତ୍ରା କରୁଥିବାର ଦୃଶ୍ୟ ମଧ୍ୟ ଅନେକ ସମୟରେ କ୍ୟାମେରାରେ କଏଦ ହୋଇଛି ।

publive-image

ମନୋହର ପାରିକର କେବେବି ଲୋକଦେଖାଇଣିଆ ରାଜନୀତି କରୁନଥିଲେ । ତାଙ୍କ ମତରେ, କର୍ମ ହିଁ ସବୁଠାରୁ ବଡ ପୂଜା । ହେଲେ କିଛି ସମୟ ବାହାର କରି ସେ ପୂଜା ପାଠ ମଧ୍ୟ କରୁଥିଲେ ।

publive-image

ପାରିକରଙ୍କ ସ୍ୱଚ୍ଛ ମାନବିକତା ଏବଂ ସରଳତା ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଗୋଆର ମୁଖ୍ୟମନ୍ତ୍ରୀ ପାଇଁ ଚୟନ ବାଛିଥିଲେ । ଯାହାକୁ ସେ ପୂରା ନିଷ୍ଠାର ସହ ପାଳନ କରିଥିଲେ ।

publive-image

ପାରିକର ମୋଦିଙ୍କର ଜଣେ ଖାସ୍ ତଥା ବିଶ୍ୱସ୍ତ ଏବଂ ଘନିଷ୍ଠ ବନ୍ଧୁ ଥିଲେ । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ପାରିକରଙ୍କୁ ଆଧୂନିକ ଗୋଆର ଶିଳ୍ପକାର ବୋଲି ସମ୍ବୋନ୍ଧନ କରିଥିଲେ ଏବଂ ତାଙ୍କର ଆଂଶୁ ଆରୋଗ୍ୟ କାମନା କରିଥିଲେ ।

publive-image

ପାରିକର କେବେବି ଜାତିଆଣ ରାଜନୀତି କରିନାହାଁନ୍ତି । ସେ ଗୋଆର ସବୁ ବର୍ଗର ଲୋକଙ୍କର ହୃଦୟ ଜିତିପାରିଥିଲେ ।

publive-image

ତେବେ ପାରିକରଙ୍କ ଜନ୍ମ ୧୯୫୫ରେ ଗୋଆର ମାପୁସା ଗାଁରେ ହୋଇଥିଲା । ସେ ଲୋୟୋଲା ହାଇସ୍ତ୍ୁଲରୁ ପାଠପଢା ଆରମ୍ଭ କରିଥିଲେ । ୧୯୭୮ରେ ଆଇଆଇଟି ମୁମ୍ବାଇରୁ ଇଂଜିନିୟରିଂରେ ଗ୍ରାଡୁଏସନ ଡିଗ୍ରୀ ହାସଲ କରିଥିଲେ ପାରିକର । ଏହି ସରଳ ସ୍ୱଭାବ ବିଶିଷ୍ଟ ନେତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe