ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସରଳତା ଏବଂ ଜୀବନର ଶେଷ ମୁହୂର୍ତ୍ତ ଯାଏଁ କାମ ପ୍ରତି ରହିଥିବା ଭଲପାଇବା କାରଣରୁ ସେ ସବୁଦିନ ଦିନ ପାଇଁ ଚିରସ୍ମରଣୀୟ ହୋଇ ରହିବେ । ପାରିକର ପାନକ୍ରିୟାଟିକ୍ କ୍ୟାନସରରେ ପିଡୀତ ଥିଲେ ଏବଂ ସେ ଏହି ରୋଗରେ ଫେବୃଆରୀ ୨୦୧୮ରୁ ଆକ୍ରାନ୍ତ ଥିଲେ । ତେବେ ମନୋହର ପାରିକର ରାଜନୈତିକ ଜୀବନ ଉପଲବ୍ଧିରୁ ଭରି ରହିଛି । ସେ ଚାରି ଚାରି ଥର ଗୋଆର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ । ୧୪ ମାର୍ଚ୍ଚ ୨୦୧୭ରେ ପାରିକର ଚତୁର୍ଥ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ବନିଥିଲେ । ଶେଷ ମୁହୂର୍ତ୍ତ ଯାଏ ସେ ରୋଗ ସହ ସଂଗ୍ରାମ କରୁଥିବା ସତ୍ୱେ ବି ମୁଖ୍ୟମନ୍ତ୍ରୀ ବନି ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ତେବେ ଏହି ବର୍ଷିୟାନ ନେତା ତଥା ଲୋକପ୍ରିୟ ନେତାଙ୍କର ଭେଳି କିଛି ଫଟୋ ଆମେ ଆଜି ଆପଣଙ୍କୁ ଦେଖାଇବୁ ଯାହାକୁ ଦେଖି ଆପଣ ବି କହିବାକୁ ବାଧ୍ୟ ହେବେ ସତରେ ପାରକରଙ୍କ ଭଳି ନେତା ଜଗତେ ନାହାଁନ୍ତି …
Kanak News is now on WhatsApp
Join and get latest news updates delivered to you via WhatsApp
ଗୋଆ ରାଜନୀତିରେ ମନୋହର ପାରିକରଙ୍କର ଦବଦବା ଅକ୍ଷୁର୍ଣ୍ଣ ରହିଥିଲା । ନିଜ ସରଳ ସ୍ୱଭାବ କାରଣ ଯୋଗୁଁ ସେ ଜନତାଙ୍କଠାରେ ଲୋକପ୍ରିୟତା ହାସଲ କରିଥିଲେ । ଅନେକ ଥର ସେ କର୍ମୀମାନଙ୍କ ବାଇକ ପଛରେ ବସି ବି ଲୋକଙ୍କର ଭଲମନ୍ଦ ବୁଝିଆଯାବୁ ସେମାନଙ୍କ ନିକଟକୁ ଧାଇଁ ଯାଉଥିଲେ ।
ଯେତେବେଳେ ୨୦୧୪ରେ ମନୋହର ପାରିକରଙ୍କୁ ରକ୍ଷା ମନ୍ତ୍ରାଳୟର ଦାୟିତ୍ୱ ଦିଆଗଲା ସେତେବେଳେ ସେ ସେନାମାନଙ୍କୁ ମନୋବଳ ବଢାଇବା ପାଇଁ ସବୁବେଳେ ସେନାମାନଙ୍କ ଶିବିରରେ ପହଂଚିଯାଉଥିଲେ ।
୨୦୧୪ ଅରୁଣ ଜେଟଲିଙ୍କ ବଦଳରେ ପାରିକରଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ମିଳିଥିଲା । ଏହା ପୂର୍ବରୁ ଉତରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପାରିକର ପ୍ରତିରକ୍ଷା ମନ୍ତ୍ରୀ ଥିବା ସମୟରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ।
ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ରହି ଆସିଥିବା ସ୍ୱର୍ଗତ ମନୋହର ପାରିକର କେବେବି ନିଜକୁ ହାଇପ୍ରୋଫାଇଲ ଦେଖାଇବାକୁ ଚେଷ୍ଟା କରିନଥିଲେ । ଥରେ ତ ଏକ କାର୍ଯ୍ୟକ୍ରମରେ ସେ ଜଣେ ସାଧାରଣ ବ୍ୟକ୍ତିଙ୍କ ଭଳି ଲାଇନରେ ଠିଆହୋଇ ଯାଇଥିଲେ ।
ସ୍ୱର୍ଗତ ପାରିକରଙ୍କୁ ସାଇକେଲ ଚଲାଇବା ବେଶ ପସନ୍ଦ ଥିଲା । ତେଣୁ ଯେତେବେଳେ ତାଙ୍କୁ କାମରେ ଟିକେ ଫୁରସତ ମିଳୁଥିଲା ସେତେବେଳେ ସେ ସାଇକେଲ ଚଲାଉଥିଲେ । ତେବେ ତାଙ୍କ ପରିଚୟ କହିଲେ ହୱାଇ ଚପଲ ଏବଂ ହାଫ ସାର୍ଟ ଥିଲା ।
ମନୋହର ପାରିକର ବର୍ତ୍ତମାନର ନେତାମାନଙ୍କଠାରୁ ପୂରା ଭିନ୍ନ । ସେ ଖାଇବା ପାଇଁ କୌଣସି ବି ସମୟରେ ସ୍କୁଟର ଧରି ବାହାରକୁ ଚାଲିଯାଉଥିଲେ ଆଉ ରାସ୍ତାର କଡରେ ଲାଗିଥିବା ଦୋକାନରେ ବସି ସାଧାରଣ ଲୋକମାନଙ୍କ ସହ ଖାଉଥିଲେ ।
ମନୋହର ପାରିକରଙ୍କ ସ୍ୱଭାବ ପାଇଁ ସେ ଛୋଟପିଲାମଙ୍କ ମଧ୍ୟରେ ବି ବେଶ୍ ଲୋକପ୍ରିୟ । ଅନେକ ସମୟରେ ପିଲାମାନେ ତାଙ୍କୁ ଘେରି ଯାଉଥିଲେ ଏବଂ କେବେବି ପାରିକର ପିଲାମାନଙ୍କୁ ନିରାଶ କରୁନଥିଲେ ।
ମନୋହର ପାରିକରଙ୍କର ଛବି ସବୁବେଳେ ସରଳ । ମିଡିଆରେ ମନୋହର ପାରିକରଙ୍କୁ ବି ଅଧିକାଂଶ ସମୟରେ ସ୍କୁଟରରେ ଯାତ୍ରା କରୁଥିବାର ନେତା ଭାବରେ ଉପସ୍ଥାପନା କରାଯାଇଥିଲା ।
ମନୋହର ପାରିକରଙ୍କୁ ଫୁଟବଲ ଖେଳ ବି ବେଶ୍ ପସନ୍ଦ ଥିଲା । ଯେତେବେଳେ ବି ଟିକେ ସମୟ ପାଆନ୍ତି ସେତେବେଳେ ସେ ଫୁଟବଲ ଗ୍ରାଉଣ୍ଡରେ ଖେଳାଳିମାନଙ୍କ ମଧ୍ୟରେ ପହଂଚିଯାଉଥିଲେ ।
ମନୋହର ପାରିକର ସବୁବେଳେ ଟ୍ରେନରେ ଇକୋନମୀ କ୍ଲାସରେ ଯାତ୍ରା କରୁଥିଲେ । ଅନେକ ସମୟରେ ସେ ଜେନେରାଲ ବଗିରେ ଖୋଲା ଝରକା ଆଗରେ ବସି ସାଧାରଣ ଯାତ୍ରୀଙ୍କ ଭଳି ଯାତ୍ରା କରୁଥିବାର ଦୃଶ୍ୟ ମଧ୍ୟ ଅନେକ ସମୟରେ କ୍ୟାମେରାରେ କଏଦ ହୋଇଛି ।
ମନୋହର ପାରିକର କେବେବି ଲୋକଦେଖାଇଣିଆ ରାଜନୀତି କରୁନଥିଲେ । ତାଙ୍କ ମତରେ, କର୍ମ ହିଁ ସବୁଠାରୁ ବଡ ପୂଜା । ହେଲେ କିଛି ସମୟ ବାହାର କରି ସେ ପୂଜା ପାଠ ମଧ୍ୟ କରୁଥିଲେ ।
ପାରିକରଙ୍କ ସ୍ୱଚ୍ଛ ମାନବିକତା ଏବଂ ସରଳତା ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଗୋଆର ମୁଖ୍ୟମନ୍ତ୍ରୀ ପାଇଁ ଚୟନ ବାଛିଥିଲେ । ଯାହାକୁ ସେ ପୂରା ନିଷ୍ଠାର ସହ ପାଳନ କରିଥିଲେ ।
ପାରିକର ମୋଦିଙ୍କର ଜଣେ ଖାସ୍ ତଥା ବିଶ୍ୱସ୍ତ ଏବଂ ଘନିଷ୍ଠ ବନ୍ଧୁ ଥିଲେ । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ପାରିକରଙ୍କୁ ଆଧୂନିକ ଗୋଆର ଶିଳ୍ପକାର ବୋଲି ସମ୍ବୋନ୍ଧନ କରିଥିଲେ ଏବଂ ତାଙ୍କର ଆଂଶୁ ଆରୋଗ୍ୟ କାମନା କରିଥିଲେ ।
ପାରିକର କେବେବି ଜାତିଆଣ ରାଜନୀତି କରିନାହାଁନ୍ତି । ସେ ଗୋଆର ସବୁ ବର୍ଗର ଲୋକଙ୍କର ହୃଦୟ ଜିତିପାରିଥିଲେ ।
ତେବେ ପାରିକରଙ୍କ ଜନ୍ମ ୧୯୫୫ରେ ଗୋଆର ମାପୁସା ଗାଁରେ ହୋଇଥିଲା । ସେ ଲୋୟୋଲା ହାଇସ୍ତ୍ୁଲରୁ ପାଠପଢା ଆରମ୍ଭ କରିଥିଲେ । ୧୯୭୮ରେ ଆଇଆଇଟି ମୁମ୍ବାଇରୁ ଇଂଜିନିୟରିଂରେ ଗ୍ରାଡୁଏସନ ଡିଗ୍ରୀ ହାସଲ କରିଥିଲେ ପାରିକର । ଏହି ସରଳ ସ୍ୱଭାବ ବିଶିଷ୍ଟ ନେତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।